Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରାଜ୍ୟସଭାରେ ମେଡିକାଲ ଟର୍ମିନେସନ (ଗର୍ଭପାତ) ସଂଶୋଧନ ବିଲ୍‍ ୨୦୨୧ ଗୃହୀତ
ଅନ୍ତରାଷ୍ଟ୍ରୀୟ

ରାଜ୍ୟସଭାରେ ମେଡିକାଲ ଟର୍ମିନେସନ (ଗର୍ଭପାତ) ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

March 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭାରେ ମେଡିକାଲ ଟର୍ମିନେସନ (ଗର୍ଭପାତ) ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

ନୂଆଦିଲ୍ଲୀ, ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (ମେଡିକାଲ ଟର୍ମିନେସନ ଅଫ୍‍ ପ୍ରେଗେନ୍ସି) ୨୦୨୧ ଗୃହୀତ ହୋଇଛି । ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା ।

ସଂଶୋଧନର ମୁଖ୍ୟାଂଶ

  1. ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର ଗର୍ଭପାତ କରାଯାଇପାରିବ । ଆଗରୁ ଏହି ସମୟସୀମା ୨୦ ସପ୍ତାହ ଥିଲା ।
  2. ବିଶେଷକରି ବଳାତ୍କାର, ଭିନ୍ନକ୍ଷମ ମହିଳା, ବଳାତ୍କୃତା ନାବାଳିକା ତଥା କୌଟୁମ୍ବିକ ବଳାତ୍କାର ଦ୍ୱାରା ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ଗର୍ଭପାତ ସୁବିଧା ମିଳିବ ।
  3. ଏହି ଗର୍ଭପାତ ପାଇଁ ଚିକିତ୍ସକ ଓ ଆଇନ ବିଶାରଦଙ୍କ ମତାମତ ନେବାକୁ ପଡିବ ।
  4. ଭ୍ରୁଣର ଅନିୟମିତତା ପାଇଁ ଏହି ପରିବର୍ଦ୍ଧିତ ୨୪ ସପ୍ତାହ ଆପଣାଛାଏଁ ଲାଗୁହେବ ନାହିଁ।
  5. ମେଡିକାଲ ବୋର୍ଡର ମତାମତ ଓ ସବିଶେଷ ତଥ୍ୟ ପରେ ଆବଶ୍ୟକ ପଡିଲେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇହେବ ।
  6. ଯେଉଁ ମହିଳାଙ୍କର ଗର୍ଭପାତ କରାଯାଇଥିବ ତାଙ୍କର ନାମ ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ସାଧାରଣତଃ ଗୁପ୍ତ ରଖାଯିବ । କେବଳ ଆଇନଗତ ଓ ଜରୁରୀ ଆବଶ୍ୟକତା ନିମନ୍ତେ ଏହି ତଥ୍ୟ ଜଣେ ଅଧିକୃତ ବ୍ୟକ୍ତିବିଶେଷଙ୍କୁ ଦେଇହେବ ।
  7. ଡାକ୍ତରୀ ଗର୍ଭପାତ ସଂଶୋଧନ ବିଲ୍‍ର ଉଦ୍ଦେଶ୍ୟ ହେଲା ନିରାପଦ ଓ ଆଇନ ସମ୍ମତଭାବେ ଡାକ୍ତରଖାନାରେ ଗର୍ଭପାତ କରାଇବା ।
  8. ସ୍ୱାସ୍ଥ୍ୟଗତ, ମାନବିକ, ସାମାଜିକ, ଆନୁବଂଶିକ, ବ୍ୟାଧି ଆଦି କାରଣରୁ ମହିଳାଙ୍କୁ ନିରାପଦ ଗର୍ଭପାତ ସୁବିଧା ଦେବା ପାଇଁ ଏହି ବିଲ୍‍ ଉଦ୍ଦିଷ୍ଟ ।
  9. ଏହାଛଡା ଗର୍ଭପାତ ବେଳେ ସମସ୍ତ ପ୍ରକାର ନିରାପଦ ଚିକିତ୍ସା ବ୍ୟବସ୍ଥା ସଂପୃକ୍ତ ମହିଳା ଯେପରି ପାଆନ୍ତି ତାହାର ମଧ୍ୟ ବନ୍ଦୋବସ୍ତ ଏଥିରେ କରାଯାଇଛି ।
  10. ମହିଳାମାନଙ୍କୁ ବିଭିନ୍ନ କାରଣରୁ ଗର୍ଭଧାରଣର ୨୪ ସପ୍ତାହ ପର‌୍ୟ୍ୟନ୍ତ ଡାକ୍ତରୀ ଉପାୟରେ ଗର୍ଭପାତର ସୁବିଧା ଦେବାକୁ ବିଭିନ୍ନ ମହିଳା ସଂଗଠନ ଏବଂ ସଂସ୍ଥା ପକ୍ଷରୁ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା ।
  11. ଏସବୁକୁ ବିଚାରକୁ ନେଇ ସରକାର ମହିଳାଙ୍କ ହିତରେ ଏହି ନୂଆ ବିଲ୍‍ ପ୍ରସ୍ତୁତ କରୁଛନ୍ତି।
ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.