Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମସ୍ତଙ୍କୁ ଟିକା ନେବାକୁ ହେବ ଆଉ ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ସମସ୍ତଙ୍କୁ ଟିକା ନେବାକୁ ହେବ ଆଉ ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

April 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଆମ ସମସ୍ତଙ୍କର ଧୈର୍ଯ୍ୟ ଓ ଦୁଃଖ ସହିବାର ସୀମାକୁ ପରଖୁଛି। ଅନେକ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି। କରୋନାର ପ୍ରଥମ ଲହରକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଉତ୍ସାହରେ ପରିପୂର୍ଣ୍ଣ ଥିଲା, ଆତ୍ମବିଶ୍ୱାସରେ ଭରି ରହିଥିଲା, କିନ୍ତୁ ଏହି ଝଡ଼ ଦେଶକୁ ଦୋହଲାଇ ଦେଇଛି।

ବିଗତ ଦିନରେ ଏହି ସଙ୍କଟର ମୁକାବିଲା ପାଇଁ, ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ମୋର ଦୀର୍ଘ ଆଲୋଚନା ହୋଇଛି। ଆମର ଔଷଧ ପ୍ରସ୍ତୁତି ଶିଳ୍ପ ସହ ଜଡ଼ିତ ଲୋକ ହୁଅନ୍ତୁ, ଟିକା ନିର୍ମାତା ହୁଅନ୍ତୁ, ଅମ୍ଳଜାନ ପ୍ରସ୍ତୁତି ସହ ଜଡ଼ିତ ଲୋକ ହୁଅନ୍ତୁ କିମ୍ବା ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ହୁଅନ୍ତୁ, ସେମାନେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଛନ୍ତି।

ଏବେ ଆମକୁ ଏହି ସଂଗ୍ରାମରେ ବିଜୟ ଲାଭ କରିବାକୁ ହେଲେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ପରାମର୍ଶକୁ ଅଗ୍ରାଧିକାର ଦେବାକୁ ହେବ। ରାଜ୍ୟ ସରକାରମାନଙ୍କର ପ୍ରଚେଷ୍ଟାକୁ ଆଗକୁ ବଢ଼ାଇବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ନିଜ ଦାୟିତ୍ୱ ନିର୍ବାହ କରିବାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି।

କରୋନା ବିରୁଦ୍ଧରେ ବର୍ତ୍ତମାନ ଦେଶର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ସଂଗ୍ରାମ ଚଳାଇଛନ୍ତି। ଗତବର୍ଷ ଏହି ବ୍ୟାଧିକୁ ନେଇ ସେମାନେ ଅନେକ ଅନୁଭୂତି ସାଉଁଟିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି “ମନ୍ କୀ ବାତ୍” ର ସମଗ୍ର ଆଲୋଚନାକୁ ମୁଁ କରୋନା ମହାମାରୀ ଉପରେ ହିଁ ରଖିଥିଲି। କାରଣ ଆଜି ଆମର ସବୁଠୁ ବଡ଼ ପ୍ରାଥମିକତା ହେଉଛି ଏହି ମହାମାରୀକୁ ପରାଜିତ କରିବା। ଆଜି ଭଗବାନ ମହାବୀରଙ୍କ ଜୟନ୍ତୀ। ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି। ଭଗବାନ ମହାବୀରଙ୍କ ଦର୍ଶନ ଆମକୁ ତପ ଏବଂ ଆତ୍ମସଂଯମର ପ୍ରେରଣା ଦିଏ। ଏବେ ରମଜାନର ପବିତ୍ର ମାସ ବି ଚାଲୁରହିଛି। ଆଗକୁ ଅଛି ବୁଦ୍ଧ ପୂର୍ଣ୍ଣିମା। ଗୁରୁ ତେଗ୍ ବାହାଦୁରଙ୍କର ୪୦୦ତମ ପ୍ରକାଶ ପର୍ବ ବି ପାଳନ କରାଯିବ। ଗୋଟିଏ ମହତ୍ୱପୂର୍ଣ୍ଣ ଦିନ ହେଉଛି ‘ପୋଚିଶ ବୈଶାଖ୍’ – ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ। ଏସବୁ ଆମକୁ ପ୍ରେରଣା ଦେଇଥାଏ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ।

ଜଣେ ନାଗରିକ ଭାବରେ ଆମେ ଜୀବନରେ ନିଜର ଯେତିକି କୁଶଳତା କାମନା କରିଥାଉ ନିଜର କର୍ତ୍ତବ୍ୟକୁ ବି ସେହିଭଳି ସମ୍ପାଦନ କରିବା ଆବଶ୍ୟକ। ସଙ୍କଟରୁ ମୁକ୍ତ ହୋଇ ଭବିଷ୍ୟତ ରାସ୍ତାରେ ସେତିକି ହିଁ ଦ୍ରୁତଗତିରେ ଅଗ୍ରସର ହେବା ଜରୁରୀ। ଏହି କାମନା ସହ ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ କହିବାକୁ ଚାହୁଁଛି ଯେ ଆମ ସମସ୍ତଙ୍କୁ ଟିକା ନେବାକୁ ହେବ ଆଉ ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ। “ଦୱାଇ ଭି-କଡ଼ାଇ ଭି’ – ଏହି ମନ୍ତ୍ରକୁ କେବେ ଭୁଲିବା ନାହିଁ। ଆମେ ଖୁବ ଶୀଘ୍ର ମିଳିମିଶି ଏହି ବିପଦରୁ ମୁକୁଳିବା ବୋଲି ପ୍ରଧାନମନ୍ତ୍ରୀ ଏହି “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କହିଛନ୍ତି।

ନରେନ୍ଦ୍ର ମୋଦୀ ମନ୍ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.