Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ମନ୍ତ୍ରୀ ତୁଶାରକାନ୍ତି କଲେ ସ୍ବାଗତ

ଭୁବନେଶ୍ବର: ଆଜି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜି ତିନିଜିନଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଓଡିଶାର କ୍ରୀଡା ଓ ଯୁବ କଲ୍ୟାଣ ତଥା ଗୃହ ରାଜ୍ୟମନ୍ତ୍ରୀ ତୁଶାରକାନ୍ତି ବେହେରା ସ୍ବାଗତ କରିଥିଲେ। ଏହାପରେ ସେ ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ।

ମମତା ଆଜି ପୁରୀରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଗସ୍ତ କରି ଜଗନ୍ନାଥ ଦର୍ଶନ କରିବେ। ମନ୍ଦିରରେ ସେ ମା ଲକ୍ଷ୍ମୀ ଏବଂ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ମଧ୍ୟ ପୁରୀରେ ରାତ୍ରୀ ଯାପନ କରିବା ପରେ ଗୁରୁବାର ଦିନ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ କୋଲକାତା ଫେରିଯିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜି, ନବୀନଙ୍କୁ କରିବେ ସାକ୍ଷାତ

ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ଆସୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରେ ପହଁଞ୍ଚିବା ପରେ ସିଧା ପୁରୀ ଯିବେ। ସେଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ତାଙ୍କ କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ମମତା ଶ୍ରୀଜୀୟୁଙ୍କ ଦର୍ଶନ ସହିତ ମା ଲକ୍ଷ୍ମୀ ଏବଂ ବିମଳା ମନ୍ଦିରରେ ବିଶେଷ ପୂଜା କରିବେ।

ଏହାପରେ ଗୁରୁବାର ଦିନ ମମତା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିବେ। ଏହି ସାକ୍ଷାତ ଏକ ସୌଜନ ମୂଳକ ଥିଲେ ମଧ୍ୟ ଏଥିରେ ରାଜନୈତିକ ଗନ୍ଧ ବାରି ହୋଇପଡୁଛି। କାରଣ ନିକଟରେ ମମତାଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସାକ୍ଷାତ କରି ବିଜେପି ବିରୋଧରେ ରଣନୀତି ଘୋଷଣା କରିଥିଲେ। ଉଭୟ ବିଭିନ୍ନ ଆଞ୍ଚଳିକ ଦଳ ସହିତ ଆଲୋଚନା କରି ବିଜେପିକୁ ବିରୋଧ କରିବେ।

ଏହି କାରଣ ନେଇ ମମତା ଜଗନ୍ନାଥ ଦର୍ଶନ କରିବା ସହିତ ନବୀନଙ୍କଠାରୁ ଅଭିଯାନ ଆରମ୍ଭ କରିବେ ବୋଲି କୁହାଯାଉଛି ।ସୂଚନା ଅନୁସାରେ ମମତା ନବୀନଙ୍କୁ ସାକ୍ଷାତ କରିବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଆପ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସହିତ ପୁଣି ଥରେ ଆଲୋଚନା କରିବେ ବୋଲି ଜଣାପଡିଛି। ସେହିପରି ସେ ଦିଲ୍ଲୀରେ ଅନ୍ୟ କେତେକ ଆଞ୍ଚଳିକ ଦଳ ସହିତ କଥାବାର୍ତ୍ତା କରିବେ। ମୁଖ୍ୟତଃ କଂଗ୍ରେସକୁ ଛାଡି ଅନ୍ୟ ବିରୋଧୀ ଦଳ କିପରି ବିଜେପିକୁ ହରାଇବା ପାଇଁ ପଦକ୍ଷେପ ନେବେ ସେ ନେଇ ଦିଦି ପ୍ରଚେଷ୍ଠା କରିବେ।

ପୂର୍ବରୁ ମଧ୍ୟ ମମତା ବାନାର୍ଜି ଭୁବନେଶ୍ବରରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତୃତୀୟ ସାମୁଖ୍ୟ ପ୍ରସଂଗ ଆଲୋଚନା ମଧ୍ୟ କରିଛନ୍ତି। ହେଲେ ନବୀନ ଏ ନେଇ କୌଣସି ଟିପଣୀ ଦେଇ ନ ଥିଲେ କି କୌଣସି ସାମୁଖ୍ୟକୁ ସମର୍ଥନ ମଧ୍ୟ କରି ନ ଥିଲେ। ଗତଥର ନବୀନ ସମର୍ଥନ କରୁ ନ ଥିଲେ ମଧ୍ୟ ପୁଣି ଥରେ ମମତା ଭୁବନେଶ୍ବର ଆସି ତାଙ୍କୁ ସାକ୍ଷାତ କରିବା ନିଶ୍ଚିତ ଭାବେ ରାଜନୈତିକ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି।

କେବଳ ମମତା ନୁହଁନ୍ତି ଗତ ମାସରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଏ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ସେ ହାଇଦ୍ରାବାଦରେ କଂଗ୍ରେସ ବ୍ୟତିରକେ ଅନ୍ୟ କେତେକ ଆଞ୍ଚଳିକ ଦଳକୁ ଏକାଠି କରିଥିଲେ। ଏଥିରେ ଆପ ନେତା ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମାନ, ଅଖିଳେଶ ଯାଦବ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ସିପିଆଇର ଡି ରାଜା ପ୍ରମୁଖ ଯୋଗ ଦେଇଥିଲେ। ହେଲେ କେସିଆରଙ୍କ ଝିଅଙ୍କୁ ଇଡି ଜେରା କରିବା ପରେ ଏହି ପଦକ୍ଷେପ ଧିମେଇ ଯାଇଛି।

ତେବେ ମମତା ପୁରୀରେ ପଶ୍ଚିମବଂଗ ସରକାରଙ୍କ ଏକ ଅତିଥି ଭବନ ନିର୍ମାଣ କରିବା ପାଇଁ ନବୀନଙ୍କୁ ସାକ୍ଷାତ କରୁଛନ୍ତି ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ନବୀନଙ୍କ ରାସ୍ତା ଅନୁସରଣ କରିବେ ମମତା, ସବୁ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦେଇପାରନ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ହରଡଘଣାରେ। କାରଣ ନିଜ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦୁର୍ନିତି ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏତେ ପରିମାଣ ଟଙ୍କା ଜବତ ହେବା ଏକ ବଡ ଘଟଣା। ଯେଉଁଥିପାଇଁ ମମତା ସାଧାରଣରେ ନିନ୍ଦିତ ହେବାରେ ଲାଗିଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମମତା ନବୀନ ପଟ୍ଟନାୟକଙ୍କ ପଥ ଅନୁସରଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସେ ଖୁବ ଶିଘ୍ର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି। ସେଥିପାଇଁ ପଶ୍ଚିମବଂଗ ଗଣ ମାଧ୍ୟମ ପୁରା ସଜାଗ ହୋଇ ରହିଛି।

ନବୀନ ଗତ ଜୁନ 4 ତାରିଖରେ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରଦିନ ସେ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଯେଉଁମାନଙ୍କୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳ ବା ସରକାର ନିନ୍ଦିତ ହେଉଛନ୍ତି ସେଥିରେ ବିରାମ ଲାଗିବ।

ସେହି ନ୍ୟାୟରେ ବର୍ତ୍ତମାନ ମମତା ବାନାର୍ଜି ମଧ୍ୟ କଳଙ୍କରୁ ପୋଛି ହେବା ପାଇଁ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହା ପରେ ମମତା ନୂଆ ଟିମକୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି କୁହାଯାଉଛି। ଏଥର ମମତା ପୁରା ନୂଆ ମୁହଁ ନେବେ ବୋଲି ଅନୁମାନ କରାଯାଇଛି।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମମତା ଏଥିପାଇଁ କୁଆଡେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯେଉଁମାନେ ଦାଗୀ ମନ୍ତ୍ରୀ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏଥିସହିତ କେଉଁମାନେ ରାଜ୍ୟ ମନ୍ତ୍ରୀମଣ୍ଡଳର ଭାବମୂର୍ତ୍ତି ଠିକ ରଖିବେ ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ଚାଲିଛି। ଏପରିକି କେତେକ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ମମତା ଯୋଜନା କରୁଛନ୍ତି ବୋଲି କୁହାଯାଉଛି।

କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ ମମତା ପୁରା ଦଳର ଅମୁଳଚୂଳ ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ କୁହାଯାଇଛି। ଏପରକି ଜିଲ୍ଲା ସଭାପତି ମଧ୍ୟ ବଦଳ କରାଯିବ ବୋଲି ସଙ୍କେତ ମିଳିଛି। ସେହିପରି ଯୁବ ତଥା ଛାତ୍ର ସଂଗଠନରେ ମଧ୍ୟ ନୂଆ ଚେହେରା ନେବେ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ ମମତା ବାନାର୍ଜି ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିବା ପାଇଁ ନୂଆଦିଲ୍ଲୀ ଯିବେ। ସେଠାରେ ସେ ନୀତି ଆୟୋଗ ବୌଠକରେ ମଧ୍ୟ ଯୋଗ ଦେବେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମମତା ମନ୍ତ୍ରୀ ମଣ୍ଡଳର ଅଦଳବଦଳ କରିବେ ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ, ବରୁଣ ଗାନ୍ଧୀଙ୍କୁ ଭେଟିବାକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 29 ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିରୋଧୀ ଦଳର ନେତାଙ୍କ ବୈଠକ ଆରମ୍ଭ ହେବ। ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୀତ ଅଧିବେଶନ ପୂର୍ବରୁ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ନଭେମ୍ବର 22 ରୁ ନଭେମ୍ବର 25 ପର୍ଯ୍ୟନ୍ତ ସେ  ଦିଲ୍ଲୀରେ ରହିବେ।

ତେବେ ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେତେକ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ମମତା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ଭେଟି ବୋଲି ଜଣାପଡିଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି।

ନିକଟରେ ବରୁଣ ଏବଂ ମାନେକା ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟରୁ ବାଦ କରିଦେଇଛି। ବରୁଣ ଗାନ୍ଧୀ ବିଭିନ୍ନ ସମୟରେ ସରକାର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଜଣାପଡିଛି। ନିକଟରେ କୃଷି ବିଲକୁ ନେଇ ମଧ୍ୟ ବରୁଣ ସରକାରୀ ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏପରି ପରିସ୍ଥିତିରେ ମମତାଙ୍କ ସହିତ ତାଙ୍କର ଭେଟଘାଟକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟ ବରୁଣ ଏବଂ ମାନେକା ବିଜେପି ଛାଡି ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଉଭୟଙ୍କ ପାଇଁ ବର୍ତ୍ତମାନ ବିଜେପି ସୁରକ୍ଷିତ ହୋଇପାରି ନାହିଁ। ଗୋଟିଏ ପଟେ ବିଜେପି ଉଭୟଙ୍କ ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ଅନ୍ୟପଟେ ଉଭୟ ବରୁଣ ଓ ମାନେକା ବିଜେପିର ଆଭିମୁଖ୍ୟ ନେଇ ଅସନ୍ତୁଷ୍ଠ। ସେଥିପାଇଁ ଉଭୟ ଟିଏମସିରେ ଯୋଗ ଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।

ମମତା ପଶ୍ଚିମ ବଂଗରେ ବିପୁଳ ବିଜୟ ପରେ ଜୁନ୍ ମାସରେ ଦିଲ୍ଲୀ ଆସିଥିଲେ। ସେତେବେଳେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେ ସମୟରେ ସେ କହିଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅପେକ୍ଷା ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ।

2024 ଲୋକସଭା ନିର୍ବାଚନରେ ​​ବିରୋଧୀ ଏକ ଇତିହାସ ସୃଷ୍ଟି କରିବେ ବୋଲି ମମତା ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଏଥର ଲୋକସଭା ନିର୍ବାଚନରେ ଦେଶର ଭୋଟର ମୋଦୀ ବିରୋଧରେ ଯିବେ। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ମମତାଙ୍କ ନୂଆଦିଲ୍ଲୀ ଗସ୍ତ ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ବ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଭବନୀପୁର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କଠାରୁ ମମତା ବାନାର୍ଜି 25 ହଜାର ଭୋଟରେ ଆଗରେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ମମତା ବାନାର୍ଜି ବହୁ ଭୋଟରେ ଆଗୁଆ ଅଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରଓ୍ୱୋଲଙ୍କଠାରୁ 25 ହଜାର ଭୋଟରେ ଆଗୁଆ ରହିଛନ୍ତି। ସେହିପରି ଅନ୍ୟ ଉପନିର୍ବାଚନରେ ଟିଏମସି ପ୍ରାର୍ଥା ବହୁ ଭୋଟରେ ଆଗୁଆ ଥିବାର ଜଣାପଡିଛି।

 

Categories
ଜାତୀୟ ଖବର ବିଶେଷ ଖବର

ଜାତୀୟ ରାଜନୀତିରେ ବଡ ଭୂକମ୍ପ ସମ୍ଭାବନା, ପୁଣି ଗଠନ ହେବ ମହାମେଣ୍ଟ, ମମତା ସାଜିବେ ସୁପ୍ରିମୋ

ନୂଆଦିଲ୍ଲୀ, ଜାତୀୟ ରାଜନୀତିରେ ଖୁବ ଶିଘ୍ର ଏକ ବଡ ଭୂକମ୍ପ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ତେବେ ଏହି ଭୂକମ୍ପରେ ମୋଦିସାହା ପ୍ରଭାବିତ ହେବେ ବୋଲି ରାଜନୈତିକ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପଟେ ଜାତୀୟ ରାଜନୀତିରେ ଏପରି ପରିବର୍ତ୍ତନ ମଧ୍ୟ ମୋଦିସାହାଙ୍କର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ଅନୁମାନ କରାଯାଉଛି।

ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ ବର୍ତ୍ତମାନ ମୋଦିଙ୍କୁ ଟକ୍କର ଦେବା ପାଇଁ କୁଆଡେ ମମତା ଧରିବେ ଜାତୀୟ ମହାମେଣ୍ଟର ମଙ୍ଗ। ଏଥିପାଇଁ ମମତା ଆସନ୍ତା 25 ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସେହିଦିନ ମମତା ନୂଆଦିଲ୍ଲୀରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଂଗ ନିର୍ବାଚନ ପରେ ଏହା ହେଉଛି ମମତାଙ୍କୁ ପ୍ରଥମ ନୂଆଦିଲ୍ଲୀ ଗସ୍ତ।

ତେବେ ଏହି ଗସ୍ତକାଳରେ ମମତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କୌଣସି ଯୋଜନା ନାହିଁ। ସାଧାରଣତଃ ମୁଖ୍ୟମନ୍ତୀମାନେ ନୂଆଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତି। ମାତ୍ର ମମତାଙ୍କ କାର୍ଯ୍ୟକ୍ରମରେ ସେପରି କିଛି ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ପରେ ମମତା ମୋଦିଙ୍କ ମଧ୍ୟରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଏହି ଭେଟଘାଟ ଭାବିବା ଭୁଲ।

ତେବେ ନୂଆଦିଲ୍ଲୀ ଗସ୍ତରେ ମମତା ସୋନିଆ ଏବଂ ରାହୁଳ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା, ଏନସିପି ନେତା ଶରଦ ପାୱାର ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଷ ଯାଦବଙ୍କ ସହ ସାକ୍ଷାତ କରିବେ। ଏହି ସାକ୍ଷାତ ଦେଶରେ ପୁଣିଥରେ ମହାମେଣ୍ଟ ସୃଷ୍ଟିର ଆଭାସ ଦେଖାଦେଲାଣି।

ନିକଟରେ ରାଜନୈତିକ ରଣନିତିଜ୍ଞ ପ୍ରଶାନ୍ତ କିଶୋର ସୋନିଆ, ପ୍ରିୟଙ୍କା ଏବଂ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ସେ କଂଗ୍ରେସରେ ସାମିଲ ହେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ସେ କଂଗ୍ରେସରେ ସାମିଲ ହେବା ଅପେକ୍ଷା ମହାମେଣ୍ଟର ମୂଳଦୂଆ ପକାଇଥିବାର ଅନୁମାନ କରାଯାଉଛି। ଯାହାର ଫଳ ସ୍ବରୂପ ଏହି 15 ତାରିଖର ଭେଟଘାଟ ବୋଲି ଜଣାପଡିଛି

ନୂଆଦିଲ୍ଲୀର ରାଜନୀତି ପାଣିପାଗ ଅନୁସାରେ ମମତାଙ୍କୁ ଏହି ନୂଆ ମହାମେଣ୍ଟର ମୁଖ୍ୟ କରାଯିବ। ନିକଟରେ ପଶ୍ଚିମବଂଗରେ ମମତା ବାନାର୍ଜି ଯେପରି ମୋଦିସାହାଙ୍କୁ ପାଣି ପାଆଇଲେ, ତାହା ସାରା ଦେଶରେ ଚର୍ଚ୍ଚା ହେବାରେ ଲାଗିଛି। ଏପରି ପଦକ୍ଷେପ ଯୋଗୁଁ ମମତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ ମିଳିଛି। ତାହାକୁ ଆଧାରକରି ବର୍ତ୍ତମାନ ପ୍ରଶାନ୍ତ କିଶୋର ଏହି ନୂଆ ମହାମେଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଯାହା 25 ତାରିଖରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ନନ୍ଦିଗ୍ରାମରୁ ମମତା ଜିତିଲେ ସତ, ହେଲେ ଭୋଟ ବ୍ୟବଧାନ ବହୁତ କମ

କୋଲକାତା, ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । କାରଣ ସେହି ଆସନରୁ ଦିଦି ହାରିଯିବେ ବୋଲି ଭୟ ଥିଲା। ହେଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ତେବେ ଆଶ୍ଚର୍ଯ୍ୟ ଭାବେ ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗରେ ଥିଲେ । ହେଲେ ପରବର୍ତ୍ତି ସମୟରେ ମମତା ଆଗେଇ ଗଲେ।

ଏଥର ନିର୍ବାଚନରେ ନନ୍ଦି ଗ୍ରାମ ରାଜନୀତି ଭିନ୍ନ ପ୍ରକାରର ଥିଲା। ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲେ । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇ ଟିକେଟ ହାସଲ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗରେ ବିଜେପି କେତେ ସିଟ ପାଇବ ବୋଲି ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

କୋଲକାତା, ପଶ୍ଚିମବଙ୍ଗରେ ଟିଏମସି 200ରୁ ଅଧିକ ଆସନ ଜିତିବ। ଏପରି ଦ୍ରୁଢକ୍ତି ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ଏପରି ଦାବି କରିଛନ୍ତି ମମତା। ଏହା ସହିତ ସେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଏକ ସର୍ଭେ ରିପୋର୍ଟ ଆଧାରରେ ସେ ଏହା କହୁଛନ୍ତି। ଏହି ସର୍ଭେରୁ ଜଣାପଡିଛି ଯେ ଟିଏମସି 200 ରୁ ଅଧିକ ସିଟ୍ ଜିତୁଥିବା ବେଳେ ବିଜେପି ମାତ୍ର 51 ଟି ସିଟ୍ ପାଇବ। ଏଥିସହିତ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ବିଜେପିର ଆଇଟି ସେଲକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଛଦ୍ମବେଶରେ ସେମାନେ ବିଭିନ୍ନ ନାଟକ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବଙ୍ଗଳାରେ ପ୍ରସାର କରୁଛନ୍ତି। ଲୋକମାନେ ବିଶ୍ୱାସ କରିବା ପରି ମିଥ୍ୟା ଖବର ପ୍ରଚାର କରିବା ସେମାନଙ୍କର ଅଭ୍ୟାସ।

ଏଥିପାଇଁ ବିଜେପି ହଜାର ହଜାର ଟଙ୍କା ବିନିଯୋଗ ମଧ୍ୟ କରୁଛି ଏପରି ଫେକ ଖବର ପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସମସ୍ତ ଭିଡିଓ ଏବଂ ହ୍ବାଟସ୍ ଆପ୍କୁ ବିଶ୍ବାସ କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ନନ୍ଦିଗ୍ରାମର ଲୋକଙ୍କୁ ଅନେକ ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ସେ ହଳଦିଆ ପାଇଁ ବିଭିନ୍ନ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି, ଯେଉଁଥିରେ ଏଠାରୁ ଯୁବକ ଯୁବତୀମାନେ ଚାକିରୀ ପାଇବେ।

Categories
ଜାତୀୟ ଖବର ବିଶେଷ ଖବର

ଟିଏମସି କରୁଛି ଏକ ବିଶାଳ ରାଲି, ହେଲେ ସେହି ଅଞ୍ଚଳର ଦୁଇଜଣ ସାଂସଦକୁ ଡାକିଲେ ନାହିଁ ମମତା, କାରଣ?

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବେଶ୍ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଆଜି ନନ୍ଦିଗ୍ରାମରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ। ହେଲେ ଏହି ରାଲିରେ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀଙ୍କୁ ଯୋଗଦେବା ପାଇଁ ଡକାଯାଇ ନାହିଁ। ତ୍ରୁଣମୂଳ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ଜାଣିଶୁଣି ଏଥିରୁ ଦୂରେଇ ଦିଆଯାଇଛି।

ପଶ୍ଚିମବଙ୍ଗର କାନ୍ଥିରୁ ସାଂସଦ ଥିବା ଶିଶିର ଅଧିକାରୀ ନିକଟରେ ଟିଏମସି ବିରୋଧରେ ଖୋଲାଖୋଲି ବିବୃତ୍ତି ଦେଇଛନ୍ତି। ଏହା ବ୍ୟତୀତ ତାମଲୁକ ଲୋକସଭାର ସାଂସଦ ଦେବେନ୍ଦୁ ଅଧିକାରୀ ମଧ୍ୟ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି। ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ରାଗିବା ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ସମ୍ଭାବନା ରହିଛି। ତେବେ ସେମାନେ ବିଜେପିକୁ ଯିବା ପୂର୍ବରୁ ମମତା ଉଭୟଙ୍କୁ ଦଳରୁ ଅଲଗା କରିଦେଇଛନ୍ତି।

ପଶ୍ଚିମବଂଗ ରାଜନୀତିରେ ଅଧିକାରୀ ପରିବାରର ଦବଦବା ରହିଆସିଛି। ଏପରିକି ଏହି ପରିବାର ଟିଏମସି ତଥା ମମତାଙ୍କ ପାଖେପାଖେ ରହି ସବୁ ପ୍ରକାରର ସହାର୍ଯ୍ୟ କରି ଆସିଛନ୍ତି। ହେଲେ ନିକଟରେ ଏହି ପରିବାରର ଶୁଭେନ୍ଦୁ ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀ ଟିଏମସି ବିରୋଧରେ ଏପରି ମତ ରଖିବାରୁ ସେମାନେ ମଧ୍ୟ ବିଜେପି ମୁହାଁ ହେବେ ବୋଲି ମମତା ଭାବି ନେଇଛନ୍ତି। ଏଭଳି ପରିସ୍ଥିତିରେ ଟିଏମସି ବର୍ତ୍ତମାନ ଅଧିକାରୀ ପରିବାରଠାରୁ ଦୂରତା ରଖିବାକୁ ମଧ୍ୟ ଚାହୁଁଛି।

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ରାଲିରେ ଅଧିକାରୀ ପରିବାର ଉପରେ ପ୍ରଥମ ଆକ୍ରମଣ କରିଛନ୍ତି। ଆଜି ଅପରାହ୍ନରେ ହେବାକୁ ଥିବା ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଧିକାରୀ ପରିବାର ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଏକ ଗଡ଼ ଭାବରେ ପରିଗଣିତ। ତାଙ୍କ ଗଡରେ ମମତା ବାନାର୍ଜି ଏପରି ସଭା କରିବା ନେଇ  ଟିଏମସି ସମର୍ଥକମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।