Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଶ୍ଳୀଳ ନର୍ଦ୍ଦମାର ରାଜନୀତି; ଭାଇରାଲ ନାଁରେ ମହିଳା ବିରୋଧୀ ହିଂସା ଓ ଯୌନ ନିର୍ଯ୍ୟାତନାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜନୈତିକ ଦଳ
ବିଶେଷ ଖବର

ଅଶ୍ଳୀଳ ନର୍ଦ୍ଦମାର ରାଜନୀତି; ଭାଇରାଲ ନାଁରେ ମହିଳା ବିରୋଧୀ ହିଂସା ଓ ଯୌନ ନିର୍ଯ୍ୟାତନାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜନୈତିକ ଦଳ

April 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Viral Video of Chaandrani Murmu,BJD MP candidate
Viral Video of Chaandrani Murmu,BJD MP candidate

କେଦାର ମିଶ୍ର

ପ୍ରଥମେ ଏ ପ୍ରସଙ୍ଗରେ ଜଣେ ବନ୍ଧୁ ମୋତେ କିଛି କହିବାକୁ ଚେଷ୍ଟା କରିଥିଲେ। ଯେହେତୁ ମୁଁ ସୋସିଆଲ ମିଡିଆରେ ଫଟୋସପ ରାଜନୀତିକୁ ଜାଣେ, ଏ ପ୍ରସଙ୍ଗରେ ଅଧିକ ଆଗ୍ରହ ପ୍ରକାଶ କରିନଥିଲି। କେଉଁଝର ଲୋକସଭା ନିର୍ବାଚନରୁ ବିଜୁ ଜନତା ଦଳର ଟିକଟରେ ନିର୍ବାଚନ ଲଢୁଥିବା ତରୁଣୀ ଆଦିବାସୀ ନେତ୍ରୀ ଚନ୍ଦ୍ରାଣୀ ମୂର୍ମୁଙ୍କ କିଛି ଛବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋଲି ଗତ ଦୁଇ ତିନି ଦିନ ହେଲା ଚର୍ଚ୍ଚା ଚାଲିଥିଲା। ତେବେ ଆଜି ହଠାତ ବିଭିନ୍ନ ଫେସବୁକ ଗ୍ରୁପରେ ଚନ୍ଦ୍ରାଣୀଙ୍କ ନାଁ ରେ ଯାବତୀୟ କୁତ୍ସା ରଟନା ଆରମ୍ଭ ହୋଇଗଲା। ଚନ୍ଦ୍ରାଣୀ କେଉଁ ଦଳର ଓ ସେ କାହା ସାଙ୍ଗରେ ଲଢୁଛନ୍ତି, ସେ ବିଷୟରେ ଆମର ଚିନ୍ତା କରିବାର ନାହିଁ। କିନ୍ତୁ ମାତ୍ର ୨୬ ବର୍ଷ ବଯସର ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ ଯେତେବେଳେ ରାଜନୀତିକୁ ଆସୁଛନ୍ତି, ତାଙ୍କ ବିରୋଧରେ ଏ ପ୍ରକାର କୁତ୍ସା ରଟନାର ଉଦ୍ଦେଶ୍ୟ କଣ ? ଗୋଟେ ଦଳ ଯିଏ ଡଜନ ଡଜନ ଅଭିନେତା ଓ ଅଭିନେତ୍ରୀଙ୍କୁ ନିର୍ବାଚନ ଲଢାଉଛି ଓ ସେମାନଙ୍କୁ ନିର୍ବାଚନ ପ୍ରଚାରରେ ଉପଯୋଗ କରୁଛି, ସେ ଦଳର ଆଇଟି ସେଲ  ଜଣେ ଆଦିବାସୀ ଯୁବତୀଙ୍କ ଚରିତ୍ରକୁ ସର୍ବ ସାଧାରଣରେ ସଂହାର କରିବାର ସାହସ ପାଉଛି କେମିତି ?

କଥାଟିକୁ ଆଉ ଟିକେ ସ୍ପଷ୍ଟ କରାଯାଉ। ନିର୍ବାଚନ ସମୟରେ ନିଜର ପ୍ରତିପକ୍ଷକୁ ବିଭିନ୍ନ ରଣନୀତି ପ୍ରୟୋଗ କରି ମାନସିକ ଭାବରେ ଦୁର୍ବଳ କରିବାର ଚକ୍ରାନ୍ତ ରାଜନୈତିକ ଦଳମାନେ କରିଥାନ୍ତି। ତେବେ ମହିଳା ପ୍ରତିଦ୍ବନ୍ଦ୍ବୀଙ୍କର ଚରିତ୍ର ସଂହାର କରିବାର ଏକ ପୁରୁଣା ରୋଗ ଆମ ସମାଜର ରହିଛି। ସାମାଜିକ ଜୀବନକୁ ଆସୁଥିବା ନାରୀଟିର ଚରିତ୍ର ଉପରେ ପ୍ରଶ୍ନଚିହ୍ନ ଲଗାଇବା ଆମର ଜନ୍ମଗତ ଅଧିକାର ବୋଲି ପୁରୁଷତାନ୍ତ୍ରିକ ସମାଜ ଭାବିଥାଏ। ତେବେ ଏ ପ୍ରକାର ମାନସିକତା ଉପରେ ପ୍ରଚଣ୍ଡ ପ୍ରହାର କରି ଆମ ସମାଜରେ ଏବେ ନାରୀ ନେତୃତ୍ବର ଅଭ୍ୟୁଦୟ ଘଟୁଛି, ତାହା ବେଶ ସୌଭାଗ୍ୟ ର ବିଷୟ। ଚନ୍ଦ୍ରାଣୀଙ୍କ କ୍ଷେତ୍ରରେ ତାହାହିଁ ଘଟିଛି। ମାତ୍ର ୨୬ ବର୍ଷ ବୟସରେ ଏକ ପ୍ରତିଷ୍ଠିତ ରାଜନୈତିକ ଦଳରୁ ଟିକଟ ପାଇ ଲୋକସଭା ନିର୍ବାଚନ ଲଢିବାର ସୁଯୋଗ ପାଇଥିବା ଚନ୍ଦ୍ରାଣୀଙ୍କୁ ଅତ୍ୟନ୍ତ କୁତ୍ସିତ ଭାଷାରେ ଆକ୍ରମଣ କରାଯାଇଛି, ଯାହାକି ଗୋଟେ ସଭ୍ୟ ସମାଜରେ ବରଦାସ୍ତ କରାଯାଇ ପାରିବ ନାହିଁ।

ସାଇବର ଆର୍ମି ବିଜେପି (ଅଫିସିଆଲ) ନାଁ ରେ ରହିଥିବା ଏକ ଫେସବୁକ ଗ୍ରୁପରେ କେହିଜଣେ ଚୌକିଦାର କୁମାର ଚିନୁ ଲେଖିଛି- (ନାଁ ଆଗରେ ଚୌକିଦାର ଲେଖିବା  ଏବେ ଗୋଟେ ସଂକ୍ରାମକ ରୋଗ ପାଲଟି ଯାଇଛି ଓ ଏହାର ଶ୍ରେୟ ଏକନମ୍ବର ଚୌକିଦାର ନରେନ୍ଦ୍ର ମୋଦୀଙ୍କ ପାଖକୁ ଯିବ) “…ଦଳ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁ, ଏ ପ୍ରାର୍ଥୀନୀଙ୍କର ଇତିହାସ ଜାଣିବା ନିହାତି ଜରୁରୀ। ॥ଭିଡିଓ ବୁଲୁଛି” । ତା ତଳକୁ ଯେଉଁ ପ୍ରକାର ପ୍ରତିକ୍ରିୟା ଆସିଛି ତାକୁ ଲେଖା ଯାଇପାରିବ ନାହିଁ।  କିଛି ବିଜେପି ସମର୍ଥକ ଡିଜିଟାଲ ଚାନେଲ ଏ ପ୍ରକାର ଅଶ୍ଳୀଳ ଓ କୁତ୍ସିତ ଫଟୋ କୁ ନେଇ ରୋଚକ ଖବର ମଧ୍ୟ ଛାପିଲେ। “ଲୋକସଭା ପ୍ରାର୍ଥୀନୀଙ୍କ ହଟ ଭିଡିଓ ଭାଇରାଲ, ସବୁଠି ହଇଚଇ“ – ଏମିତି ବିକୃତ ଖବର ସବୁ ଏବେ ମଧ୍ୟ ଚାଲିଛି। ଦୁର୍ଭାଗ୍ୟର କଥା ହେଉଛି, ଏ ପ୍ରକାର ପାଗଳାମୀ ବିରୋଧରେ ବିଜେପିର ଓଡିଶା ଶାଖା ଚୁପ ହୋଇ ବସିଛି। ବିଜେପି ନାଁରେ ଥିବା ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଏହା ଅଧିକ ପ୍ରସାରିତ ହେଉଥିବାବେଳେ ଦଳ ତରଫରୁ ଏହାକୁ ନେଇ ନୀରବତା ଅବଲମ୍ବନ କରାଯାଉଛି।

କେହି କେହି ଏହି ଫଟୋ ଗୁଡିକ ଜାଲ ବୋଲି କହୁଛନ୍ତି। ଜାଲ ହୋଇଥିଲେ କଥାଟି ଅଧିକ ସାଂଘାତିକ। ତେବେ ଜଣେ ରାଜନୈତିକ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଜୀବନରେ କଣ କରିବେ ତାହା ତାଙ୍କର ନିଜସ୍ଵ ନିଷ୍ପତ୍ତି। ସେ ପ୍ରସଙ୍ଗରେ ପ୍ରଶ୍ନ ଉଠାଇବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ। ଚନ୍ଦ୍ରାଣୀଙ୍କ ନିଜ ଜୀବନ ବଞ୍ଚିବାର ପୂର୍ଣ୍ଣ ସ୍ଵାଧୀନତା ରହିଛି। ତାଙ୍କ ଫଟୋ ଓ ନାଁ କୁ  ବ୍ୟବହାର କରି ଯେଉଁମାନେ କୁତ୍ସିତ ମନ୍ତବ୍ୟ ଦେଉଛନ୍ତି, ସେମାନେ ସମସ୍ତେ ଅପରାଧୀ। ଏ କ୍ଷେତ୍ରରେ ଓଡିଶା ପୋଲିସ ତୁରନ୍ତ ପଦକ୍ଷେପ ନେବା ଉଚିତ ହେବ। ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ଘଟଣାର ମୁଖ୍ୟ ଆସାମୀ ଭାବରେ ଜୟଦେବ ଗିରି ନାମକ ଜଣେ ବ୍ୟକ୍ତିକୁ କେଉଁଝର ପୋଲିସ ଗିରଫ କରିଛି। ଜୟଦେବ ଏକ ରାଜନୈତିକ ଦଳ ପାଇଁ ମିଡିଆ ସଂଯୋଜକ ଭାବେ କାମ କରନ୍ତି ବୋଲି କୁହାଯାଉଛି।

ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସୋସିଆଲ ମିଡିଆକୁ ନିଜର ଅଶ୍ଳୀଳ ଓ ପାଗଳ ମସ୍ତିସ୍କ ର ଖେଳ ପଡିଆ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନଙ୍କ ପ୍ରତି ପୋଲିସ ବିଲକୁଲ କୋହଳ ମନୋଭାବ ପୋଷଣ କରିବା ଉଚିତ ହେବନାହିଁ।

( ମୋବାଇଲ୍ ରେ ଫଟାଫଟ୍ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta ଆପ୍, ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

election politics
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.