ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପ୍ଲେଟ ବିରିୟାନୀର ଦାମ ହେଉଛି 20 ହଜାର ଟଙ୍କା

Published: Feb 25, 2021, 11:56 am IST

ନୂଆଦିଲ୍ଲୀ, ସାଧାରଣତଃ ବିରିୟାନୀ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କାରଣ ସରୁ ଚାଉଳ ସହିତ ମାଂସ ଏକାଠି ରନ୍ଧାଯାଇଥିବାରୁ ଏହା ପାଟିକି ସ୍ବାଦ ଲାଗିଥାଏ। ଏଥିସହିତ ଏହା ସାଥୀରେ ଭଳିକି ଭଳି ଚଟଣୀ ମଧ୍ୟ ପାଟିର ଲାଳକୁ ବୁହାଇ ଦେଇଥାଏ। ସେଥିପାଇଁ ଏହାର ଦାମ ଏକ ଶହରୁ ଟଙ୍କାରୁ ଆରମ୍ଭ ହୋଇ ସାତଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ବେଶୀ ହେଲେ ଗୋଟିଏ ପ୍ଲେଟ ବିରିୟାନୀ ଦାମ ହଜାର ଟଙ୍କା ହେବ।

ହେଲେ ଆପଣ କେବେ ଭାବିଛନ୍ତି କି ଗୋଟିଏ ବିରିୟାନୀ ପ୍ଲେଟର ଦାମ 20 ହଜାର ଟଙ୍କା ହେବ। ନା ଏହା କେହି ବି ଭାବି ନ ଥିବେ। ହେଲେ ଦୁବାଇର ବମ୍ବେ ବାରୋ ରେସ୍ତୋରାଁ ରେ  ପୃଥିବୀର ସବୁଠାରୁ ମହଙ୍ଗା ବିରିୟାନୀ ବିକ୍ରି ହେଉଛି। ଏହି ବିରିୟାନୀର ନାମ ହେଉଛି ରୟାଲ ଗୋଲ୍ଡ ବିରିୟାନୀ। ଯାହାର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ 20 ହଜାର ଟଙ୍କା।

ଏହି ବିରିୟାନୀ ଏତେ ଦାମ ହୋଇଛି କାହିଁକି

ଏହି ବିରିୟାନୀ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ବୃଦ୍ଧି ପାଉଛି। ମୁଖ୍ୟତଃ ଦୁବାଇ ଏକ ଧନୀ ସହର ହୋଇଥିବାରୁ ସେଠାକାର ଲୋକେ ବିଳାସବେସନରେ ଜୀବନ ଅତିବାହିତ କରିଥାନ୍ତି। ଖାଇବା ପିଇବାରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେଥିପାଇଁ ବମ୍ବେ ବାରୋ ରେସ୍ତୋରାଁ ଏକ ନୂଆ ପ୍ରକାରର ବିରିୟାନୀ ବାହାର କରିଛି।ଯାହାର ନାମ ରହିଛି ରୟାଲ ଗୋଲ୍ଡ ବିରିୟାନୀ। ଏଥିରେ ସେମାନେ 23 କ୍ୟାରଟ ସୁନା ପ୍ରୟୋଗ ଏକ ସୁନା ପତ୍ର ତିଆରି କରିଛନ୍ତି। ଏହି ପତଚ୍ର ଉପରେ ବିରିୟାନୀର ରଂଗ ସୁନା ପରି ଚକଚକ ଦେଖା ଯାଇଥାଏ।

ଏହି ବିରିୟାନୀ ତିନି ପ୍ରକାରର ମିଳିଥାଏ। ଯାହାକୁ ସାଧାରଣ ବିରିୟାନୀ ଚାଉଳରେ ତିଆରି କରାଯାଇ ଥାଏ। ସେହିପରି ଆଉ ଏକ ପ୍ରକାରର ବିରିୟାନୀ କିମା ଚାଉଳରେ ଏବଂ ଅନ୍ୟ ବିରିୟାନୀ ନାରଙ୍ଗୀ ଚାଉଳରେ ପ୍ରସ୍ତୁତ କରାଯାଇ ଥାଏ। ଏହି ବିରିୟାନୀରେ ଅଣ୍ଡା ସହିତ ମର୍ଟନ ଓ ଚିକେନରେ ପ୍ରସ୍ତୁତ କରାଯାଇଥାଏ। ଏଥିସହିତ ବିଭିନ୍ନ ଫଳ ଯଥା ଡାଳିମ୍ବ କାଜୁ ସହିତ ପିଆଜ, କୋବି, ଟମାଟ ପରି ପରିବାକୁ ସୁନ୍ଦର ଭାବେ ସଜାଇ ପରଶା ଯାଇଥାଏ।

Related posts