ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡାକଡି

Published: Mar 20, 2021, 10:00 am IST

ଭୁବନେଶ୍ବର, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆଜି ସଂଧ୍ୟା 6ଟାରେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବ. ପୋଲିସ ମହାନିର୍ଦ୍ଦେଶକ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭଭନ ଯାଇ ସେଠାରେ ରାତ୍ରୀଯାପନ କରିବେ।

ରବିବାର ସକାଳୁ ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଝାରସୁଗୁଡା ଯାଇ ରାଉରକେଲା ଯିବେ। ସେଠାରେ ଏନଆଇଟିର ସମାବର୍ତ୍ତି ଉତ୍ସବରେ ଯୋଗଦେବେ। ଅପରାହ୍ନରେ ରାଉରକେଲା ସୁପର ସ୍ପେସାଲିଟ ହସପିଟାଲର ଉଦଘାଟନ କରିବେ। ଏହାପରେ ସେ ରାଜଭବନ ଫେରିଆସିବେ।

ସୋମବାର ସକାଳୁ ରାଷ୍ଟ୍ରପତି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହାପରେ କୋଣାର୍କ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ କୋଣାର୍କ ମନ୍ଦିର ଦେଖିବେ। ସେଠାରୁ ଭୁବନେଶ୍ବର ବିମାନବନ୍ଦର ଆସି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Related posts