Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନେତାଜୀ ସୁଭାଷ ବୋଷଙ୍କ କଳାକୃତି ଚୋରୀ ଘଟଣା, ଜବାବ ରଖିଲା କେନ୍ଦ୍ର ସଂସ୍କୃତି ବିଭାଗ
ଜାତୀୟ ଖବର

ନେତାଜୀ ସୁଭାଷ ବୋଷଙ୍କ କଳାକୃତି ଚୋରୀ ଘଟଣା, ଜବାବ ରଖିଲା କେନ୍ଦ୍ର ସଂସ୍କୃତି ବିଭାଗ

June 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନେତାଜୀ ସୁଭାଷ ବୋଷଙ୍କ କଳାକୃତି ଚୋରୀ ଘଟଣା, ଜବାବ ରଖିଲା କେନ୍ଦ୍ର ସଂସ୍କୃତି ବିଭାଗ

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଆଜି ସଂସ୍କୃତି ମନ୍ତ୍ରଣାଳୟର ମୁଣ୍ଡବଥା କାରଣ ହୋଇଛି। ଏଥିରେ ପ୍ରକାଶିତ ହୋଇଛି ଯେ, ନେତାଜୀ ସୁଭାଷ ବୋଷଙ୍କ କେତେକ କଳାକୃତି ଚୋରୀ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀ କରାଯାଇଥିଲା। ଯାହାକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଅବସର ଥିଲା। ସେଥିରେ ନେତାଜୀଙ୍କ ବିଭିନ୍ନ କଳାକୃତି ପ୍ରଦର୍ଶିତ କରାଯାଇଥିଲା । ସେହି ସାମଗ୍ରୀ ଚୋରୀ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି।

ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ସେହିସବୁ ସାମଗ୍ରୀ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଲାଲକିଲ୍ଲା ସଂଗ୍ରହାଳୟ ପକ୍ଷରୁ ଭିକ୍ଟୋରିଆ ମେମୋରିଆଲକୁ ଲୋନ୍‍ ଆଧାରରେ ଯୋଗାଇ ଦିଆଯାଇଥିଲା ।

ବିଧିବଦ୍ଧ ଭାବେ ପ୍ରଚଳିତ ଧାରାକୁ ଅନୁସରଣ ପୂର୍ବକ ସେହିସବୁ ସାମଗ୍ରୀ ଉଧାର ସୂତ୍ରରେ ପ୍ରଦାନ କରାଯାଇଥିଲା ଏବଂ ସେଥିପାଇଁ ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ପତ୍ରର ଅବଧି ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଯାହାକି ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇପାରିବ । ସେହିସବୁ ସାମଗ୍ରୀ କୋଲକାତାକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ବୀମାକରଣ ସହ ପଠାଯାଇଥିଲା ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଦେଶର ବିଭିନ୍ନ ସଂଗ୍ରହାଳୟ ମଧ୍ୟରେ ପୁରାତନ ସାମଗ୍ରୀ ଆଦାନ ପ୍ରଦାନ ଓ ପ୍ରଦର୍ଶନୀ ଆୟୋଜନ ଏକ ପ୍ରଚଳିତ ନିୟମିତ ଧାରା । ଆଲୋଚିତ କ୍ଷେତ୍ରରେ, ଉଭୟ ଏଏସଆଇ ଏବଂ ଭିଏମଏଚ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣାଧୀନ ରହିଛନ୍ତି ।

ତେଣୁ ଯେଉଁ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ଅସତ୍ୟ। ସୁଭାଷ ବୋଷଙ୍କ କଳାକୃତି ସଂପୂର୍ଣ୍ଣ ଭାବେ ସଂରକ୍ଷିତ ରହିଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କହିଛି।

Netaji SubhashChandraBose ନେତାଜୀ ସୁଭାଷ ବୋଷ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.