Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

March 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ଭୁବନେଶ୍ୱର, ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତାମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେଧୀରେ ଧୀରେ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଆଗକୁ ଆଗକୁ ବଢ଼ୁଛେ । ଦଳ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କାରଣରୁ ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେପି ଅଭୁତପୂର୍ବ ସଫଳତା ପ୍ରଦର୍ଶନ କରୁଛି । ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ବିଜେପିର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତା ଓ ଦାୟିତ୍ୱ ୨୦୧୯ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଛି ।

ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟକର୍ତା ମାନେ ତୃଣମୂଳ ସ୍ତରରେ ପରିଶ୍ରମ କରି ଦଳକୁ ଆହୁରି ମଜବୁତ୍ କରିବା ଦରକାର । ଓଡ଼ିଶାରେ ବିଜେପି ପାଇଁ ରାଜ୍ୟରେ ଚାଲୁଥିବା ସରକାରଙ୍କ ଦୋଷ ଦୁର୍ବଳତା ପାଇଁ କେବଳ ନକରାଞଗକ ଭୋଟ୍‌ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସକରାଞଗକ ଭୋଟର ଏକ ବିରାଟ ବଡ଼ ଯୋଗଦାନ ରହିବ ।

ଆଗାମୀ ଦିନରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଇବା ପାଇଁ ପଡ଼ିବ । ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ନୂଆ ଓ ଆତ୍ମନିର୍ଭର ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୂର୍ବାପେକ୍ଷା ଆମକୁ ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିବ । ଆମର ଉଦ୍ୟମ ଓ ଜନଆନ୍ଦୋଳନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମବୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ମୋଦି ସରକାରଙ୍କର ପୂର୍ବ ଭାରତର ବିକାଶ ଓ ଗରିବ କଲ୍ୟାଣ ଯୋଜନା ତଥା ସବକା ସାଥ୍ -ସବକା ବିକାଶ- ସବକା ବିଶ୍ୱାସର ନାରାରେ ଦଳ ବିଜୟୀ ହୋଇପାରିବ ବୋଲି ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କାର୍ଯ୍ୟକାରିଣୀ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.