Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପ୍ଲେଟ ବିରିୟାନୀର ଦାମ ହେଉଛି 20 ହଜାର ଟଙ୍କା
ଅନ୍ତରାଷ୍ଟ୍ରୀୟ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପ୍ଲେଟ ବିରିୟାନୀର ଦାମ ହେଉଛି 20 ହଜାର ଟଙ୍କା

February 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ପ୍ଲେଟ ବିରିୟାନୀର ଦାମ ହେଉଛି 20 ହଜାର ଟଙ୍କା

ନୂଆଦିଲ୍ଲୀ, ସାଧାରଣତଃ ବିରିୟାନୀ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କାରଣ ସରୁ ଚାଉଳ ସହିତ ମାଂସ ଏକାଠି ରନ୍ଧାଯାଇଥିବାରୁ ଏହା ପାଟିକି ସ୍ବାଦ ଲାଗିଥାଏ। ଏଥିସହିତ ଏହା ସାଥୀରେ ଭଳିକି ଭଳି ଚଟଣୀ ମଧ୍ୟ ପାଟିର ଲାଳକୁ ବୁହାଇ ଦେଇଥାଏ। ସେଥିପାଇଁ ଏହାର ଦାମ ଏକ ଶହରୁ ଟଙ୍କାରୁ ଆରମ୍ଭ ହୋଇ ସାତଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ବେଶୀ ହେଲେ ଗୋଟିଏ ପ୍ଲେଟ ବିରିୟାନୀ ଦାମ ହଜାର ଟଙ୍କା ହେବ।

ହେଲେ ଆପଣ କେବେ ଭାବିଛନ୍ତି କି ଗୋଟିଏ ବିରିୟାନୀ ପ୍ଲେଟର ଦାମ 20 ହଜାର ଟଙ୍କା ହେବ। ନା ଏହା କେହି ବି ଭାବି ନ ଥିବେ। ହେଲେ ଦୁବାଇର ବମ୍ବେ ବାରୋ ରେସ୍ତୋରାଁ ରେ  ପୃଥିବୀର ସବୁଠାରୁ ମହଙ୍ଗା ବିରିୟାନୀ ବିକ୍ରି ହେଉଛି। ଏହି ବିରିୟାନୀର ନାମ ହେଉଛି ରୟାଲ ଗୋଲ୍ଡ ବିରିୟାନୀ। ଯାହାର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ 20 ହଜାର ଟଙ୍କା।

ଏହି ବିରିୟାନୀ ଏତେ ଦାମ ହୋଇଛି କାହିଁକି

ଏହି ବିରିୟାନୀ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ବୃଦ୍ଧି ପାଉଛି। ମୁଖ୍ୟତଃ ଦୁବାଇ ଏକ ଧନୀ ସହର ହୋଇଥିବାରୁ ସେଠାକାର ଲୋକେ ବିଳାସବେସନରେ ଜୀବନ ଅତିବାହିତ କରିଥାନ୍ତି। ଖାଇବା ପିଇବାରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେଥିପାଇଁ ବମ୍ବେ ବାରୋ ରେସ୍ତୋରାଁ ଏକ ନୂଆ ପ୍ରକାରର ବିରିୟାନୀ ବାହାର କରିଛି।ଯାହାର ନାମ ରହିଛି ରୟାଲ ଗୋଲ୍ଡ ବିରିୟାନୀ। ଏଥିରେ ସେମାନେ 23 କ୍ୟାରଟ ସୁନା ପ୍ରୟୋଗ ଏକ ସୁନା ପତ୍ର ତିଆରି କରିଛନ୍ତି। ଏହି ପତଚ୍ର ଉପରେ ବିରିୟାନୀର ରଂଗ ସୁନା ପରି ଚକଚକ ଦେଖା ଯାଇଥାଏ।

ଏହି ବିରିୟାନୀ ତିନି ପ୍ରକାରର ମିଳିଥାଏ। ଯାହାକୁ ସାଧାରଣ ବିରିୟାନୀ ଚାଉଳରେ ତିଆରି କରାଯାଇ ଥାଏ। ସେହିପରି ଆଉ ଏକ ପ୍ରକାରର ବିରିୟାନୀ କିମା ଚାଉଳରେ ଏବଂ ଅନ୍ୟ ବିରିୟାନୀ ନାରଙ୍ଗୀ ଚାଉଳରେ ପ୍ରସ୍ତୁତ କରାଯାଇ ଥାଏ। ଏହି ବିରିୟାନୀରେ ଅଣ୍ଡା ସହିତ ମର୍ଟନ ଓ ଚିକେନରେ ପ୍ରସ୍ତୁତ କରାଯାଇଥାଏ। ଏଥିସହିତ ବିଭିନ୍ନ ଫଳ ଯଥା ଡାଳିମ୍ବ କାଜୁ ସହିତ ପିଆଜ, କୋବି, ଟମାଟ ପରି ପରିବାକୁ ସୁନ୍ଦର ଭାବେ ସଜାଇ ପରଶା ଯାଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026

ଜାଭେଲିନ୍‌ରେ ଭାରତକୁ ଦୁଇଟି ପଦକ

September 28, 2026

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026
Latest News

କେନ୍ଦ୍ରାପଡା ଗସ୍ତ କଲେ ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ପ୍ରତିନିଧି ଦଳ 

September 28, 2026

କୋରାପୁଟ ଶାନ୍ତି ଲଜ୍‌ରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

September 28, 2026

ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ: SIR ପ୍ରସଙ୍ଗରେ ପି. ଚିଦାମ୍ବରମଙ୍କ ବଡ଼ ବିବୃତ୍ତି

September 28, 2026

କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ

September 28, 2026

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.