Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ବିଜେପି ବିଧାୟକମାନେ ଖୁସି ତ !
ଜାତୀୟ ଖବର

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ବିଜେପି ବିଧାୟକମାନେ ଖୁସି ତ !

March 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ବିଜେପି ବିଧାୟକମାନେ ଖୁସି ତ !

ଭୁବନେଶ୍ବର, ବିଧାନସଭା ଚାଲିପାରୁ ନାହିଁ, ଚାଷୀଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ଏ ନେଇ ଗୃହ ଦୀର୍ଘ ଦିନ ଧରି ଅଚଳ। ତେବେ ଏହାର ସମାଧାନ କରିବ କିଏ ?  ବାଚସ୍ବତି ନା ମୁଖ୍ୟମନ୍ତ୍ରୀ। ଏହିପରି ଏକ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେଉଛି। କାରଣ ବିଜେପି ବିଧାୟକମାନେ ଏହି ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଧିକ ଭରସା ରଖିଲେ।

ଆମର ବିଧାନସଭାର ନିୟମ ଅନୁସାରେ ଗୃହର ସର୍ବକର୍ତ୍ତା ହେଉଛନ୍ତି ବାଚସ୍ପତି। ତାଙ୍କ ପାଖରେ ଗୃହ ପରିଚାଳନା ପାଇଁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି। ଗୃହ ଭିତରେ ବିଧାୟକଙ୍କର ଯେ କୌଣସି ସମସ୍ୟାର ସମାଧାନ ବାଚସ୍ପତି କରିବେ। ଗୃହ ନ ଚାଲିଲେ ସେଥିପାଇଁ ବାଚସ୍ପତି ଦାୟୀ ରହିବେ। ଏଥିରେ ଅନ୍ୟ କେହି ନୁହଁନ୍ତି। ଯଦି ବିଧାୟକଙ୍କ ସମସ୍ୟା ସମାଧାନ ନ ହେଲା ତେବେ ସେମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ ହେଉ କିମ୍ବା ଗୃହ ଭିତରେ ଧାରଣ ହେଉ, ତାହା କରିବାର ଅଧିକାର ରହିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ନେହୁରା ହେବା, କଣ ବାଚସ୍ପତି ପଦମର୍ଯ୍ୟଦାରେ ଆଞ୍ଚ ଆସିବ ନାହିଁ କି ?

ପ୍ରଥମ କଥା ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାଇନଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ଘଟଣା। ବିଧାନସଭାରେ ନୁହେଁ ଯେ କୌଣସି ସ୍ଥାନରେ ଆତ୍ମହତ୍ୟା କରିବା ନିଶ୍ଚିତ ଭାବେ ଏକ ଘୃଣ୍ୟ ପଦକ୍ଷେପ। ଅନ୍ୟପକ୍ଷରେ କରୋନା ସମୟରେ ସମସ୍ତଙ୍କ ଘରେ ମହଜୁଦ ଥିବା ସାନିଟାଇଜର ପିଇ କି ବାର୍ତ୍ତା ଦେଉଛି ବିଜେପି ? ଏହି ଘଟଣା ପରେ ବିଜେପି ଏହାକୁ ନେଇ ଦୁଃଖ ପ୍ରକାଶ କରିବା ଦୂରର କଥା ଓଲଟା ବିଭିନ୍ନ ପ୍ରସଂଗ ଉତ୍ଥାପନ କରି ଘଟଣାକୁ ଲୁଚାଇବାରେ ଲାଗିଛି। ବିଜେପିର ଏପରି ହାବଭାବ ସୁବାସ ପାଣିଗ୍ରାହୀଙ୍କର ଆତ୍ମହତ୍ୟା ପଛରେ ଦଳର ହାତ ଅଛି ବୋଲି ସାଧାରଣରେ ପ୍ରମାଣିତ ହୋଇଯାଉଛି।

ଦ୍ବୀତିୟ କଥାଟି ହେଲା ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ଗୁହାରି କରିବା ଠିକ କି ?  ସେଥିପାଇଁ କୁହାଯିବ ଯେ, ବିଜେପି ଗୋଟିଏ ଭୁଲକୁ ଲୁଚାଇବା ପାଇଁ ଆଉ ଏକ ଭୁଲ କରି ବସିଲା। ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଗୃହର ପଦମର୍ଯ୍ୟଦାକୁ ଖୁର୍ଣ୍ଣ କରୁଥିବା ବେଳେ ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ବାଚସ୍ପତି ପଦମର୍ଯ୍ୟଦାକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି।

ଆଉ ଏକ ବଡ ମଜଦାର ଘଟଣା ହେଲା ନବୀନ ନିବାସରେ ବିଜେପି ବିଧାୟକଙ୍କୁ ଫୁଲଚନ୍ଦନ ଦେଇ ଭିତରକୁ ମହିଳାମାନେ ପାଛୋଟି ନେଲେ। ଯାହା ବିଧାୟକମାନେ କେବେ ବି ଆଶା କରି ନ ଥିଲେ। ସେମାନେ ନବୀନ ନିବାସ ଘେରାଉ କରି ନିଜେ ମାଇଲେଜ ନେବେ ବୋଲି ଭାବିଥିଲେ। ହେଲେ ସେଠାରେ ସେମାନଙ୍କୁ ଯେପରି ଭବ୍ୟ ଅଭର୍ଥନା କରାଗଲା ସାଧାରଣରେ ସମସ୍ତେ ନବୀନଙ୍କ ଏହି ପଦକ୍ଷେପକୁ ପ୍ରସଂଶା କରୁଛନ୍ତି। ପ୍ରଶ୍ନ ଉଠୁଛି ବିଜେପି ବିଧାୟକମାନେ ନବୀନ ନିବାସର ଅଭ୍ୟର୍ଥନା ନେଇ ଖୁସି ତ !

ବିଜେପି ବିଧାୟକ ବିଜେପି ବିଧାୟକ ନବୀନ ନିବାସରେ
Share. Facebook Twitter LinkedIn Email WhatsApp Copy Link

Related Posts

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026
Latest News

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.