ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

Published: Jul 3, 2021, 3:09 pm IST

ଭୁବନେଶ୍ବର, ନିର୍ବାଚନ ଅବଧୀ ଅନୁସାରେ ପ୍ରଥମେ ପୌର ନିର୍ବାଚନ ହେବା କଥା। କାରଣ ଏହାର ଅବଧୀ ବହୁ ଆଗରୁ ସରିଗଲାଣି। ପଞ୍ଚାୟତ ନିର୍ବାଚନର ଅବଧୀ ଆସନ୍ତା 2022ରେ ଶେଷ ହେବ। ସେଥିପାଇଁ ଏହି ଦୁଇ ତ୍ରୁଣମୂଳ ସଂସ୍ଥାର ନିର୍ବାଚନ ଏହି 2021ରେ ହେବା କଥା। ହେଲେ ସରକାରୀ ସ୍ତରରେ ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବା ପାଇଁ କୁଆଡେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲି ଯାଇଛି। କାରଣ ସ୍ଥାନ ସଂରକ୍ଷଣ ନେଇ କୋର୍ଟରେ ଯେଉଁ ମାମଲା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବିଧାନସଭାରେ ଏହାକୁ ପାଶ କରି ନିର୍ବାଚନ ପାଇଁ ସୁପାରିଶ କରିବା କଥା।

ହେଲେ ଜଣେ ସରକାରୀ କର୍ମଚାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାର ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବେ। ସେଥିପାଇଁ ପୌର ନିର୍ବାଚନକୁ ଜାଣିଏହାର କାରଣରେ କୁହାଯାଇଛି ଯେ, ସରକାରୀ ଦଳ ବିଜେଡିର ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ଥିତି ବେଶ ମଜବୁତ ରହିଛି। ଗତ ନିର୍ବାଚନରେ ବିଜେଡି ଗ୍ରାମାଞ୍ଚଳ ଭୋଟ ଅଧିକ ହାତେଇଛି।

ସେହିପରି ପୌରାଞ୍ଚଳକୁ ଦେଖିଲେ ବିଜେଡି ଅନ୍ୟଦଳଠାରୁ ଅଧିକ ଭୋଟ ହାତେଇଥିଲେ ମଧ୍ୟ ସେଥିରେ ଦଳ ସନ୍ତୁଷ୍ଠ ନାହିଁ। ସେଥିପାଇଁ ଯଦି ପୌର ନିର୍ବାଚନ ଆଗେ କରାଯାଏ ଏବଂ ଦଳର ପ୍ରଦର୍ଶନ ଅଶାନୁମୋଦିତ ହେବା ନାହିଁ । ଏହାପରେ ପଞ୍ଚାୟତ ନିର୍ବାଚନରେ ଦଳ ପଛରେ ପଡିଯିବ। ଗ୍ରାମାଞ୍ଚଳ ଭୋଟ ବିଜେଡି ପାଇଁ ନିଶ୍ଚିତ ଥିବାରୁ ସେହି ହାୱା ପୌର ନିର୍ବାଚନରେ ପଡିବ ବୋଲି ଚିନ୍ତା କରି ଆଗ ପଞ୍ଚାୟତ ନିର୍ବାଚନକୁ ଦଳ ଯିବ ବୋଲି କୁହାଯାଉଛି।

ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ 2024 ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି। ସେସବୁକୁ ଦୃଷ୍ଟିରେ ରଖି ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେଡି ସର୍ବଶକ୍ତିମାନ ଦଳ ଭାବେ ରାଜ୍ୟରେ ରହିଛି। ତଥାପି କେଉଁଠି ନା କେଉଁଠି ଦଳ ଆଶଙ୍କା ଭିତରେ ରହିଥିବାର ଅନୁମାନ କରାଯାଉଛି।

Related posts