Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା
ଅନ୍ତରାଷ୍ଟ୍ରୀୟ

ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା

July 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ନିକଟରେ ପଶ୍ଚିମବଂଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର। ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେବି କୋଲକାତା ରାଜନୀତି ଗରମ ରହିଛି। ଏପରି କ୍ଷେତ୍ରରେ ଆସିଛି ଏକ ନୂଆ ଖବର। ଯେଉଁ ଖବର ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ସେହି ଖବରଟି ହେଲା ଯେ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଉଭୟ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଉପହାର। ଆଉ ତାହା ହେଲା ବାଙ୍ଗଲାଦେଶୀୟ ଦେଶୀ ଆମ୍ବ। ସୂଚନା ଅନୁସାରେ ଉଭୟଙ୍କ ନିକଟକୁ ହାସିନା ପ୍ରାୟ 26 କ୍ବିଣ୍ଟାଲ ବା 2600 କିଲୋଗ୍ରାମର ଆମ୍ବ ପଠାଇଛନ୍ତି।

ଏହି ଆମ୍ବ ନାମ ହେଉଛି ହରିଭଙ୍ଗା , ଯାହା ଏକ ବିରଳ ପ୍ରକାରର ଆମ୍ବ। ଏହା ବାଙ୍ଗଲାଦେଶର ରଂଗପୁରା ଜିଲ୍ଲାରେ ବିଶେଷ ଭାବେ ହୋଇଥାଏ। ଏହି ଆମ୍ବକୁ 260ଟି କାର୍ଟୁନରେ ଭର୍ତ୍ତି କରି ଟ୍ରକରେ ପଠାଯାଇଛି। ଗତକାଲି ରବିବାରରେ ବାଙ୍ଗଲାଦେଶ ଭାରତ ସୀମାରେ ଥିବା ବିନାପୁଲ ଚେକିଂ ଗେଟ ପାର ହେବା ପରେ ଏହା ଜଣାପଡିଥିଲା।

ଏହି ଆମ୍ବ ଟ୍ରକ ସିଧା କୋଲକାତାରେ ଥିବା ବାଙ୍ଗଲାଦେଶ ହାଇ କମିସନରଙ୍କ ଅଫିସରେ ପହଁଚିଥିଲା। ସେଠାରେ ହାଇକମିଶନର ମହମ୍ମଦ ସାମୁୟାଲ କ୍ୟୁଦାର ଏହାକୁ ଗ୍ରହଣ କରିଥିଲେ। ସେ ତୁରନ୍ତ କୋଲକାତାସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ପଠାଇଛନ୍ତି।

କୌଣସି ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ କିଛି ଉପହାର ଦେବା ଏକ ଭଲ ପରଂପରା। କାରଣ ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ସଂପର୍କ ସୁଦୃଢ ହୋଇଥାଏ। ପୂର୍ବରୁ ଏହି ପରଂପରା ଅନେକ ଦେଶରେ ମଧ୍ୟ ଘଟଛି।

ହେଲେ ମୋଦି ମମତାଙ୍କ ମଧ୍ୟରେ ଯେପରି ଅହିନକୁଳ ସଂପର୍କ ସେଥିରେ ଏପରି ଉପହାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ମମତା ମୋଦିଙ୍କ ମଧ୍ୟରେ ସଂପର୍କ ଯୋଡିବାରେ ସେଖ୍ ହାସିନ ମଧ୍ୟସ୍ଥତା କରିବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ( ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଏକ ପୁରୁଣା ଫଟୋ)

ଆମ୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.