Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିଜତ ଆୟାର ମିତ୍ର ପ୍ରତି ଏ ଉଛୁଳା ପ୍ରେମର ରହସ୍ୟ କଣ?
ବିଶେଷ ଖବର

ଅଭିଜତ ଆୟାର ମିତ୍ର ପ୍ରତି ଏ ଉଛୁଳା ପ୍ରେମର ରହସ୍ୟ କଣ?

November 7, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଲେ- ତମ ଲାଗି ଜେଲ ସବୁଠୁ ସୁରକ୍ଷିତ ସ୍ଥାନ। ତାପରେ ବି ଜେଲ ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ବାକ ସ୍ବାଧିନତାର ଆଳ ଦେଖାଇ ଦିଲ୍ଲୀ ଓ ଭୁବନେଶ୍ୱର ର କିଛି ସାମ୍ବାଦିକ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଚାଲିଛନ୍ତି। କ୍ଷମା ମାଗି ସାରିବା ପରେ ତାଙ୍କୁ ଜେଲ ରେ ରଖିବାର ଆଉ ଯଥାର୍ଥତା ନାହିଁ ବୋଲି କିଛି ସାମ୍ବାଦିକ କହିଛନ୍ତି ଓ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି। ତେବେ ଏ ମାମଲା ଏବେ ଅଦାଲତର ବିଚାରାଧୀନ ରହିଥିବାରୁ, ଗଣ ମାଧ୍ୟମରେ କ୍ଷମା ମାଗିବା, ନ ମାଗିବା ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଅଭିଜିତ ଏବେ ଗିରଫ ହୋଇ ଜେଲ ରେ ଅଛନ୍ତି। ତାଙ୍କର ପୋଲିସ ରିମାଣ୍ଡ ସରିବା ପରେ ଏବେ ତାଙ୍କୁ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।

ବାସ୍ତବ ସ୍ଥିତି ଦେଖିଲେ, ଏ ପ୍ରସଙ୍ଗରେ ପୋଲିସ ବା ରାଜ୍ୟ ସରକାର ଅଧିକ କିଛି କରିପାରିବେ ନାହିଁ। ଅଭିଜିତଙ୍କ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଜନମତ ଯେତେ ତୀବ୍ର ଥିଲା ସେଥିରେ ରାଜ୍ୟ ସରକାର ତାଙ୍କୁ ଗିରଫ ନକରି ଛାଡି ଦେବାର କୌଣସି ସମ୍ଭାବନା ନଥିଲା। ଅପରପକ୍ଷରେ ଅଭିଜିତ ସୁପ୍ରିମ କୋର୍ଟରୁ ଆଗୁଆ ଜାମିନ ପାଇବାରୁ ବଞ୍ଚିତ ହୋଇଥିବାରୁ ତାଙ୍କୁ ନିମ୍ନ ଅଦାଲତ ସହଜରେ ଜାମିନ ଦେବା ସମ୍ଭବ ନୁହେଁ। ରାଜ୍ୟ ପୋଲିସ ଏ କ୍ଷେତ୍ରରେ ଆଇନ ଅନୁସାରେ କାମ କରିବାକୁ ବାଧ୍ୟ।

ତେବେ ଏହି ଘଟଣାରେ ତଥାକଥିତ ବୁଦ୍ଧିଜୀବୀମାନଙ୍କ ପ୍ରତିକ୍ରିୟା ବେଶ ପିଲାଳିଆ ମାନେ ହେଉଛି। ଜଣେ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଛନ୍ତି, – ‘ସାହସୀ ପୋଲିସ ଏ ବିଷୟରେ କଣ ତଦନ୍ତ କରୁଛି? ଅଭିଜିତଙ୍କ ସହ କିଛି ସନ୍ତ୍ରାସବାଦୀ ସଂଯୋଗ ଅଛି ବୋଲି ସେମାନେ ଭାବୁଛନ୍ତି କି? ଏହା ବାସ୍ତବରେ ହାସ୍ୟାସ୍ପଦ ଓ ମୁଁ ଭାବୁଛି, ବିଜ୍ଞ ଓଡିଆ ମାନେ ଏହାକୁ ରୁଗ୍ଣ ମାନସିକତା ବୋଲି ଭାବିବା ଉଚିତ।‘ ରୁବେନ ବୋଧେ ଆଇନର ଉର୍ଦ୍ଧ୍ଵରେ ଓ ସେ ବୋଧେ ଭାବୁଛନ୍ତି, ଓଡିଶା ପୋଲିସ ବୋଧହୁଏ ସରକାରୀ ଶିକ୍ଷକ ଭଳି କାମ କରିବା ଉଚିତ। ପିଲା କ୍ଷମା ମାଗିଲେ, ଶିକ୍ଷକ ଯେମିତି କ୍ଷମା ଦେଇ ଦିଅନ୍ତି ଏ କ୍ଷେତ୍ରରେ ପୋଲିସ ସେୟା କରିବା ଉଚିତ ବୋଲି ବୋଧେ ସେ ଭାବୁଛନ୍ତି।

ଅଭିଜିତ ଗଣମାଧ୍ୟମ ଆଗରେ ଯେଉଁ କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତାଙ୍କ ବିରୋଧରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସେଥିରେ କେବଳ ଅଦାଲତ ହିଁ ତାଙ୍କୁ କ୍ଷମା କରିପାରିବେ। ଅଦାଲତର ସ୍ଵାଭାବିକ ପ୍ରକ୍ରିୟା ଦେଇ ଅଭିଜିତଙ୍କ ବିରୋଧରେ ରହିଥିବା ଅଭିଯୋଗର ବିଚାର ହେବ। ତାକୁ ନେଇ ଅଯଥା ରାଜନୀତି କରିବାର କୌଣସି କାରଣ ନାହିଁ।

ଅନ୍ୟ ଏକ ଘଟଣାକ୍ରମରେ ଅଭିଜିତଙ୍କୁ ଜାମିନ ନମିଳିବା ପଛରେ ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ପୂର୍ବରୁ ଅଭିଜିତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିସାରିବା ପରେ ଏବେ ହଠାତ ବୈଜୟନ୍ତଙ୍କ ଅଭିଜିତ ପ୍ରେମ ଅନେକ ସନ୍ଦେହ ସୃଷ୍ଟି କରୁଛି। ବୈଜୟନ୍ତ ଓ ଅଭିଜିତ ସମ୍ପର୍କ ରେ ଅନେକ ରହସ୍ୟମୟ ଦିଗ ଥାଇପାରେ ବୋଲି ଏବେ ସନ୍ଦେହ ବଢୁଛି। ନଚେତ ଅନାବଶ୍ୟକ ଭାବରେ ବୈଜୟନ୍ତ ବାବୁ ଏ ପ୍ରସଙ୍ଗରେ ଏତେ ପ୍ରତିକ୍ରିୟାଶୀଳ ହେବାର କାରଣ କଣ? ସ୍ଵାଭାବିକ ପ୍ରକ୍ରିୟାରେ ଅଭିଜିତଙ୍କୁ ଜାମିନ ମିଳିବା ଯାଏଁ ଅପେକ୍ଷା କରିବାରେ ଅସୁବିଧା କଣ?

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ନିର୍ମାଣ ହେବ ୫ ମହଲା ଚାନ୍ଦୁଆ ବଜାର

June 4, 2026

ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତ

June 4, 2026

ଆଫଗାନିସ୍ତାନ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା?: କୋହଲିଙ୍କ ପରେ ରୋହିତ ଶର୍ମା ଆଉଟ!

June 4, 2026
Latest News

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଆଜି ଜୁନ ୫ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଭାଗ୍ୟ ଚମକିବ, କରନ୍ତୁ ଏହି କାମ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026

ଇଭି ଭଡା ଦେୟ ଧାର୍ଯ୍ୟ କଲେ ସରକାର

June 4, 2026

ବାଲିଅନ୍ତାରେ ଯୁବକଙ୍କୁ ଛୁରା ମାଡ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.