Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ
ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ

June 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ ରାଜନାଥ ସିଂ, କେତେବେଳେ ମନ୍ତ୍ରୀ ନୀତିନ ଗଡକରିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏହି ଅଦଳବଦଳ ସନ୍ଦେହକୁ ଦୃଢିଭୂତ କରୁଛି।

ତେବେ ଜାତୀୟ ରାଜନୀତିରେ ଯେପରି ଚର୍ଚ୍ଚା ଚାଲିଛି ଓଡିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ କିଛି ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେଥିମଧ୍ୟରେ ରହିଛି ଓଡିଶାରୁ ଜଣେ ମନ୍ତ୍ରୀ ହଟିବେ, ଆଉ ନୂଆ ଜଣେ ପଶିବେ। ତେବେ କିଏ ବାହାରିବେ କିଏ ପଶିବେ ସେ ନେଇ ଚାଲିଛି ଅଙ୍କ କଷା।

ବର୍ତ୍ତମାନ କେନ୍ଦ୍ରରେ ଓଡିଶାରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ପ୍ରତାପ ଷଡଙ୍ଗୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ରରେ ଦବଦବା ସବୁଠାରୁ ଅଧିକ। ସେଥିପାଇଁ ତାଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଛି। ନିକଟ ଭବିଷ୍ୟତରେ ତାଙ୍କ ଦବଦବାରେ କେହି ହାତ ମାରିବାର ନାହିଁ। ତେବେ ଯେଉଁ ମନ୍ତ୍ରୀ ହଟିବାର ଚର୍ଚ୍ଚା ହେଉଛି ସେ ହେଉଛନ୍ତି ପ୍ରତାପ ଷଡଙ୍ଗୀ।

ପ୍ରତାପ ଷଡଙ୍ଗୀଙ୍କୁ ହଟାଇବାର କାରଣରେ କୁହାଯାଉଛି ଯେ ତାଙ୍କର ଦକ୍ଷତା ଭଲ ନାହିଁ। ନିଜ ବିଭାଗକୁ ଠିକରେ ସମ୍ଭାଳିବାରେ ସେ ଅକ୍ଷମ। ତେବେ ସବୁଠାରୁ ଯେଉଁ ଗୁରୁତ୍ବପୂର୍ଣ୍ଣ କଥା ରହିଛି ତାହା ହେଲା ରାଜ୍ୟ ରାଜନୀତିରେ ବିଜେପିର ସେପରି କିଛି ପରିବର୍ତ୍ତନ ହୋଇପାରିଲା ନାହିଁ।

ପ୍ରତାପ ଷଡଙ୍ଗୀ ଯେତେବେଳେ କେନ୍ଦ୍ରମନ୍ତ୍ରୀ ହେଲେ ସେତେବେଳେ ଜାତୀୟ ଗଣମାଧ୍ୟମରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଓଡିଶାର ଯୋଗୀ ଆଦିତ୍ୟନାଥ ବୋଲି କୁହାଗଲା। ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ସେ ବହୁତ କିଛି କରିବେ ବୋଲି କେନ୍ଦ୍ରୀୟ ନେତା ଆଶା କରିଥିଲେ। ହେଲେ ପ୍ରତାପଙ୍କ ମନ୍ତ୍ରୀତ୍ବରେ ରାଜ୍ୟ ବିଜେପିର କୌଣସି ପରିବର୍ତ୍ତନ ହେଲା ନାହିଁ।

ତେବେ ସବୁଠାରୁ ବଡ ଝଟକା ହେଲା ବାଲେଶ୍ବର ଉପନିର୍ବାଚନ। ଏହି ନିର୍ବାଚନ ମଣ୍ଡଳିଟିରେ ପୂର୍ବରୁ ବିଜେପି ବିଧାୟକ ଥିଲେ, ବିଜେପିର ସଂଗଠନ ଥିଲା, ଏଥିସହିତ ତାହା ଖୋଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନ ମଣ୍ଡଳି। ଏପରି କ୍ଷେତ୍ରରେ ସେଠାରେ ବିଜେପି ପ୍ରାର୍ଥୀ ହାରିବା କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

ପ୍ରତାପ ଷଡଙ୍ଗୀଙ୍କୁ ବଦଳାଇ ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ଏହା ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଅଶ୍ବନୀ ବୈଷ୍ଣବଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲି ହେବା ନିଶ୍ଚିତ ବୋଲି ଜଣାପଡିଛି।

dharmendra pradhan pratap sarangi କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ରାଜ୍ୟ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Latest News

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.