Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭର୍ତ୍ତୁହରି ମହତାବ ଉପାଖ୍ୟାନ, ବିଜେଡି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି
ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭର୍ତ୍ତୁହରି ମହତାବ ଉପାଖ୍ୟାନ, ବିଜେଡି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି

April 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭର୍ତ୍ତୁହରି ମହତାବ ଉପାଖ୍ୟାନ, ବିଜେଡି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି

ଭୁବନେଶ୍ବର, ପ୍ରଜାତନ୍ତ୍ରର ବିଷୁବ ମିଳନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହି ସଭା କୌଣସି ରାଜନୈତିକ ସଭା ନ ଥିଲା। ହେଲେ ସେଥିରେ ଧର୍ମେନ୍ଦ୍ର କହିଲେ ଯେ, ଭର୍ତ୍ତୁହରି ମହତାବଙ୍କୁ ବିଜେଡି ଅବହେଳା କରୁଛି। ସେହି ସଭାରେ ଥିଲେ ଖୋଦ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ବିଜେଡି ଭର୍ତ୍ତୁହରିଙ୍କୁ ଅବହେଳା କରିଛି କି ନାହିଁ ତାହା ଭିନ୍ନ କଥା। ହେଲେ ଏହି ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭର୍ତ୍ତୁହରିଙ୍କୁ ବିଜେଡି ଅବହେଳା କରିବା ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କୁ ବାଧା ଲାଗିଛି। କାରଣ ବିଜେଡି କାହାକୁ ଅବହେଳା କରିବ କାହାକୁ ଉପରକୁ ଉଠାଇବେ ତାହା ତାଙ୍କର ଦଳୀୟ କଥା। ସେଥିପାଇଁ ବିଜେଡି କେବେ ବି ଧର୍ମେନ୍ଦ୍ରଙ୍କର ଉପଦେଶ ନେବ ନାହିଁ। ଏପରି ଜାଣି ସୁଦ୍ଧା ଏକ ସାହିତ୍ୟ ସମ୍ମିଳନୀରେ ରାଜନୀତି ପୁରାଇବାର କଣ ଆବଶ୍ୟକତା ଥିଲା ତାହା ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଏହାର ଠିକ ଅଳ୍ପ ଦିନ ପୂର୍ବର କଥା। ନୂଆଦିଲ୍ଲୀରେ ଡ ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସର ହିନ୍ଦି ସଂସ୍କୃରଣ ଉନମୋଚିତ ହେଉଥିଲା। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ। ଭର୍ତ୍ତୁହରି ଏହି ବୈଠକରେ ଆୟୋଜକ ଥିଲେ। ସେଥିରେ ପ୍ରଧାନମନ୍ତ୍ରୀ ଭର୍ତ୍ତୁହରିଙ୍କୁ ପ୍ରଶଂସାରେ ପୋତି ପକାଇ ଥିଲେ। ଭର୍ତ୍ତୁହରି ଜଣେ ଭଲ ସାଂସଦ ଭାବେ ଉପସ୍ଥାପିତ କଲେ। ଏପରିକି ସେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତାଙ୍କ ପୁତ୍ର ହୋଇଥିଲେ ମଧ୍ୟ ତାଙ୍କର ବ୍ୟବହାର ବେଶ ଅମାୟିକ ବୋଲି କହିଥିଲେ।

ସେତିକି ନୁହେଁ ସେହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭର୍ତ୍ତୁହରିଙ୍କୁ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ଭର୍ତ୍ତୁହରି ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଏହାର କିଛି ଦିନ ପରେ ଧର୍ମେନ୍ଦ୍ର ଭର୍ତ୍ତୁହରିଙ୍କୁ ବିଜେଡି ଅବହେଳା କରୁଛି ବୋଲି କହିବା ରାଜନୈତିକ ମହଲରେ ବେଶ ଗୁଂଜରଣ ସୃଷ୍ଟି ହୋଇଛି।

ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡିର ସଂଗଠକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ସିଧା କହିଛନ୍ତି ଯେ, “ଭାଇ ଧର୍ମେନ୍ଦ୍ର , ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।“ ଏଥିରେ ଧର୍ମେନ୍ଦ୍ର ଭର୍ତ୍ତୁହରିଙ୍କ ବୁଦ୍ଧିମାନ ଏବଂ ଅଭିଜ୍ଞତାକୁ ଆବିଷ୍କାର କରିଥିବାରୁ ତାଙ୍କୁ କଲମ୍ବସ ଭାବେ ପ୍ରଣବ ସମାଲୋଚନା କରିଛନ୍ତି। ସେହିପରି ବିଜେପି କିପିର ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କୁ ଅବହେଳା କରିଛି ତାହା କହିଛନ୍ତି।

ପ୍ରଣବଙ୍କ ଏପରି ଉକ୍ତିକୁ ବିଜେପି ତରଫରୁ ମଧ୍ୟ ଦଳର ନେତାମାନେ ସମାଲୋଚନା କରିଛନ୍ତି। ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, “ଭାରତୀୟ ଜନତା ପାର୍ଟି ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଦେଇଥାଏ ,ଏହା ଗୋଟିଏ ଶୃଙ୍ଖଳିତ ଦଳ ଏଥିରେ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ମୂଲ୍ୟବାନ। ଏକଥା କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ । ଅନ୍ୟ ମାନଙ୍କୁ ଉପଦେଶଦେବା ଅପେକ୍ଷା ନିଜ ଦଳର ନେତାଙ୍କୁ ସମ୍ମାନ ଦିଅନ୍ତୁ।“  ସେହିପରି ଠାକୁର ରଣଜିତ ଦାସ ସହିତ ବହୁ ନେତା ଓ ଭକ୍ତମାନେ ପ୍ରଣବଙ୍କ ଏହି ଉକ୍ତିକୁ ସମାଲୋଚନା କରିଛନ୍ତି।

ତେବେ ରାଜନୀତିରେ ଶାସକ ଓ ବିରୋଧୀ କାଦୁଅ ଫିଙ୍ଗାଫିଙ୍ଗି ହେବା ସ୍ବାଭାବିକ। ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରକୃତରେ କଣ ଭର୍ତ୍ତୁହରି ମହତାବ ଦଳରେ ଅବହେଳିତ କି ? ଏହାର ଉତ୍ତରରେ ଭର୍ତ୍ତୁହରିଙ୍କ ଭର୍ତ୍ତୁହରି ମହତାବଙ୍କ ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ସେ ହେଉଛନ୍ତି ବିଜେଡିର ଜଣେ ଏପରି ବ୍ୟକ୍ତିତ୍ବ ଯେ ଲାଗତର ଟିକେଟ ପାଇ କଟକରୁ ଜିତି ଆସୁଛନ୍ତି।

ଗତ ନିର୍ବାଚନରେ ଅନେକ ପୂର୍ବତନ ସାଂସଦଙ୍କ ଟିକେଟ କଟିଥିବା ବେଳେ ତାଙ୍କୁ କିନ୍ତୁ ଦଳ ଭରସା କରି ଟିକେଟ ଦେଇଥିଲା। ଆଉ ଭର୍ତ୍ତୁହରି କଟକରୁ ସାଂସଦ ଭାବେ ଜିତି ଆସିଲେ। ସେ 1998 ମସିହାରୁ 6 ଥର ସାଂସଦ ଭାବେ ଜିତି ଆସୁଛନ୍ତି। ତେବେ ଧର୍ମେନ୍ଦ୍ର ପ୍ରଧାନ କହିପାରିବେ କି ଏହା କଣ ବିଜେଡିର ଅବହେଳା? ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଜେଡିରେ ଯେଉଁମାନେ ପ୍ରକୃତ ଅବହେଳିତ ସେମାନଙ୍କ କଥା ଧର୍ମେନ୍ଦ୍ର କେବେ କହି ନାହାଁନ୍ତି। ହେଲେ ଭର୍ତ୍ତୁହରିଙ୍କ ପାଇଁ ଏପରି ଦୁଃଖ କରିବା ନିଶ୍ଚିତ କିଛି ଭିତିରିଆ ରାଜନୀତି ରହିଥିବାର ସ୍ପଷ୍ଟ ଅନୁମାନ କରାଯାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ପ୍ରଣବ ପ୍ରକାଶ ଦାସ ଭର୍ତ୍ତୁହରି ମହତାବ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.