Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯାତ୍ରୀଙ୍କ ଯାଞ୍ଚ ପାଇଁ ଭୁବନେଶ୍ୱର ଷ୍ଟେସନରେ ଲାଗିଲା ‘ଏଟିଏମଏ’ ସିଷ୍ଟମ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଯାତ୍ରୀଙ୍କ ଯାଞ୍ଚ ପାଇଁ ଭୁବନେଶ୍ୱର ଷ୍ଟେସନରେ ଲାଗିଲା ‘ଏଟିଏମଏ’ ସିଷ୍ଟମ, ଜାଣନ୍ତୁ ଏହା କଣ

June 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଲାଗିଲା 'ଏଟିଏମଏ' ସିଷ୍ଟମ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର, ସଂପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି।

ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

ଏ ଟି ଏମ୍ ଏ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇ ଆର୍ ସି ଟି ସି (IRCTC) ଆଧାରିତ ଟ୍ରେନ୍ ଟିକେଟ୍ ର କିଉ ଆର୍ (QR) କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ ଆର୍ (PNR) ନମ୍ବର କହିପାରିବେ।

ଏଥିସହିତ ଏକ ତାପମାତ୍ରା ସ୍କାନର୍ ରହିଛି ଯାହାଦ୍ଵାରା ତାପମାତ୍ରା ମାପାଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାପ୍ସଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।

ଭୁବନେଶ୍ୱର ରେଳ ଷ୍ଟେସନରେ କର୍ପୋରେଟ୍ ସାମାଜିକ ଦାୟିତ୍ ବୋଧ (ସିଏସ୍ଆର) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି ।

ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ ରେଳ ଷ୍ଟେସନ ରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳିଙ୍ଗଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି।

eastcoastrailway
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.