Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା ବେଳେ ଜନ୍ମନେଲେ ୭୫୦ ଶିଶୁ, ଗର୍ଭବତୀମାନଙ୍କୁ ଡାକ୍ତରଖାନା ଆଣିବା ଥିଲା ଏକ ଆହ୍ବାନ
ଜାତୀୟ ଖବର

ବାତ୍ୟା ବେଳେ ଜନ୍ମନେଲେ ୭୫୦ ଶିଶୁ, ଗର୍ଭବତୀମାନଙ୍କୁ ଡାକ୍ତରଖାନା ଆଣିବା ଥିଲା ଏକ ଆହ୍ବାନ

May 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ବେଳେ ଜନ୍ମନେଲେ ୭୫୦ ଶିଶୁ, ଗର୍ଭବତୀମାନଙ୍କୁ ଡାକ୍ତରଖାନା ଆଣିବା ଥିଲା ଏକ ଆହ୍ବାନ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍‌’ ସାମୁଦ୍ରିକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି ।

ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା ।

ବିଭାଗର ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇ ଥିଲା । ମଇ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି।

ସେଥିମଧ୍ୟରେ ବାଲେଶ୍ୱର-୫୮ ଭଦ୍ରକ-୯୮, କଟକ-୬୧, ଜଗତସିଂହପୁର-୮୪, ଯାଜପୁର-୬୯, କେନ୍ଦୁଝର-୫୫, ମୟୂରଭଞ୍ଜ୩୬, କେନ୍ଦ୍ରାପଡ଼ା-୧୬୬, ଖୋର୍ଦ୍ଧା-୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି । ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଆହ୍ୱାନ ।

କିଛି ମହିଳାଙ୍କର ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇସୁଝାଇ ହସ୍‌ପିଟାଲ୍‌କୁ ଆଣିଥିଲେ । ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସ୍ୱିଟସୁମନ୍‌ ସାହୁ । ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ମଇରେ ପ୍ରସବ ତାରିଖ ଥିବାରୁ ସେ କୌଣସିମତେ ହସ୍‌ପିଟାଲ୍‌କୁ ଯିବାକୁ ରାଜି ହୋଇନଥିଲେ ।

କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ଏଥି ପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍

ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଚଳିତ ମଇ ୨୫ ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି । ହିତାଧିକାରୀମାନେ ଏହାର ସଠିକ୍‌ ଉପଯୋଗ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.