Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ସରକାରଙ୍କ ବର୍ଷପୂର୍ତ୍ତି, ମଇ ୧୫ରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ବିଭିନ୍ନ ବିଭାଗର ସମୀକ୍ଷା
ବିଶେଷ ଖବର

ନବୀନ ସରକାରଙ୍କ ବର୍ଷପୂର୍ତ୍ତି, ମଇ ୧୫ରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ବିଭିନ୍ନ ବିଭାଗର ସମୀକ୍ଷା

April 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର , ଆଗାମୀ ମଇ ୨୯ତାରିଖ ଦିନ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ଵର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର‌୍ୟ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ ।

ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି।ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ର ର ମର‌୍ୟ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୧୯ ମଇ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇ ଥିଲେ । ଆଗାମୀ ମଇ ୨୯ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ। ୨୦୧୪ ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ।

ନବୀନ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026
Latest News

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.