Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗ୍ରାମାଞ୍ଚଳକୁ କଲବଲ କଲାଣି କରୋନା, ପଦକ୍ଷେପ ଗ୍ରହଣ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ତାଗିଦ
ଜାତୀୟ ଖବର

ଗ୍ରାମାଞ୍ଚଳକୁ କଲବଲ କଲାଣି କରୋନା, ପଦକ୍ଷେପ ଗ୍ରହଣ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ତାଗିଦ

May 12, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଗ୍ରାମାଞ୍ଚଳରେ କୋଭିଡ଼ ୧୯ ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଚାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳକୁ ସମ୍ବେଦନଶୀଳ କରିବା ଏବଂ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାନ ଆଦିଙ୍କୁ ପରାମର୍ଶ କ୍ରମରେ କୋଭିଡ଼ ସଂକ୍ରମଣ ର ପ୍ରକୃତି ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଉପଯୁକ୍ତ ଉପାୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କ ନିକଟରେ ଉପଲବ୍ଧ କରିବାକୁ କୁହାଯାଇଛି । ଏଥିପାଇଁ ବ୍ୟାପକ ଭାବେ ଜନ ସଂଚାର ଅଭିଯାନ ଚଳାଇବା ଲାଗି ପରାମର୍ଶ ଦିଆଯାଇଛି ।

ଏଥି ସହିତ ଏହି ସମୟରେ ଲୋକମାନଙ୍କ ମନରୁ ଭ୍ରାନ୍ତ ଧାରଣା କିମ୍ବା ଚିନ୍ତାଧାରା ଦୂର କରିବା ନିମନ୍ତେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ, ଶିକ୍ଷକ, ଆଶାକର୍ମୀ ତଥା ସ୍ଥାନୀୟ ଅଗ୍ରଣୀ ସ୍ୱୟଂସେବମକମାନଙ୍କୁ ମଧ୍ୟ ସଂଯୁକ୍ତ କରିବାକୁ କୁହାଯାଇଛି । ସେମାନଙ୍କୁ ଆଙ୍ଗୁଠିରେ ମପାଯାଉଥିବା ଅକ୍ସିମିଟର, ଏନ- ୯୫ ମାସ୍କ, ଇନଫ୍ରା ରେଡ଼୍ ଥର୍ମାଲ ସ୍କାନିଂ ଉପକରଣ, ସାନିଟାଇଜର ଭଳି ଆବଶ୍ୟକ ସୁରକ୍ଷାତ୍ମକ ସାମଗ୍ରୀ ଉପଲବ୍ଧ କରାଇବାକୁ କୁହାଯାଇଛି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ପରୀକ୍ଷଣ ତଥା ଟିକାକରଣ କେନ୍ଦ୍ର, ଚିକିତ୍ସକ, ହସପିଟାଲ ଶଯ୍ୟା ଆଦିର ଉପଲବ୍ଧତା ସଂପର୍କରେ ବାସ୍ତବ ତଥ୍ୟ ଉପଲବ୍ଧ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ସାଧାରଣ ସେବା କେନ୍ଦ୍ର ଆଦି ଆଇଟି ଅବସଂରଚନାର ଉପଯୋଗ ସୁବିଧା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଆହୁରି କୁହାଯାଇଛି ଯେ “ପଞ୍ଚାୟତର ନିଜ ସଂପର୍କୀତ କ୍ଷେତ୍ରକୁ ସକଳ ପ୍ରକାର ସେବା ଦେବା ସକାଶେ ଆବଶ୍ୟକ ସଂସ୍ଥାଗତ, ଗ୍ରାମ୍ୟ ସ୍ତରର ସହଯୋଗ ଉପଲବ୍ଧ କରିବା ଦିଗରେ ସକ୍ରିୟତା ପ୍ରକାଶ ପାଇବା ଉଚିତ । ଯେଉଁଠାରେ ସମ୍ଭବପର ହେଉଥିବ, ସେଠାରେ ଘରମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ଲୋକେସନ୍ ଭାବେ ମଧ୍ୟ ବିକଶିତ କରାଯାଇପାରିବ । ଯେଉଁଠାରେ ଅଧିକତମ ସ୍ପର୍ଶକାତରଉନ୍ମୁଖୀ କୋଭିଡ଼ ପଜିଟିଭ ମାମଲା ଦେଖାଦେଇଥିବ ସେଠାରେ ଏଭଳି ଘଟଣାର ମୁକାବିଲା ସକାଶେ ଆବଶ୍ୟକ ଓ ଉପଯୁକ୍ତ ପ୍ରବନ୍ଧନ କରାଯିବା ଜରୁରି ।

ଏହା ବ୍ୟତୀତ, ଗରିବ ଲୋକ ଏବଂ ପ୍ରବାସରୁ ଫେରୁଥିବା ଶ୍ରମିକମାନଙ୍କ ସକାଶେ ବିଶେଷ କ୍ୱାରେଣ୍ଟାଇନ୍ ବା ଆଇସୋଲେସନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ଦରକାର । ସ୍ୱାସ୍ଥ୍ୟ ବିଭାଗ ସହିତ ପରାମର୍ଶ କରି, ଅଧିକ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ସୁବିଧା ଯୋଗାଣ ସୁନିଶ୍ଚିତ କରିବା ଲାଗି ପଞ୍ଚାୟତରେ ଟିକାକରଣ ଅଭିଯାନ ଚଳାଯିବା ଜରୁରି ।”

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗ୍ରାମ୍ୟ ସ୍ତରରେ ଗରିବ ଲୋକମାନଙ୍କୁ ରିଲିଫ ଓ ପୁନର୍ବାସ ସୁବିଧା ଉପଲବ୍ଧ କରିବା ନିମନ୍ତେ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଉପଳବ୍ଧ କରାଇବା, ସ୍ୱଚ୍ଛତା, ମନରେଗା ରୋଜଗାର ଆଦିର ପ୍ରାବଧାନ କରିବା ସକାଶେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଯୋଗ କରିପାରିବେ ।

ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛିଯେ ଜିଲ୍ଲା ଏବଂ ତହସିଲମାନଙ୍କ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ଚିକିତ୍ସା ସୁବିଧା ସହିତ ଉପଯୁକ୍ତ ସଂପର୍କ ସ୍ଥାପନ କରାଯିବା ଜରୁରି । ଏହା ଦ୍ୱାରା ଆମ୍ବୁଲାନ୍ସ ସେବା, ଉନ୍ନତ ପରୀକ୍ଷଣ, ଉପଚାର ସୁବିଧା, ମଲ୍ଟି ସ୍ପେସାଲିଟି କେୟାର ଭଳି ଜରୁରି ସେବା ରୋଗୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ସୁନୀଲ କୁମାର ରାଜ୍ୟମାନଙ୍କୁ କୋଭିଡ଼ ମହାମାରୀ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସହିତ ସମ୍ବନ୍ଧୀତ ପ୍ରସଙ୍ଗକୁ ସଂପାଦନ ନିମନ୍ତେ ଗ୍ରାମ ପଞ୍ଚାୟତ ଏବଂ ଏହାର ସମିତିମାନଙ୍କ କାର‌୍ୟ୍ୟ ଉପରେ ନିୟମିତ ନଜର ରଖିବା ଲାଗି ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ରାଜସ୍ୱ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଆନ୍ତଃ- ବିଭାଗୀୟ ମନିଟରିଂ ବ୍ୟବସ୍ଥା ଗଠନ କରି ସେସବୁକୁ ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ରେଗୁଲେଟୋରୀ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଚିତ ।

ଏହି ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ଏବଂ ସେମାନଙ୍କର କମିଟିମାନଙ୍କ ଦ୍ୱାରା କୋଭିଡ଼ ମହାମାରୀ ଓ ତତ୍ ସମ୍ପର୍କୀତ ଜନସ୍ୱାସ୍ଥ୍ୟ ସୁବିଧା କିଭଳି ଭାବେ କାର‌୍ୟ୍ୟ କରୁଛି ତାହାକୁ ସୁପରିଚାଳନା କରାଯାଇପାରିବ ବୋଲି ସେ କହିଛନ୍ତି ।

ଓଡିଶାର କରୋନା ଆକ୍ରାନ୍ତ କରୋନା କେନ୍ଦ୍ର ସରକାର ପଞ୍ଚାୟତିରାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.