Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ, ବ୍ରାହ୍ମଣ ଭୋଟକୁ ହାତେଇବା ପାଇଁ ମନ୍ତ୍ରୀ ହେବେ ଦୁଇ ନୂଆ ନେତା
ଜାତୀୟ ଖବର

ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ, ବ୍ରାହ୍ମଣ ଭୋଟକୁ ହାତେଇବା ପାଇଁ ମନ୍ତ୍ରୀ ହେବେ ଦୁଇ ନୂଆ ନେତା

June 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ, ବ୍ରାହ୍ମଣ ଭୋଟକୁ ହାତେଇବା ପାଇଁ ମନ୍ତ୍ରୀ ହେବେ ଦୁଇ ନୂଆ ନେତା

ନୂଆଦିଲ୍ଲୀ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଖୁବ ଶିଘ୍ର ଉତ୍ତରପ୍ରଦେଶ ସରକାରରେ ସାମିଲ ହେବେ। ଏ ନେଇ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ସାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଯୋର ଧରିଛି।

ପ୍ରକୃତରେ ଆସନ୍ତା ଜୁଲାଇ ମାସରେ ଉତ୍ତର ପ୍ରଦେଶ ବିଧାନ ପରିଷଦର 6 ଟି ଆସନ ଖାଲି ହେଉଛି। ଏହି ଆସନରୁ ଗୋଟିଏ ଜିତିନଙ୍କୁ ଦିଆଯାଇ ବିଧାନ ପରିଷଦକୁ ନିର୍ବାଚିତ କରାଯିବ। ଏହାପରେ ସେ ଯୋଗୀ କ୍ୟାବିନେଟରେ ସ୍ଥାନ ପାଇବେ। ଜିତିନ ପ୍ରସାଦ ବିଜେପିରେ ଯୋଗଦେବା ପରେ ଅମିତ ଶାହା, ରାଜନାଥ ସିଂ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ବଡ ନେତା ଟୁଇଟ୍ କରି କହିଛନ୍ତି ଯେ ଏହା ୟୁପିରେ ଦଳ ପାଇଁ ବେଶ୍ ଲାଭଦାୟକ ହେବ। ଫଳରେ ଏହି କଳ୍ପନାଜଳ୍ପନା ଆହୁରି ତୀବ୍ର ହେବାରେ ଲାଗିଛି।

ଜିତିନ ପ୍ରସାଦ ବିଜେପିର ଯୋଗଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ। ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ସରକାର ବ୍ରାହ୍ମଣମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଜିତିନ ପ୍ରସାଦଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କ ମାଧ୍ୟମରେ ଦଳ ଏହି ଅଗ୍ରଗାମୀ ଭ୍ରାତୃଭାବର ବିକାଶ ପାଇଁ ଚେଷ୍ଟା କରିପାରିବେ।

ଯୋଗୀ ସରକାରରେ ଅରବିନ୍ଦ କୁମାର ଶର୍ମା ମଧ୍ୟ ସ୍ଥାନ ପାଇବେ

ଜିତିନ ପ୍ରସାଦଙ୍କ ବ୍ୟତୀତ ପୂର୍ବତନ ଆଇଏଏସ୍ ଅରବିନ୍ଦ କୁମାର ଶର୍ମା ମଧ୍ୟ ଯୋଗୀ ସରକାରରେ ସାମିଲ ହେବେ ବୋଲି ଜଣାପଡିଛି। ସେ ବର୍ତ୍ତମାନ ୟୁପି ବିଧାନ ପରିଷଦର ସଦସ୍ୟ ଅଛନ୍ତି। ଶର୍ମାଙ୍କୁ ନେଇ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ବେଶ ଗରମ ହୋଇ ଉଠିଛି। କାରଣ ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶର ମୂଳ ବାସିନ୍ଦା ଏବଂ ଗୁଜୁରାଟ କ୍ୟାଡରର ଜଣେ ଆଇଏଏସ୍।

ତାଙ୍କୁ ୟୁପି ବିଜେପିରେ ଆଗକୁ ଆଣିବା ପାଇଁ କୁଆଡେ ମୋଦିସାହା ଚାହୁଁଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ ମୋଦିସାହା ଏହି ଯୋଜନା କରିଛନ୍ତି ବୋଲି ଆଲୋଚନା ଚାଲିଛି। ଏପରିକି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଅରବିନ୍ଦ ଶର୍ମା ପ୍ରାୟ କୋଡିଏ ବର୍ଷ ଧରି ଚାକିରି ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ଅଧିକାରୀ ଭାବେ ପରିଗଣିତ ହୋଇଛନ୍ତି। ସେ ମୋଦିସାହାଙ୍କ ସହିତ ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଥିରେ ରହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଭିଆରଏସ ଦିଆଯାଇଛି। ଏହାପରେ ତାଙ୍କୁ ୟୁପି ବିଧାନ ପରିଷଦକୁ ସଦସ୍ୟ ଭାବେ ପଠାଯାଇଛି।

ଯେଉଁଦିନ ଅରବିନ୍ଦ ଶର୍ମା ଏମଏଲସି ହେଲେ ସେବେଠାରୁ ୟୁପି ବିଜେପିରେ ତାଙ୍କ ଭୂମିକାକୁ ନେଇ ବେଶ୍ ଆଲୋଚନା ଚାଲିଛି। ଶର୍ମା ମଧ୍ୟ ଉତ୍ତର ପ୍ରଦେଶର ବ୍ରାହ୍ମଣ ସମାଜକୁ ଏକାଠି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରୀୟ ଦଳ ଆଶା ରଖିଛି। ଫଳରେ ନିର୍ବାଚନମୁଖୀ ଉତ୍ତର ପ୍ରଦେଶରେ ବର୍ତ୍ତମାନ ବ୍ରାହ୍ମଣ ସମାଜକୁ ଏକାଠି କରିବା ପାଇଁ ଲାଗି ପଡିଛନ୍ତି ମୋଦିସାହା ଟିମ।

UP Poltics ଉତ୍ତରପ୍ରଦେଶ ରାଜନୀତି ଜିତିନ ପ୍ରସାଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.