Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସ୍ପିଟାଲଗୁଡିକ ସଂଗ୍ରହ କରିପାରିବେ
ଜାତୀୟ ଖବର

ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସ୍ପିଟାଲଗୁଡିକ ସଂଗ୍ରହ କରିପାରିବେ

May 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସପିଟାଲଗୁଡିକ ସଂଗ୍ରହ କରିପାରିବେ

ନୂଆଦିଲ୍ଲୀ, ବୁଧବାର ଦିନ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ କେନ୍ଦ୍ର ସ୍ବାସ୍ଯ୍ ସଚିବ ରାଜେଶ ଭୂଷଣ ଏକ ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ କେନ୍ଦ୍ରୀୟ ଡ୍ରଗ୍‍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ସଂଗ୍ରହ କରିବେ।

ରାଜ୍ୟମାନଙ୍କୁ ଆହୁି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଗ୍ରହଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ। ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ। ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଂଜୁର ଟିକାର ୫୦% ସଂଗ୍ରହ କରିବା ସହିତ ରାଜ୍ୟମାନଙ୍କୁ ସେସବୁ ଉପଲବ୍ଧ କରାଇବେ ଯାହାକି ପୂର୍ବଭଳି ସଂପୂର୍ଣ୍ଣ ରୂପେ ମାଗଣାରେ ଯୋଗାଇ ଦିଆଯିବ।

ବୈଠକରେ ଦର୍ଶାଯାଇଥିଲା ଯେ କେଉଁମାନେ ଦ୍ୱିତୀୟ ଡୋଜ୍‍ କୋଭିଡ଼ ଟିକା ପାଇବେ ତାହାକୁ ରାଜ୍ୟମାନେ କୌଣସି ମତେ ଅଣଦେଖା କରିବେନାହିଁ। ରାଜ୍ୟମାନଙ୍କୁ ଟିକା ଯୋଗାଣରେ, ୭୦% ପ୍ରତିଶତ ଟିକା ଦ୍ୱିତୀୟ ଡୋଜ୍‍ ଭାବେ ଯୋଗାଇ ଦିଆଯିବ , ଯଦ୍ୟପି ୩୦% ଟିକା ପ୍ରଥମ ଡୋଜ୍‍ ପାଇଁ ସଂରକ୍ଷିତ ରଖାଯିବ।

ବୈଠକରେ ଡକ୍ଟର ଭି କେ ପଲ୍‍ ଏହି ପ୍ରସଙ୍ଗ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ୱର ସହ ପରାମର୍ଶ ଦେଇଥିଲେ ଯେ ସେମାନେ ହସପିଟାଲର ସାମର୍ଥ୍ୟ ଓ କ୍ଲିନିକାଲ ପରିଚାଳନା କ୍ଷମତାକୁ ବୃଦ୍ଧି କରିଚାଲିବା ଦରକାର। ଏଥି ମଧ୍ୟରେ ଆମ୍ବୁଲାନ୍ସ ସେବାର ସଫଳ ପରିଚାଳନା, ଜିଲ୍ଲାମାନଙ୍କରେ ଟେଷ୍ଟିଂ ସୁବିଧା ଯାହାକି ଜାତୀୟ ହାରଠାରୁ ଅଧିକ ହେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ନୂତନ ପରିବର୍ଦ୍ଧିତ ବ୍ୟବସ୍ଥା ଅନୁସାରେ ଏଚଆରକୁ ବୃଦ୍ଧି କରାଯିବା ଉପରେ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି।

ସେହିଭଳି ଟେଲିମେଡ଼ିସିନ୍‍ ସେବାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ଏ ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଣ୍ଟେନମେଣ୍ଟ ବ୍ୟବସ୍ଥା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ ଅନୁପାଳନ ନିମନ୍ତେ କୁହାଯାଇଛି।

ସେହିଭଳି ଆଇସିଏମଆରର ମହା ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଂଶୋଧିତ ଟେଷ୍ଟିଂ ନିୟମାବଳୀ ଅନୁସାରେ ଟେଷ୍ଟିଂ ସାମଗ୍ରୀ ଯଥା ଆରଟି- ପିସିଆର ପଜିଟିଭ୍‍ ଚିହ୍ନଟକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଓହରାଇ ଅଣାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ମାତ୍ରା ୧୦% ଉପରେ ରହିଛି ସେଠାରେ ଲକ୍‍ଡାଉନ୍‍ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ସେଠାରେ ଆରଟି ପିସିଆର ଟେଷ୍ଟିଂ, ଟିକାକରଣ ଏବଂ ମେଡ଼ିକାଲ କାର୍ଯ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଡକ୍ଟର ପଲ୍‍ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏନସିଡ଼ିସିର ନିର୍ଦ୍ଦେଶକ ଏହି ସମୀକ୍ଷା ବୈଠକରେ ଅବସ୍ଥା ବିଗିଡ଼ିବା ପୂର୍ବରୁ ଯଥାଶୀଘ୍ର କୋଭିଡ଼ କେଶ୍‍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିପାଇଁ ୧୦% ରୁ ଅଧିକ ସଂକ୍ରମଣରେ ଥିବା ଜିଲ୍ଲାମାନଙ୍କୁ କଣ୍ଟେନମେଣ୍ଟ୍‍ ଜୋନ୍‍ ଅଧୀନରେ ଆଣିବା ନିମନ୍ତେ ସେ ମତ ପୋଷଣ କରିଥିଲେ। ଟେଷ୍ଟିଂ ସଂସାଧନ ବୃଦ୍ଧି ଦ୍ୱାରା ଲୋକମାନଙ୍କର କୋଭିଡ଼ ପରୀକ୍ଷା ସହଜରେ କରାଯାଇପାରିବ ବୋଲି ସେ କହିଥିଲେ।

କୋଭିଡ ସମୀକ୍ଷା କୋଭିଡ଼ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026
Latest News

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.