Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଯୋଧ୍ୟା କାମର ସମୀକ୍ଷା କଲେ ପ୍ରଧାନମନ୍ତୀ, ବିଶ୍ବ ପର୍ଯ୍ୟଟନ ସ୍ଥଳ କରିବାକୁ ନିଆଗଲା ନୂଆ ନିଷ୍ପତି
ଜାତୀୟ ଖବର

ଅଯୋଧ୍ୟା କାମର ସମୀକ୍ଷା କଲେ ପ୍ରଧାନମନ୍ତୀ, ବିଶ୍ବ ପର୍ଯ୍ୟଟନ ସ୍ଥଳ କରିବାକୁ ନିଆଗଲା ନୂଆ ନିଷ୍ପତି

June 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଯୋଧ୍ୟା ସମୀକ୍ଷା କଲେ ପ୍ରଧାନମନ୍ତୀ, ବିଶ୍ବ ପର୍ଯ୍ୟଟନ ସ୍ଥଳ କରିବାକୁ ନିଆଗଲା କେତେକ ନୂଆ ନିଷ୍ପତି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା। ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି।

ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିମାନ ବନ୍ଦର, ରେଳ ଷ୍ଟେସନର ସମ୍ପ୍ରସାରଣ, ବସ୍ ଷ୍ଟେସନ, ସଡ଼କ ଓ ରାଜପଥ ଭଳି ବିଭିନ୍ନ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍ ବିଷୟରେ ବିସ୍ତାର ପୂର୍ବକ ବିଚାରବିମର୍ଶ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନଙ୍କ ରହିବା ଲାଗି ସୁବିଧା, ଆଶ୍ରମ, ମଠ, ହୋଟେଲ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ଭବନ ନିମନ୍ତେ ସ୍ଥାନ ସାମିଲ ରହିଛି। ଏଠାରେ ପର‌୍ୟ୍ୟଟନ ସହାୟତା କେନ୍ଦ୍ର ଓ ବିଶ୍ବସ୍ତରୀୟ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯିବ।
ସରଯୁ ନଦୀ ଏବଂ ଏହାର ଘାଟଗୁଡ଼ିକର ଆଖପାଖରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସରଯୁ ନଦୀରେ ପରିଭ୍ରମଣ ପରିଚାଳନା (କ୍ରୁଜ୍ ଅପରେସନ) ଏକ ନିୟମିତ ସୁବିଧା ଭାବେ ପ୍ରଦାନ କରାଯିବ।

ସାଇକେଲ ଚାଳକ ଓ ପାଦରେ ଚାଲିବାକୁ ଥିବା ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ଉପଲବ୍ଧତା ସୁନିଶ୍ଚିତ କରି ସହର ବିକଶିତ କରାଯିବ। ସ୍ମାର୍ଟ ସିଟିର ମୌଳିକ ଭିତ୍ତିଭୂମି ଉପଯୋଗ କରି ଆଧୁନିକ ଉପାୟରେ ଯାତାୟାତ ପରିଚାଳନା ମଧ୍ୟ କରାଯିବ।
ପ୍ରଧାନମନ୍ତ୍ରୀ ଅଯୋଧ୍ୟାକୁ ଏକ ଏପରି ସହର ଭାବେ ବର୍ଣ୍ଣନା କରିଥିଲେ ଯାହା ପ୍ରତ୍ୟେକ ଭାରତୀୟମାନଙ୍କ ସାଂସ୍କୃତିକ ଚେତନାରେ ଅଙ୍କିତ ହୋଇ ରହିଛି। ସେ କହିଥିଲେ ଯେ ଅଯୋଧ୍ୟା ଆମ ଶ୍ରେଷ୍ଠ ପରମ୍ପରା ଏବଂ ଆମର ବିକାଶମୂଳକ ପରିବର୍ତ୍ତନକୁ ପ୍ରକଟ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଉଭୟ ଆଧ୍ୟାତ୍ମିକ ଓ ଭବ୍ୟ ସହର। ଏହି ସହରର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ ଭିତ୍ତିଭୂମି ସହିତ ମେଳ ଖାଇବା ଉଚିତ୍, ଯାହାକି ପର‌୍ୟ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ସହିତ ସମସ୍ତଙ୍କ ପାଇଁ ଲାଭକାରୀ ହୋଇଥିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ପିଢ଼ି ସେମାନଙ୍କ ଜୀବନରେ ଅତିକମରେ ଥରେ ଅଯୋଧ୍ୟା ବୁଲି ଆସିବା ଲାଗି ଇଚ୍ଛାବ୍ୟକ୍ତ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟ ଭବିଷ୍ୟତରେ ଅଯୋଧ୍ୟାରେ ବିକାଶ କାର‌୍ୟ୍ୟ ଜାରି ରହିବ। ଏଥିସହିତ ଅଯୋଧ୍ୟାରେ ପ୍ରଗତିକୁ ନୂତନ ଦିଗ ଦେବା ସମୟ ଏବେ ଆସିଯାଇଛି। ସେ କହିଥିଲେ ଯେ ଅଯୋଧ୍ୟାର ପରିଚୟ ଉତ୍ସବ ପାଳନ କରାଯାଉ ଏବଂ ଅଭିନବ ଉପାୟ ସହିତ ଏହାର ସାଂସ୍କୃତିକ ଜୀବନ୍ତତାକୁ ବଜାୟ ରଖାଯାଉ, ସେଥିପାଇଁ ଆମେ ସାମୂହିକ ପ୍ରୟାସ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ଭଗବାନ ଶ୍ରୀରାମଙ୍କ ନିକଟରେ ଲୋକମାନଙ୍କୁ ପାଖକୁ ଆଣିବାର କ୍ଷମତା ରହିଥିଲା, ସେହିପରି ଅଯୋଧ୍ୟାର ବିକାଶ କାମ ସୁସ୍ଥ ଜନ ଭାଗିଦାରୀ ଭାବନା ନେଇ ପରିଚାଳିତ ହେବା ଉଚିତ୍, ବିଶେଷ କରି ଯୁବକମାନଙ୍କ ଦ୍ବାରା। ସେ ଏହି ସହରର ବିକାଶରେ ପ୍ରତିଭାଶାଳୀ ଯୁବକମାନଙ୍କ କୌଶଳର ଲାଭ ଉଠାଇବାକୁ ଆହ୍ବାନ କରିଥିଲେ।

ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୋର‌୍ୟ୍ୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା ଓ ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଅଯୋଧ୍ୟା ରାମ ମନ୍ଦିର ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026
Latest News

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ

September 26, 2026

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.