Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ହେଲା ବୃଦ୍ଧି
ଜାତୀୟ ଖବର

କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ହେଲା ବୃଦ୍ଧି

June 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ହେଲା ବୃଦ୍ଧି

ନୂଆଦିଲ୍ଲୀ, କରୋନା ମହାମାରୀ ଯୋଗୁଁ ବ୍ୟବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି। ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକଡାଉନ ଯୋଗୁଁ ନିଜର ଭିସା ମିଆଦ ବଢାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ଜୁନ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ବିଦେଶୀମାନଙ୍କ ଭିସା ମିଆଦକୁ ୩୦ଜୁନ ୨୦୨୦ରୁ ଏକ ମାସ ପାଇଁ ବଢାଇ ଦିଆଯାଇଥିଲା। ତେବେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଭିସା ମିଆଦଗୁଡିକୁ ଲାଗୁ କରାଯିବାକୁ ସରକାର ପରେ ସ୍ପଷ୍ଟ କରିଥିଲେ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ବିଦେଶୀ ନାଗରିକମାନଙ୍କୁ ମାସିକ ଭିସା ଅବଧି ବୃଦ୍ଧି ଏବଂ ଅଧିକ ସମୟ ରହିବାକୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରି ଆବେଦନ କରିବାକୁ କୁହାଯାଇଥିଲା ।

ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିଛି। ଏଯାଏଁ ଭାରତରେ ବ୍ୟାବସାୟିକ ଆର୍ନ୍ତଜାତିକ ବିମାନ ଉଡାଣ ସେବା କରୋନା ମହାମାରୀ ଯୋଗୁଁ ସ୍ୱାଭାବିକ ହୋଇନାହିଁ। ତେଣୁ ସମ୍ପୃକ୍ତ ଭାରତୀୟ ଭିସାଧାରୀ ଅଥବା ନିର୍ଦ୍ଦିଷ୍ଟ ଅଧିକ ସମୟ ରହିବାକୁ ଆବେଦନ କରିଥିବା ବିଦେଶୀମାନଙ୍କ ଭିସା ମିଆଦକୁ ୨୦୨୧ ଅଗଷ୍ଟ ୩୧ ତାରିଖ ଯାଏ ବୈଧ ଭାବେ ବିବେଚିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମିଆଦ ବୃଦ୍ଧି ନିଃଶୁଳ୍କ ଏବଂ ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ସମୟ ରହିବା ବାବଦରେ କୌଣସି ଫି କିମ୍ବା ଜୋରିମାନ ଆଦାୟ କରାଯିବ ନାହିଁ । ଆହୁରି ମଧ୍ୟ ସମ୍ପୃକ୍ତ ନାଗରିକମାନେ ସେମାନଙ୍କ ଭିସା ଅବଧି ବଢାଇବାକୁ ଏଫ୍ଆର୍ଆର୍ଓ କିମ୍ବା  ଏଫଆରଓଙ୍କ ନିକଟରେ ଦରଖାସ୍ତ କରିବାର ଆବଶ୍ୟକତା ନାହିଁ ।

ଦେଶ ଛାଡିବା ପୂର୍ବରୁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ପ୍ରସ୍ଥାନ ଅନୁମତି ପାଇଁ ଏଫଆର୍ଆର୍ଓ ବା ଏଫଆରଓଙ୍କ ନିକଟରେ ଚାହିଁଲେ ଆବେଦନ କରିପାରିବେ। ଏ କ୍ଷେତ୍ରରେ ସେମାନଙ୍କୁ ବିନା ଦେୟରେ ଦେଶ ଛାଡିବାକୁ ଅନୁମତି ମିଳିବ। ଅଧିକ ଦିନ ରହିଥିବାରୁ ସେମାନଙ୍କଠାରୁ ଫି ବା ଜୋରିମାନା ଆଦାୟ କରାଯିବ ନାହିଁ ।

ବିଦେଶୀ ନାଗରିକ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2026

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଔପଚାରିକ ସ୍ୱୀକୃତି

August 7, 2026

FCRA ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଆପତ୍ତି: ଭାରତ ଦେଲା କଡ଼ା ଜବାବ

August 7, 2026
Latest News

ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

August 8, 2026

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2026

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଗ୍ରାହକଙ୍କ ପାଇଁ ମାଗଣା ରହିବ UPI

August 7, 2026

ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.