Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବ ଷ୍ଟାର୍ଟଅପ୍‌: ଓଡିଶା ଗବେଷକମାନେ ବାହାର କଲେ 4 ଟି ଭିନ୍ନ ସ୍ବାସ୍ଥ୍ୟ ଉପକରଣ
ଜାତୀୟ ଖବର

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବ ଷ୍ଟାର୍ଟଅପ୍‌: ଓଡିଶା ଗବେଷକମାନେ ବାହାର କଲେ 4 ଟି ଭିନ୍ନ ସ୍ବାସ୍ଥ୍ୟ ଉପକରଣ

June 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର,  ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପରେ ଅଭିନବ ଜ୍ଞାନକୌଶଳର ବିକଶିତ କରାଯାଇଛି । ଏହି ଧାରାରେ 5ଟି ନୂଆ ଉପକରଣ ବର୍ତ୍ତମାନ ବଜାର ପ୍ରବେଶ ଅପେକ୍ଷାରେ ରହିଛି। ସେଗୁଡିକ ହେଲା..

1-ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତି । ଏଥି ସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ । ତାହା ପୁଣି ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ।  ଇଜି-ଆର୍‌ଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ । କୋଭିଡ୍‌-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ ।

2- ଅନ୍ୟ ଏକ ସଂସ୍ଥା କୋଭିଡ୍‌-୧୯ ନିମନ୍ତେ ଦିଆଯାଉଥିବା ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍‌ ସକାଶେ ବାୟୋସିୟୋର ନାମକ ଏକ ଉପକରଣର ନିର୍ମାଣ କରିଛି । ଏହି ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଂଚାଳନ କରିହେବ । ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବ । ଏହାକୁ ମାକ୍‌ଫି ସଲ୍ୟୁସନ୍‌ ପ୍ରା.ଲିଃ. ସଂସ୍ଥା ଉତ୍ପାଦନ କରିବା ସକାଶେ ଆଇସିଏମ୍‌ଆର୍‌କୁ ମୂଲ୍ୟାଙ୍କନ କରିବା ପାଇଁ ଆବେଦନ କରିଛନ୍ତି ।

3- ମେଡ୍‌-ଟେଲ୍‌ ହେଲଥ୍‌କେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିପାରୁଛି । ଅତି ଜରୁରୀବେଳେ ଡାକ୍ତର ପାଖକୁ ବ୍ୟକ୍ତିଗତ ଭାବେ ରୋଗୀ ନଯାଇ ଡାକ୍ତରୀ ସେବା ପାଇବାରେ ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟ କରିପାରୁଛି । ଏହାର ଉପାଦେୟତା ସକାଶେ ବିଭିନ୍ନ ବାହାରଦେଶ ଏହାର ଉତ୍ପାଦନ ସକାଶେ ଆଗଭର ଥିବା ରିପୋର୍ଟରେ ଦର୍ଶାଯାଇଛି ।

4- ଆଉ ଏକ ମେଡି-କିଟ୍‌ ଯାହା ଶରୀରର ତ୍ୱରିତ ଆଣ୍ଟିବଡ଼ି ମାପିବାରେ ସଫଳ ହୋଇଛି । ଆଇସିଏମ୍‌ଆର୍‌ ଏହାକୁ ୯୨% ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହା ସାର୍ସ-କୋଭିଡ୍‌-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିପାରିବ । ତା’ଛଡ଼ା ‘ସ୍ୱସ୍ଥ’ ନାମକ ଏକ କୋଭିଡ୍‌ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଟେକ୍‌ ଷ୍ଟାର୍ଟଅପ୍‌ ବିକଶିତ କରାଯାଇଛି ।

ଏହା ଜିଲ୍ଲା ପ୍ରଶାସନ, ପୌରପରିଷଦ ପ୍ରଭୂତିଙ୍କୁ କୋଭିଡ୍‌ ପରିଚାଳନାରେ ଉପାଦେୟ ହେବ। ଏହାର ପ୍ରୟୋଗରେ ଡାକ୍ତରଖାନାରେ ସିଟ୍‌, ରେଫରାଲ୍‌, ଅମ୍ଳଜାନ ଉପଲବ୍ଧ ପ୍ରଭୃତି ସମ୍ବନ୍ଧରେ ସଠିକ୍‌ ବିବରଣୀ ରୋଗୀମାନେ ପାଇପାରିବେ । ଅନ୍ୟ ଏକ ସଂସ୍ଥା ଆର୍‌ଟି-ପିସିଆର୍‌ ଏବଂ ଡିଏନ୍‌ଏ ପରୀକ୍ଷା ନିମନ୍ତେ ଉପକରଣ ନିର୍ମାଣ କରିଛନ୍ତି । ଗତ କୋଭିଡ୍‌ର ଦ୍ୱିତୀୟ ଲହରୀ ସମୟରେ ଏହା ପ୍ରାୟ ୧ ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଛି ।

ଏହିସବୁ ଷ୍ଟାର୍ଟଅପ୍‌ ଓଡ଼ିଶାରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ଅଧୀନରେ ଏସବୁ ଷ୍ଟାର୍ଟଅପ୍‌ ପଂଜୀକୃତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛି । ଏଥି ପାଇଁ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ପ୍ରଭୃତି ସୃଷ୍ଟି କରାଯାଇଛି । ଆବଶ୍ୟକ ସ୍ଥଳେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍‌ ଆଦି ସୁବିଧା ଯୋଗାଇ ଦିଆଯାଉଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି । ଆଗାମୀ ଦିନରେ ଏସବୁ ଉଦ୍ୟୋଗ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇପାରିବ ବୋଲି ଆଶା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Latest News

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.