Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଖେଇ ଆସିଲା ପଂଚାୟତ ନିର୍ବାଚନ, ସବୁ ଦଳ ଫୋକସରେ ଚିତ୍ରକୋଣ୍ଡା
ଆଜିର ଖବର

ପାଖେଇ ଆସିଲା ପଂଚାୟତ ନିର୍ବାଚନ, ସବୁ ଦଳ ଫୋକସରେ ଚିତ୍ରକୋଣ୍ଡା

March 1, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମାଲକାନଗିରି: ପଂଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ ୦୧ ୭ ମସିହା ରେ ପଂଚାୟତ ନିର୍ବାଚନ ହୋଇପାରିଲା ନାହିଁ। ମାଓବାଦୀଙ୍କ ଆଗରେ ସରକାର ଏକ ପ୍ରକାର ହାର ମାନିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଓବାଦୀ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଂଚାୟତରେ ନିର୍ବାଚନ କରାଇଦେବେ ନାହିଁ ବୋଲି ଧମକ ଦେବା ପରେ ଲୋକେ ଏବଂ ପ୍ରଶାସନ ଏଠାରେ ନିର୍ବାଚନ କରିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ। ଭୋଟ ଦେଲେ ଲୋକଙ୍କ ଅଙ୍ଗୁଳି କଟାଯିବ ବୋଲି ମାଓବାଦୀ ଧମକ ଦେବା ପରେ ଲୋକେ ନିଜ ଘରୁ ପଦାକୁ ବାହାରିଲେ ନାହିଁ।

ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଯଦି କେହି ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ସଂପର୍କିତ କିଛି ବା କାର୍ଯ୍ୟ କରନ୍ତି ତେବେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେବା ପରେ ସରକାରୀ ବାବୁମାନେ ଜୀବନ ବିକଳରେ ଦାୟିତ୍ୱରୁ ନିବୃତ ରହିଲେ। ନିଜ ନିଜର ଜରୁରୀ କାମ ଦର୍ଶାଇ ନିର୍ବାଚନରୁ ଓହରି ଗଲେ। ନିର୍ବାଚନ ସରି ଚାରି ବର୍ଷ ପୁରିଲାଣି, କିନ୍ତୁ ସରକାର ଚିତ୍ରକୋଣ୍ଡାରେ ପଂଚାୟତ ନିର୍ବାଚନ କରାଇପାରିଲେ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକରେ ମୋଟ ଜନସଂଖ୍ୟା ହେଉଛି ୩୩,୫୭୯। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୫୦ ହଜାର ଡେଇଁବଣି ବୋଲି କୁହାଯାଇଛି। ଏଠାରେ ୪୨ ପ୍ରତିଶତ ଲୋକେ ସାକ୍ଷର ଅଟନ୍ତି। ସେହିପରି ଅଶୀ ପ୍ରତିଶତ ଲୋକେ ଅନୁସୂଚିତ ଜାତି ଓ ଜନଜାତିର ଅଟନ୍ତି।

ପଂଚାୟତ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡିକ ବୁଥସ୍ତରରୁ ନିଜର କର୍ମୀଙ୍କୁ ସଜବାଜ କଲେଣି। ଜିଲ୍ଲାରେ ଗତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ବିଜେପି ୧୦ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଶାସନ ଚଳାଇଛି। କଂଗ୍ରେସର ଅବସ୍ଥା ମଧ୍ୟ ବିଜେଡି ଭଳି ହୋଇଯାଇଥିଲ। ତେବେ ଆଗାମୀ ପଂଚାୟତ ନିର୍ବାଚନରେ କିନ୍ତୁ ତିନି ପ୍ରମୁଖ ଦଳ ବିଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଉଥିବା ଜଣାପଡିଛି।

ନବୀନ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି। ସେହିପରି ବିଜେପି କେନ୍ଦ୍ର ସରକାରଙ୍କର ଉନ୍ନତିମୂଳକ ଯୋଜନା ନେଇ ଲୋକଙ୍କ ପାଖେ ପହଂଚିବ। ତେବେ କଂଗ୍ରେସ କିନ୍ତୁ ଏହି ଦୁଇ ଦଳର ଦୁର୍ନୀତିର ମୁଖା ଖୋଲିବା ସହ କଂଗ୍ରେସ ହିଁ ବିକାଶ ପଥର ଏକ ମାତ୍ର ରାଜନୈତିକ ଦଳ କହି ଲୋକଙ୍କ ପାଖରେ ପହଂଚିବ ବୋଲି ଜଣାପଡିଛି।

ତେବେ ଲୋକେ କାହାକୁ ନିଜର କରିବେ ତାହା ସମୟ କହିବ। ଚିତ୍ରକୋଣ୍ଡା ବ୍ଲକରେ ମୁରବୀ ବିହିନ ଶାସନ ଚାଲିଛି। ଝବଜ୍ଞଭବୟ ଲୋକେ ନିଜର ଲୋକ ପ୍ରତିନିଧି ବାଛିନପାରି ନିଜର କୌଣସି ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରି ପାରୁନାହାଁନ୍ତି । ଯାହାଫଳରେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ସରକାରୀ ବାବୁମାନଙ୍କ ମନମୁତାବକ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ସାରିଲେଣି। ଚିତ୍ରକୋଣ୍ଡା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଯାହାକୁ ନେଇ କଂଗ୍ରେସ ହୋହାଲ୍ଲା କରୁଛି।

କିଛି ଦିନ ତଳେ ଚିତ୍ରକୋଣ୍ଡା ବିଡିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ଏହାର ଜ୍ୱଳନ୍ତ ଉଦାହରଣ। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ରହିଥିବା ୯ଟି ପଂଚାୟତକୁ ମାଓବାଦୀ ସଂପୂର୍ଣ୍ଣ ନିଜ ଅକ୍ତିଆରରେ ରଖିଛନ୍ତି। ଏବେ ଧିରେ ଧିରେ ସୁରକ୍ଷା କର୍ମୀ ଭିତରେ ପଶି ଅର୍ଦ୍ଧଧିକ ଅଂଚଳ ନିଜର ଅକ୍ତିଆରକୁ ଆଣିଥିବା ବେଳେ ଲୋକେ ରାତିରେ ଶାନ୍ତିରେ ଶୋଇ ପାରୁଛନ୍ତି। ସ୍ୱାଭିମାନଅଂଚଳ ରେ ଲୋକେ ଭୟ ଓ ଆତଙ୍କରେ ଜୀବନ କାଟୁଥିଲେ। ସୁରକ୍ଷା କର୍ମୀଙ୍କ ସାହସରେ ଲୋକେ ନିଜେ ଧନୁତୀର ଧରିଲେଣି।

ତେବେ ହୁଏତ ଆସନ୍ତା ପଂଚାୟତ ନିର୍ବାଚନ ଏଠାରେ ଶାନ୍ତିଶୃଙ୍ଖଳାର ସହ ହୋଇପାରେ ବୋଲି ଆଶା କରାଯାଏ। ଲୋକ ପ୍ରତିନିଧି ନଥିବାରୁ ଲୋକେ ବାରମ୍ବାର ମାଲକାନଗିରି ଆସି ଜିଲ୍ଲପାଳଙ୍କୁ ଗୁହାରି କରି କରି ଥକିଲେଣି। ସରକାର କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ଏଠାରେ ବିକାଶର ପାହାଡ ଛିଡା କରି ଦେଇଛନ୍ତି। କୋଟି କୋଟି ଟଙ୍କା ଦେବା ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ପହଂଚାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି।

ସବୁ ରାଜନୈତିକ ଦଳ ଚିତ୍ରକୋଣ୍ଡାକୁ ଫୋକସ କରୁଥିବା ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ୱାଭିମାନ ଅଂଚଳର ଲୋକେ ପିଚୁ ରାସ୍ତାରେ ଚାଲିପାରୁଛନ୍ତି। ଏହି ଅଂଚଳକୁ ଡିଜିଟାଲ ମୁହାଁ କରାଯାଇଛି। ସ୍ୱାଭିମାନ ଅଂଚଳର ୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୋବାଇଲ ପ୍ରଦାନ ସହ ନେଟୱର୍କ ସେବା ଯୋଗାଇ ଦିଆଯାଇଛି।

ତେବେ ଆଗାମୀ ପଂଚାୟତ ନିର୍ବାଚନକୁ ସରକାର କରାଇବାରେ ସଫଳ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

ଚିତ୍ରକୋଣ୍ଡା ବ୍ଲକ ପଂଚାୟତ ନିର୍ବାଚନ ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.