Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ନଷ୍ଟ ହେଲା 49 ଲକ୍ଷ କରୋନା ଟିକା, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଜାତୀୟ ଖବର

ଦେଶରେ ନଷ୍ଟ ହେଲା 49 ଲକ୍ଷ କରୋନା ଟିକା, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

March 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋରନା କାୟା ମେଲାଇବା ପରେ ସାରା ଦେଶ କାହିଁକି ପୃଥିବୀରେ ସମସ୍ତେ ଏକ ଆତଙ୍କିତ ଅବସ୍ଥାରେ ଥିଲେ। ଟିକା କେବେ ଆସିବା ବୋଲି ସମସ୍ତେ ଅପେକ୍ଷା କରି ରହିଥିଲେ। କେଉଁ ଦେଶ ଆଗ ଟିକା ଆଣିବ ସେ ନେଇ ଚାଲିଥିଲା ପ୍ରତିଯୋଗୀତା। ବର୍ତ୍ତମାନ ଟିକା ଆସିଲାଣି। ଲୋକଙ୍କୁ ମଧ୍ୟ ଟିକା ଦିଆଗଲାଣି। ହେଲେ ଏବେ ଏକ ଚକିତ କରିବା ପରି ଖବର ଆସିଛି। ତାହା ହେଉଛି ଦେଶରେ ବର୍ତ୍ତମାନ 49 ଲକ୍ଷ ଟିକା ନଷ୍ଟ ହୋଇଛି। ତେବେ ଏହି ତଥ୍ୟ ଆଉ କେହି ଦେଇ ନାହାଁନ୍ତି, ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଟିକାକରଣ କେତେଦୂର ଗଲା ବୋଲି ଆଲୋଚନା କରୁଥିଲେ। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ 49 ଲକ୍ଷ ଟିକା ନଷ୍ଟ ହୋଇଗଲାଣି। ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ଲୋକର ସ୍ବାସ୍ଥ୍ୟର ଅଧିକାର ଛଡାଇ ନେବା। ସେଥିପାଇଁ ଟିକାକରଣ ଧ୍ୟାନର ସହିତ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ହିସାବରୁ ଜଣାପଡିଛି ଯେ, ବର୍ତ୍ତମାନ କରୋନା ଟିକା ଆସିବା ପରେ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ 7 କୋଟି 45 ଲକ୍ଷ ଟିକା ପ୍ରଦାନ କରାଯାଇଛି। ବିଭି୍ନ୍ନ ରାଜ୍ୟରେ ଯେତେ ପରିମାଣର ଟିକା ଗଛିତ ଅଛି ସେଥିରେ 6.5 ପ୍ରତିଶତ ଟିକା ନଷ୍ଟ ହୋଇଛି। ସେହି ହିସାବରେ ଦେଖିବାକୁ ଗଲେ ଏହି ନଷ୍ଟର ପରିମାଣ 49 ଲକ୍ଷ ହେବ।

ରାଜ୍ୟ ସ୍ତରୀୟ ହିସାବ କଲେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହେଉଛି। ତେଲେଙ୍ଗାନାରେ ୧୭.୬ ପ୍ରତିଶତ ଓ ଆନ୍ଧ୍ରରେ ୧୧.୬ ପ୍ରତିଶତ ଟିକା ନଷ୍ଟ ହେଉଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ୯.୪ ପ୍ରତିଶତ ଟିକା ନଷ୍ଟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେଥିପାଇଁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ଗୁଜୁରାଟ, ତାମିଲନାଡୁ ଏବଂ ପଂଜାବରୁ ଅଧିକ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହି ରାଜ୍ୟରେ କୋଭିଡ ଟେଷ୍ଟକୁ ଜୋରଦାର କରିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଉ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଯୋଗଦେଇ ନ ଥିଲେ।

ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ମୁଖ୍ୟମନ୍ତ୍ରୀ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026

ଇକୋ ରିଟ୍ରିଟ୍‍ ପରିଚାଳନା ପାଇଁ ଦୁଇଟି ସଂସ୍ଥାକୁ ଦିଆଯିବ ୩୦ କୋଟିିିି ଟଙ୍କା

February 22, 2026

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

February 22, 2026

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026
Latest News

ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

February 22, 2026

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

February 22, 2026

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026

ଇକୋ ରିଟ୍ରିଟ୍‍ ପରିଚାଳନା ପାଇଁ ଦୁଇଟି ସଂସ୍ଥାକୁ ଦିଆଯିବ ୩୦ କୋଟିିିି ଟଙ୍କା

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.