Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ
ଜାତୀୟ ଖବର

ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ

June 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ

ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି । ସେହିଦିନ ଦିଆଯାଇଥିବା ମୋଟ କୋଭିଡ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ଏଥିସହିତ ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ପ୍ରତିଷେଧକ ଟିକା ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ, ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ – ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି । ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ ।”

ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର

ଡକ୍ଟର ପଲ୍‍ ଆହୁରି ସୂଚାଇଥିଲେ ଯେ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣର ଉପକାରୀତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି । ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି । ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛିଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର ।” ସେ ଆହୁରି କହିଲେ ଯେ ଗତ ସୋମବାର ଦିନ ଏତେ ଅଧିକ ସଂଖ୍ୟକ (୮୮.୦୯ ଲକ୍ଷ) ଟିକା ପରିଚାଳନାରେ କୋୱିନ୍‍ ପ୍ଲାଟଫର୍ମରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇନାହିଁ ।

ଡକ୍ଟର ପଲ୍‍ ସୂଚାଇଥିଲେ ଯେ ସରକାରୀ ଟିକାକେନ୍ଦ୍ର ନୂତନ ଟିକାକରଣ ଅଭିଯାନରେ ବିରାଟ ଭୂମିକା ନିର୍ବାହ କରିଛନ୍ତି । “ ଜୁନ ୨୧, ୨୦୨୧ ଦିନ କେବଳ ସରକାରୀ କେନ୍ଦ୍ରମାନଙ୍କରୁ ୯୨ ପ୍ରତିଶତ ଟିକାଦାନ କରାଯାଇଛି । ଏହା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାମର୍ଥ୍ୟ, ସହନଶୀଳତା ଓ ପହଞ୍ଚକୁ ପ୍ରମାଣସିଦ୍ଧ କରିବା ସହ ଏକ ନୂତନ ଉଦାହରଣ ସୃଷ୍ଟି କରିଛି” ବୋଲି ସେ କହିଛନ୍ତି । କୋଭିଡ଼ ୧୯ ଟିକାକରଣ ଅଭିଯାନରେ ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମକୁ ପ୍ରବର୍ତ୍ତନ କରିବାର ଖର୍ଚ୍ଚ ମୁଣ୍ଡାଇବା ମଧ୍ୟ ବେଶ୍‍ ଜଟିଳ ବୋଲି ସେ ସୂଚାଇଥିଲେ ।

ଅଧିକରୁ ଅଧିକ ମହିଳାଙ୍କ ଟିକାକରଣ ନିମନ୍ତେ ପ୍ରବର୍ତ୍ତାଯିବା ଆବଶ୍ୟକ

ଡକ୍ଟର ପଲ୍‍ କହିଲେ ଯେ ଗତକାଲି ଯେତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଅନ୍ୟ ୫୩ ପ୍ରତିଶତ ହେଉଛନ୍ତି ପୁରୁଷ । “ଯେଉଁସବୁ ସ୍ଥାନରେ ଏହି ବିଭେଦ ରହିଛି ଆମକୁ ଏଭଳି ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ । ଅଧିକରୁ ଅଧିକ ମହିଳା ଆସି ଟିକାକରଣରେ ସାମିଲ ହେବା ଆମେ ଚାହୁଁ” ବୋଲି ସେ କହିଛନ୍ତି।

ଓଡିଶାରେ କୋଭିଡ ଟିକା କୋଭିଡ଼ ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯାବନ ଆହତ

July 20, 2026

“ବିଶ୍ୱକପରେ କିପରି ୧୧ଟି ମ୍ୟାଚ୍ ଖେଳିପାରିବା?”: ସିରିଜ ହାରିବା ପରେ ଅଧିନାୟକଙ୍କ ଚିନ୍ତା

July 20, 2026

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ CJPର ପ୍ରତିନିଧିମଣ୍ଡଳ: ଜାଣନ୍ତୁ କ’ଣ ହେଲା ଆଲୋଚନା?

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026
Latest News

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯାବନ ଆହତ

July 20, 2026

“ବିଶ୍ୱକପରେ କିପରି ୧୧ଟି ମ୍ୟାଚ୍ ଖେଳିପାରିବା?”: ସିରିଜ ହାରିବା ପରେ ଅଧିନାୟକଙ୍କ ଚିନ୍ତା

July 20, 2026

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ CJPର ପ୍ରତିନିଧିମଣ୍ଡଳ: ଜାଣନ୍ତୁ କ’ଣ ହେଲା ଆଲୋଚନା?

July 20, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.