Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ରାଜନୀତିରେ ବଡ ଭୂକମ୍ପ ସମ୍ଭାବନା, ପୁଣି ଗଠନ ହେବ ମହାମେଣ୍ଟ, ମମତା ସାଜିବେ ସୁପ୍ରିମୋ
ଜାତୀୟ ଖବର

ଜାତୀୟ ରାଜନୀତିରେ ବଡ ଭୂକମ୍ପ ସମ୍ଭାବନା, ପୁଣି ଗଠନ ହେବ ମହାମେଣ୍ଟ, ମମତା ସାଜିବେ ସୁପ୍ରିମୋ

July 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ରାଜନୀତିରେ ବଡ ଭୂକମ୍ପ ସମ୍ଭାବନା, ପୁଣି ଗଠନ ହେବ ମହାମେଣ୍ଟ, ମମତା ସାଜିବେ ସୁପ୍ରିମୋ

ନୂଆଦିଲ୍ଲୀ, ଜାତୀୟ ରାଜନୀତିରେ ଖୁବ ଶିଘ୍ର ଏକ ବଡ ଭୂକମ୍ପ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ତେବେ ଏହି ଭୂକମ୍ପରେ ମୋଦିସାହା ପ୍ରଭାବିତ ହେବେ ବୋଲି ରାଜନୈତିକ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପଟେ ଜାତୀୟ ରାଜନୀତିରେ ଏପରି ପରିବର୍ତ୍ତନ ମଧ୍ୟ ମୋଦିସାହାଙ୍କର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ଅନୁମାନ କରାଯାଉଛି।

ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ ବର୍ତ୍ତମାନ ମୋଦିଙ୍କୁ ଟକ୍କର ଦେବା ପାଇଁ କୁଆଡେ ମମତା ଧରିବେ ଜାତୀୟ ମହାମେଣ୍ଟର ମଙ୍ଗ। ଏଥିପାଇଁ ମମତା ଆସନ୍ତା 25 ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସେହିଦିନ ମମତା ନୂଆଦିଲ୍ଲୀରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଂଗ ନିର୍ବାଚନ ପରେ ଏହା ହେଉଛି ମମତାଙ୍କୁ ପ୍ରଥମ ନୂଆଦିଲ୍ଲୀ ଗସ୍ତ।

ତେବେ ଏହି ଗସ୍ତକାଳରେ ମମତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କୌଣସି ଯୋଜନା ନାହିଁ। ସାଧାରଣତଃ ମୁଖ୍ୟମନ୍ତୀମାନେ ନୂଆଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତି। ମାତ୍ର ମମତାଙ୍କ କାର୍ଯ୍ୟକ୍ରମରେ ସେପରି କିଛି ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ପରେ ମମତା ମୋଦିଙ୍କ ମଧ୍ୟରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଏହି ଭେଟଘାଟ ଭାବିବା ଭୁଲ।

ତେବେ ନୂଆଦିଲ୍ଲୀ ଗସ୍ତରେ ମମତା ସୋନିଆ ଏବଂ ରାହୁଳ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା, ଏନସିପି ନେତା ଶରଦ ପାୱାର ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଷ ଯାଦବଙ୍କ ସହ ସାକ୍ଷାତ କରିବେ। ଏହି ସାକ୍ଷାତ ଦେଶରେ ପୁଣିଥରେ ମହାମେଣ୍ଟ ସୃଷ୍ଟିର ଆଭାସ ଦେଖାଦେଲାଣି।

ନିକଟରେ ରାଜନୈତିକ ରଣନିତିଜ୍ଞ ପ୍ରଶାନ୍ତ କିଶୋର ସୋନିଆ, ପ୍ରିୟଙ୍କା ଏବଂ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ସେ କଂଗ୍ରେସରେ ସାମିଲ ହେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ସେ କଂଗ୍ରେସରେ ସାମିଲ ହେବା ଅପେକ୍ଷା ମହାମେଣ୍ଟର ମୂଳଦୂଆ ପକାଇଥିବାର ଅନୁମାନ କରାଯାଉଛି। ଯାହାର ଫଳ ସ୍ବରୂପ ଏହି 15 ତାରିଖର ଭେଟଘାଟ ବୋଲି ଜଣାପଡିଛି

ନୂଆଦିଲ୍ଲୀର ରାଜନୀତି ପାଣିପାଗ ଅନୁସାରେ ମମତାଙ୍କୁ ଏହି ନୂଆ ମହାମେଣ୍ଟର ମୁଖ୍ୟ କରାଯିବ। ନିକଟରେ ପଶ୍ଚିମବଂଗରେ ମମତା ବାନାର୍ଜି ଯେପରି ମୋଦିସାହାଙ୍କୁ ପାଣି ପାଆଇଲେ, ତାହା ସାରା ଦେଶରେ ଚର୍ଚ୍ଚା ହେବାରେ ଲାଗିଛି। ଏପରି ପଦକ୍ଷେପ ଯୋଗୁଁ ମମତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ ମିଳିଛି। ତାହାକୁ ଆଧାରକରି ବର୍ତ୍ତମାନ ପ୍ରଶାନ୍ତ କିଶୋର ଏହି ନୂଆ ମହାମେଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଯାହା 25 ତାରିଖରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

ମମତା ମମତା ବାନାର୍ଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Latest News

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.