Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶବ୍ୟାପୀ ଟିକାକରଣ ୧୬ କୋଟିକୁ ଅତିକ୍ରମ କଲା,ଗତ ୨୪ ଘଣ୍ଟାରେ ୩.୨୯ ଲକ୍ଷ ଆକ୍ରାନ୍ତ ସୁସ୍ଥ
ଜାତୀୟ ଖବର

ଦେଶବ୍ୟାପୀ ଟିକାକରଣ ୧୬ କୋଟିକୁ ଅତିକ୍ରମ କଲା,ଗତ ୨୪ ଘଣ୍ଟାରେ ୩.୨୯ ଲକ୍ଷ ଆକ୍ରାନ୍ତ ସୁସ୍ଥ

May 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି ।

୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।

୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯ ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା

ଛତିଶଗଡ଼ -୧,୦୨୬

ଦିଲ୍ଲୀ-୧,୨୯,୦୯୬

ଗୁଜରାଟ-୧,୯୬,୮୬୦

ଜମ୍ମୁ ଏବଂ କାଶ୍ମୀର-୧୬,୩୮୭

ହରିଆନା-୧,୨୩,୪୮୪

କର୍ଣ୍ଣାଟକ-୫,୩୨୮

ମହାରାଷ୍ଟ୍ର-୧,୫୩,୯୬୬

ଓଡ଼ିଶା-୨୧,୦୩୧

ପଞ୍ଜାବ-୧,୫୩୫

ରାଜସ୍ଥାନ-୧,୮୦,୨୪୨

ତାମିଲନାଡ଼ୁ- ୬,୪୧୫

ଉତ୍ତର ପ୍ରଦେଶ – ୬୮,୮୯୩

ଆଜି ସକାଳ ୭ଟା ସୁଦ୍ଧା ୨୯ ଲକ୍ଷ ସେସନରେ ମୋଟ ୧୬ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪ ଲକ୍ଷ ୮୦ ହଜାର ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୩ ଲକ୍ଷ ୫୪ ହଜାର ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧ କୋଟି ୩୬ ଲକ୍ଷ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୭୪ ଲକ୍ଷ ୨୫ ହଜାର ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮.୪୫ ବର୍ଷ ବର୍ଗର ୯ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫ କୋଟି ୩୧ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧ କୋଟି ୨୯ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫ କୋଟି ୩୮ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮ ଲକ୍ଷ ୪୩ ହଜାର ଜଣଙ୍କ ଦ୍ୱିତୀୟ ଡୋଜ୍ ।

corona update india corona update Vaccine Update କୋଭିଡ଼-୧୯ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.