Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଂଜାମ ଜିଲ୍ଲାରେ ବିଜେପି ସ୍ଥିତି ସଂଗିନ୍‌..! ଭେଣ୍ଟିଲେଟର ଅନୁସନ୍ଧାନରେ ଅକ୍ସିଜେନ୍‌କୁ ଅଣଦେଖା
ବିଶେଷ ଖବର

ଗଂଜାମ ଜିଲ୍ଲାରେ ବିଜେପି ସ୍ଥିତି ସଂଗିନ୍‌..! ଭେଣ୍ଟିଲେଟର ଅନୁସନ୍ଧାନରେ ଅକ୍ସିଜେନ୍‌କୁ ଅଣଦେଖା

March 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜେପି ନେତାଙ୍କ ପଦ ପଦବୀ ମୋହ କ୍ଷମତା ଲଢ଼େଇ ଆଗରେ ନିଜ ଦଳର ସମ୍ମାନ କେବଳ ଯାଇନି ବରଂ ମର୍ଯ୍ୟାଦାର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଗଂଜାମ ବିଶେଷ କରି ବ୍ରହ୍ମପୁରରେ ତ୍ରିକୋଣୀୟ ନେତାଙ୍କ ନିଜ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଥିବା ଚରିତ୍ରମାନେ ଦଳୀୟ ବିଚାର ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା ମହଙ୍ଗା ପଡ଼ୁଛି ବୋଲି ଚର୍ଚ୍ଚା।

ଆଗାମୀ ଦିନରେ ମେୟର ନିର୍ବାଚନ ମହାନଗର ପାଇଁ ଆଗକୁ ଆସୁଥିବାବେଳେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ପୂର୍ବତନ ବିଜେପି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁଚରଣ ପତି ନିଜ ନିଜର ଗୋଟିଏ ଗୋଟିଏ ଆଖଡ଼ାରେ ସମରସଜ୍ଜା ପ୍ରସ୍ତୁତି ବିଜେପି ରଣକୌଶଳକୁ ଦୁର୍ବଳ କରିଚାଲିଛି। ଯାହାକି ଏମାନଙ୍କ ସ୍ୱାର୍ଥ ପାଇଁ ଦଳୀୟ ବିଧିବ୍ୟବସ୍ଥା ଦିଶାହୀନ ବୋଲି ଚର୍ଚ୍ଚା।

ଏଠି ଭାଗଭାଗ ହୋଇ ବିଜେପି ସଂଗଠନ ଦୁର୍ବଳ ହେବା ସମୟରେ ରାଜ୍ୟରେ ମଧ୍ୟ କେତେଭାଗ ଯାହାର ଗଣିତ ସମସ୍ତଙ୍କୁ ଜଣା। ଏଣୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ନେଇ ଆସିକା ସଂସଦୀୟ କ୍ଷେତ୍ରରେ ନିଜ ନିଜର ପଦପଦବୀକୁ ସୁରକ୍ଷିତ କରିବାର ଚରିତ୍ରଙ୍କ ପାଇଁ ହିଁ ଦଳର ସ୍ଥିତି ବିପନ୍ନ।

ବ୍ରହ୍ମପୁର ଭୃଗୁ ବକ୍ସିପାତ୍ରଙ୍କୁ ସାଂସଦ ପ୍ରାର୍ଥୀ କରିବା ଦିନଠାରୁ ବିଜେପିର ସ୍ଥିତି ସଂଗୀନ ସଂକଟର ସମ୍ମୁଖୀନ ହୋଇଛି। ଏମାନେ ହିଁ ବିଜେଡ଼ିକୁ ମଜବୁତ କରିବା ବେଳେ ବିଜେପିର ସ୍ଥିତି ଦିନକୁ ଦିନ ତଳମୁହାଁ। ଆସିକା ନିର୍ବାଚନ ମଣ୍ଡଳୀ ସଂସଦୀୟ କ୍ଷେତ୍ର ନକହିବା ଭଲ। ଅନୀତା ଶୁଭଦର୍ଶିନୀ ପିତା ପୂର୍ବତନ ଅର୍ଥମନ୍ତ୍ରୀ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ, ମା’ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନାମରେ ପରିଚୟ। ତାଙ୍କର ନିଜସ୍ୱ ପରିଚୟ ତଥା ସାଙ୍ଗଠନିକ ଦକ୍ଷତା ନାହିଁ। ଏଣୁ ଲୋକପ୍ରିୟତାର ଅମଳ କରିବା ଆଦୌ ସହଜ ହୋଇପାରିନାହିଁ।

ଆସିକା ସଂସଦୀୟ କ୍ଷେତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପାରଦର୍ଶିତାର ପ୍ରମାଣ ଦେଇ ଚାଲିଗଲେ କିନ୍ତୁ ଅନୀତା ଶୁଭଦର୍ଶିନୀଙ୍କ ସ୍ଥିତି ତାହାଠାରୁ କୌଣସି ଗୁଣରେ ଅଧିକ ବୋଲି କୁହାଯିବ ନାହିଁ। ତାଙ୍କ ପଛରେ ନା’ ଦଳର କର୍ମୀ ଅଛନ୍ତି ନା ସଂଗଠନର ନେତୃବର୍ଗ। ଏଣୁ ଏଇ ଦୁଇ ସଂସଦୀୟ କ୍ଷେତ୍ରର ସ୍ଥିତି ଭିତରେ ଆଉଟୁ ପାଉଟୁ ହୋଇ ଦଳର କର୍ମୀମାନେ ଷଢ଼ୁଥିବାବେଳେ ଏଠାକାର ସାଙ୍ଗଠନିକ ଦକ୍ଷତାର କେନ୍ଦ୍ର ବୋଲି ଧରିନେଉଥିବା ଗଂଜାମ ବ୍ରହ୍ମପୁର ଘୁମୁସର ଦୁଇଟି ମଣ୍ଡଳ ପୁରାପୁରି ଦୁର୍ବଳ ମୁହାଁର ଏକମାତ୍ର କାରଣ।

ନୂଆ ବିଚାରଧାରା ନୂଆ ନେତୃତ୍ୱକୁ ସୁଯୋଗ ଦେବାର ଅଭାବ ଚିତ୍ର। ଆଜି ବିଜେପି ଦଳ ଗଂଜାମ ଜିଲ୍ଲାରେ ଭେଣ୍ଟିଲେଟରରେ ରହିଥିବାବେଳେ ଅକ୍ସିଜେନ ଯୋଗାଇଲା ପରି କାମ ଦେବା ପାଇଁ ଦୁଇ ତିନୋଟି ମୁହଁର ଆବଶ୍ୟକତାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବିଜେପି ଉପଲବ୍ଧ ନକରିବା ମଧ୍ୟ ବିଡ଼ମ୍ବନା। ଯେଉଁମାନଙ୍କ ହାତରେ ଆଦୌ ଖଡ଼ା ସିଝୁନି ସେମାନେ ଦଳର ପଦପଦବୀ ମାଡ଼ି ବସିଛନ୍ତି। ରାମ କୁମାର ପାତ୍ରଙ୍କୁ ବିଜେପି ଜିଲ୍ଲାରେ ଦକ୍ଷ, ସଂଗଠନ ବୋଲି ଗ୍ରହଣ ନ କରି ତାଙ୍କର ଅନୁଭବ ଏବଂ ପାରଦର୍ଶିତାକୁ ଗୌଣ କରିବା ସବୁଠାରୁ ବଡ଼ ଭୁଲ।

ବିଭୂତି ଜେନାଙ୍କ ବିକଳ୍ପ ଭାବରେ ରାମ ପାତ୍ରଙ୍କୁ ବହୁ ଆଗରୁ ସଂଗଠନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ଗଂଜାମରେ ସ୍ଥିତି ଭଲ ରହିଥାନ୍ତା। ଅପରପକ୍ଷେ ଡା. ସୁବାଷ ଚନ୍ଦ୍ର ସାହୁଙ୍କ ପରି ଜଣେ ଉଦ୍ୟମୀ ଉତ୍ସାହୀ, ଦକ୍ଷ ବ୍ୟକ୍ତିତ୍ୱକୁ ବିଜେପିର ଡର କାହିଁକି ? ଭୃଗୁ ବକ୍ସିପାତ୍ରଙ୍କ ବିକଳ୍ପ ଭାବରେ ଡ଼ାକ୍ତର ସୁବାଷ ଚନ୍ଦ୍ର ସାହୁଙ୍କୁ ହିଁ ଗ୍ରହଣ କରିବା ଗ୍ରହଣୀୟ ବୋଲି ସାଧାରଣ ଜନତା ଚିନ୍ତା କରୁଛନ୍ତି। କାହ୍ନୁ ପତି ଏବଂ ବିଜୟ ସ୍ୱାଇଁଙ୍କ ପାଇଁ ବିଜେପିର ଅଧିକ କ୍ଷତି ହୋଇସାରିଛି। ଯେଉଁ କ୍ଷତି ପୂରଣ ପାଇଁ ସୁବାସ ସାହୁ ସମର୍ଥ ହେବେ।

ଅନ୍ୟପଟରେ ଅପରାଜିତା ଷଡ଼ଙ୍ଗୀଙ୍କ ଶୁଭଦୃଷ୍ଟିରେ ରହିଥିବା ଗଂଜାମ ଜିଲ୍ଲାର ଜଣେ ଯୁବ ପ୍ରତିଭା କବି, ସାହିତ୍ୟିକ, ଲେଖକ ତଥା ଆୟୁର୍ବେଦ ଡ଼ା. ସାଗର ରଂଜନ ତ୍ରିପାଠୀଙ୍କୁ ନେଇ ଭୁବନେଶ୍ୱରରେ ଅଧିକ ଚର୍ଚ୍ଚା। ସେ ଯଦିଚ ଦଳର ସକ୍ରିୟ କାର୍ଯ୍ୟଧାରାରୁ ବହୁ ଦୂରରେ ତଥାପି ତାଙ୍କର ବ୍ୟକ୍ତିତ୍ୱ ଆଗାମୀ ଦିନରେ ନିଶ୍ଚୟ ଏକ ସମ୍ଭାବନାକୁ ତିଆରି କରିବାର ପ୍ରସ୍ତୁତି ଚାଲିଛି।

ସମର୍ଥ ପରିବାର ଉଦ୍‌ଘାଟନ ଦିବସରେ ଡା. ସାଗର ରଂଜନ ତ୍ରିପାଠୀଙ୍କ ଅଭିଭାଷଣରୁ ଗଂଜାମ ଜିଲ୍ଲାର ସ୍ଥିତି ସଂପର୍କରେ ଯେଉଁ ଅଭିଭାଷଣ ରଖିଥିଲେ ଅପରାଜିତା ଷଡ଼ଙ୍ଗୀଙ୍କ ଶିବିରରେ ସେ ଲୋକପ୍ରିୟତାର ସବୁଠାରୁ ଶୀର୍ଷରେ। ଏଣୁ ଗଂଜାମ ଜିଲ୍ଲାରେ ବିଜେପିର ନୂତନ ସଂସ୍କରଣରେ ତିନିମୁହଁକୁ ଯୋଡ଼ି ଦେଇ ବାଛବିଚାର ବ୍ୟବଧାନଠାରୁ ଉର୍ଦ୍ଧ୍ୱରେ ରହି ଯଦି ଗଂଜାମ ଜିଲ୍ଲାରେ ସାଙ୍ଗଠନିକ ବ୍ୟବସ୍ଥାକୁ ଯୋଡ଼ିବାକୁ ପ୍ରୟାସ ହୁଏ ନିଶ୍ଚୟ ଭିନ୍ନ ସ୍ୱାଦର ଖେଳ ହେବ।

ଆଜି ବ୍ରହ୍ମପୁରରେ ନୂଆ ଚେହେରାକୁ ଆଣିବା ପାଇଁ ବିଜେପି ଦଳର ସ୍ଥାନୀୟ କର୍ମୀ ଓ ସଂଗଠନର କାରିଗରମାନେ ହିଚ୍‌କିଚ୍ ହେବା ବଦଳରେ ପରସ୍ପର ମଧ୍ୟରେ ବୁଝାମଣା କରି ମିଳିମିଶି ଯଦି ସଜାଡ଼ି ନେବେ ତେବେ ଆଗାମୀ ଦିନରେ ବିଜେପିରେ ବହୁ ସମ୍ଭାବନା ସୃଷ୍ଟି ହେବ। ଅପରାଜିତା ଷଡ଼ଙ୍ଗୀଙ୍କୁ ଆଣିବା ପାଇଁ ଖୁବ୍‌ଶୀଘ୍ର କିଛି ଦଳୀୟ କର୍ମୀ ଯୋଜନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କର ଆଗମନ ଯେ ନିଶ୍ଚିତ। ସାଙ୍ଗଠନିକ ଦାୟିତ୍ୱଠାରୁ ଉର୍ଦ୍ଧ୍ୱରେ ରହି ସେ ଯେଉଁ ରାଜନୀତିର ପରିଭାଷାକୁ ବଦଳାଇ କାର୍ଯ୍ୟ କରୁଛନ୍ତି ଆଗାମୀ ଦିନରେ ଅପରାଜିତା ଷଡ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆଗକୁ ଯେ ନଯାଇ ପାରିବେ କିଏ କହିବ।

ଏଣୁ ଜିଲ୍ଲାସ୍ତରରେ ଗଂଜାମର ସଂଗଠନ ଦାୟିତ୍ୱ ବୁଝୁଥିବା ଚରିତ୍ରମାନେ ପରସ୍ପର ମଧ୍ୟରେ ଭେଦଭାବ ଭୁଲି, ପରାମର୍ଶ ନେଇ, ସଂକୀର୍ଣ୍ଣ ମାନସିକତାରୁ ଉର୍ଦ୍ଧ୍ୱରେ ରହି ପଦ୍ମର ପାଖୁଡ଼ାକୁ ମଉଳିବାକୁ ନଦେଇ ବରଂ ପଦ୍ମ ଫୁଟାଇବା ପ୍ରୟାସ କରିଲେ ଜିଲ୍ଲା ବିଜେପି ବିଧି ବ୍ୟବସ୍ଥାରେ କିଛିଟା ଆଶା ସଂଚାର ହେବ ନୋହିଲେ ବିଜେପିର ସ୍ଥିତି ଗଂଜାମ ପାଇଁ ଅଧିକରୁ ଅଧିକ ବିପନ୍ନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି।

ଅପରାଜିତା ଷଡଙ୍ଗୀ ଗଂଜାମ ଜିଲ୍ଲା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Latest News

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.