Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି କାର୍ଯ୍ୟକାରିଣୀ ବୈଠକ ବିରୋଧରେ ଜବାବ ରଖିଲେ ବିଜେଡି ନେତ୍ରୀ ଏଲିନା ଦାସ
ବିଶେଷ ଖବର

ବିଜେପି କାର୍ଯ୍ୟକାରିଣୀ ବୈଠକ ବିରୋଧରେ ଜବାବ ରଖିଲେ ବିଜେଡି ନେତ୍ରୀ ଏଲିନା ଦାସ

June 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପି କାର୍ଯ୍ୟକାରିଣୀ ନିଷ୍ପତି ବିରୋଧରେ ଜବାବ ରଖିଲେ ବିଜେଡି ନେତ୍ରୀ ଏଲିନା ଦାସ

ଭୁବନେଶ୍ୱର, ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି । ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତ୍ତିମାନ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ ।

ବିଜେପି ବିବୃତ୍ତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତ୍ତିମାନ ଦିଆଯାଇଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି । ଗ୍ରାମୀଣ ଗୃହ ନିର୍ମାଣ, ଏମଏନ୍‍ଆରଇଜିଏ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଓଡିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାଁନ୍ତି ।

ବିଜେପିର ବିବୃତ୍ତିରୁ ଜଣାପଡୁଛି ଯେ ଏହି ଦଳର ନେତାମାନେ କୋଭିଡ ଉପରେ ଜଣେ ଜଣେ ଆତ୍ମ ଘୋଷିତ ବିଶେଷଜ୍ଞ ପାଲଟି ଯାଇଛନ୍ତି । ତେଣୁ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ହୋଇପାରୁନଥିବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ ଆଦିରେ ସେମାନଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ । ବାସ୍ତବରେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯିବା ଉଚିତ ଯାହା ଦ୍ୱାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦାସ କହିଛନ୍ତି ।

ଓଡିଶା ବିଜେପି ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026
Latest News

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.