Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀଲିଙ୍ଗରାଜ ବାଇ-ଲ ପ୍ରତ୍ୟାହାର ଦାବୀ କରି ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ
ଜାତୀୟ ଖବର

ଶ୍ରୀଲିଙ୍ଗରାଜ ବାଇ-ଲ ପ୍ରତ୍ୟାହାର ଦାବୀ କରି ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

February 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପୁଣି ଥରେ ବିଜେଡିର ୭ ଜଣ ସାଂସଦ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପିନାକୀ ମିଶ୍ରଙ୍କ ନେତୃତ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ସୁଜିତ କୁମାର, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ ସାମିଲ ହୋଇଛନ୍ତି।

ପୁରୀ ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସେତେବେଳେ ନୂଆଦିଲ୍ଲୀରେ ଉଭୟ ବିଜେଡି ଓ ବିଜେପି ସାଂସଦମାନା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ବାଇ ଲ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ। ସେମାନଙ୍କ ଦାବୀ ମୁତାବିକ ସେତେେବେଳ ଏହା ପ୍ରତ୍ୟାହାର କରାଯାଇଥିଲା।

ଏହି ବିବାଦ ତୁଟିବା ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ବାଇ ଲ କୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ମଧ୍ୟ ଦାବୀ କରିଛନ୍ତି।

ବର୍ତ୍ତମାନ ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ଉନ୍ନତିରେ ଏହି ବାଇ-ଲ ବାଧକ ସାଜିଛି। ଏ ନେଇ ଗତକାଲି ଲିଙ୍ଗରାଜ ମନ୍ଦିର ସମ୍ମଖରେ ଦୀପଦାନ କରାଯାଇ ଥିଲା। ଏପରିକି ଏହି ବାଇ ଲ ନେଇ ଭୁବନେଶ୍ବର ସାଂସଦ କାହିଁକି ଚୁପ ବୋଲି ସାମାଜିକ ଗଣ ମାଧ୍ୟମରେ ଟ୍ରୋଲ ଚାଲିଛି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ଏ ନେଇ କେନ୍ଦ୍ରକୁ ଚିଠି ଲେଖାଯାଇଛି। ଏଥିରେ ଲିଙ୍ଗରାଜ ମନ୍ଦିରର ଐତିହ୍ୟ ସହିତ ଜମିଜମା ଉପରେ ତଥ୍ୟ ପ୍ରଦାନ କରାଯାଇଛି। ଏହାକୁ ଆଧାର କରି ଲିଙ୍ଗରାଜ ମନ୍ଦିର ବିକାଶ କିପରି ମାଧ୍ୟମରେ ହେବ ତାହା ଉଲ୍ଲେଖ ମଧ୍ୟ କରାଯାଇଛି। କେନ୍ଦ୍ର ସରକାର ତୁରନ୍ତ ଏହି ବାଇ ଲ କୁ ପ୍ରତ୍ୟାହାର କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ ବିକାଶ କରିବା ପାଇଁ ଏହାକୁ ଐତିହ୍ୟ କରିଡୋର ଭାବେ ଘୋଷଣା କରିଛନ୍ତି। ସେହି ଅନୁସାରେ ମନ୍ଦିର ଚତୁଃପାର୍ଶରେ ଥିବା ଜବର ଦଖଲ ଉଚ୍ଛେଦ କରାଯିବା ସହିତ ଏହାର ବିକାଶ କାମ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକୁ 5ଟି ମାଧ୍ୟମରେ ସାମିଲ କରାଯାଇ ଉନ୍ନୟନ କରାଯାଉଛି। ଫଳରେ 5ଟି ସଚିବ ଭିକେ ପାଣ୍ଡିୟାନ ବିଭିନ୍ନ ସମୟରେ ମନ୍ଦିର ପରିଦର୍ଶନ କରି ଏହାର କାମ ତ୍ବରାନିତ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ଦିର ଗସ୍ତ କରି ଏହି ବିକାଶ କାମ ଉପରେ ସେବକମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏପରି ବିକାଶ ଚାଲିଥିବା ବେଳେ ଏହି ବାଇ ଲ ସେଥିରେ ବାଧା ସୃଷ୍ଟି କରିବାକୁ ଯାଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି।

ବାଇ-ଲ ବିଜେଡି ସଂସଦୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.