Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରଗରମ ରାଜନୀତି, ନେତାଙ୍କ ଦିଲ୍ଲୀ ଆଗମନ ଆରମ୍ଭ, ଅପରାହ୍ନରେ ବୈଠକ
ଜାତୀୟ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରଗରମ ରାଜନୀତି, ନେତାଙ୍କ ଦିଲ୍ଲୀ ଆଗମନ ଆରମ୍ଭ, ଅପରାହ୍ନରେ ବୈଠକ

July 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ତଥା ଅଦଳ ବଦଳ ନେଇ ଆଜି ସକାଳୁ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବଡବଡ ନେତାଙ୍କ ଘରେ ପଂଇତରା ମାରିବା ଆରମ୍ଭ କରିଦେଲେଣି। କେତେକ ବିମାନ ବନ୍ଦରରେ ଡେରା ପକାଇଛନ୍ତି। କିଏ ସେ ଦିଲ୍ଲୀ ଆସୁଛି ସେ ନେଇ ଖବର ସଂଗ୍ରହ କରିବା ଆରମ୍ଭ ହୋଇଯାଇଛି।

ସୁତ୍ର ଅନୁସାରେ ବର୍ତ୍ତମାନ ଧିରେ ଧିରେ ନୂଆ ଦିଲ୍ଲୀକୁ ନେତାମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ 3 ଟା 30ରେ ଦିଲ୍ଲୀରେ ପହଁଚୁଥିବାର ଜଣାପଡିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆଉ କେତେକ ନେତା ମଧ୍ୟ ଆଜି ଅପରାହ୍ନରେ ଦିଲ୍ଲୀର ପହଞ୍ଚୁଥିବା ଜଣାପଡିଛି।

ଏକ ବିଶେଷ ସୁତ୍ରର ଖବର ଅନୁସାରେ ଆଜି ଅପରହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଶେଷ ସ୍ପର୍ଶ ଦେବେ। ସେଥିପାଇଁ ସେ ଗୃହମନ୍ତ୍ରୀ ଅମିତ ସାହା ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଅପରାହ୍ନରେ ଆଲୋଚନା କରିବେ। ପୂର୍ବରୁ ଏମାନଙ୍କର ଅନେକ ଥର ବୈଠକ ବସି ତାଲିକା ପ୍ରସ୍ତୁତ ସରିଛି। ତେବେ ଆଜି ଏହି ବୈଠକରେ ଶେଷ ସ୍ପର୍ଶ ଦିଆଯିବା ସହ ନୂଆ ମନ୍ତ୍ରୀମାନଙ୍କୁ ଫୋନ କରି ଦିଲ୍ଲୀ ଡକାଯିବ ବୋଲି ଜଣାପଡିଛି। ତେବେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତାକାଲି କିମ୍ବା ଗୁରୁବାରରେ ଏହି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ।

Cabinet Reshuffle Minister Reshuffle କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026
Latest News

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.