Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନଙ୍କ ରାସ୍ତା ଅନୁସରଣ କରିବେ ମମତା, ସବୁ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦେଇପାରନ୍ତି ନିର୍ଦ୍ଦେଶ
ଜାତୀୟ ଖବର

ନବୀନଙ୍କ ରାସ୍ତା ଅନୁସରଣ କରିବେ ମମତା, ସବୁ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦେଇପାରନ୍ତି ନିର୍ଦ୍ଦେଶ

July 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମମତା ବାନାର୍ଜୀ
ମମତା ବାନାର୍ଜୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଟିଏମସି ବିଧାୟକଙ୍କୁ କଲେ ନିଲମ୍ବିତ

ନୂଆଦିଲ୍ଲୀ: ବର୍ତ୍ତମାନ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ହରଡଘଣାରେ। କାରଣ ନିଜ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦୁର୍ନିତି ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏତେ ପରିମାଣ ଟଙ୍କା ଜବତ ହେବା ଏକ ବଡ ଘଟଣା। ଯେଉଁଥିପାଇଁ ମମତା ସାଧାରଣରେ ନିନ୍ଦିତ ହେବାରେ ଲାଗିଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମମତା ନବୀନ ପଟ୍ଟନାୟକଙ୍କ ପଥ ଅନୁସରଣ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସେ ଖୁବ ଶିଘ୍ର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି। ସେଥିପାଇଁ ପଶ୍ଚିମବଂଗ ଗଣ ମାଧ୍ୟମ ପୁରା ସଜାଗ ହୋଇ ରହିଛି।

ନବୀନ ଗତ ଜୁନ 4 ତାରିଖରେ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରଦିନ ସେ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଯେଉଁମାନଙ୍କୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳ ବା ସରକାର ନିନ୍ଦିତ ହେଉଛନ୍ତି ସେଥିରେ ବିରାମ ଲାଗିବ।

ସେହି ନ୍ୟାୟରେ ବର୍ତ୍ତମାନ ମମତା ବାନାର୍ଜି ମଧ୍ୟ କଳଙ୍କରୁ ପୋଛି ହେବା ପାଇଁ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହା ପରେ ମମତା ନୂଆ ଟିମକୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି କୁହାଯାଉଛି। ଏଥର ମମତା ପୁରା ନୂଆ ମୁହଁ ନେବେ ବୋଲି ଅନୁମାନ କରାଯାଇଛି।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମମତା ଏଥିପାଇଁ କୁଆଡେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯେଉଁମାନେ ଦାଗୀ ମନ୍ତ୍ରୀ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏଥିସହିତ କେଉଁମାନେ ରାଜ୍ୟ ମନ୍ତ୍ରୀମଣ୍ଡଳର ଭାବମୂର୍ତ୍ତି ଠିକ ରଖିବେ ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ଚାଲିଛି। ଏପରିକି କେତେକ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ମମତା ଯୋଜନା କରୁଛନ୍ତି ବୋଲି କୁହାଯାଉଛି।

କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ ମମତା ପୁରା ଦଳର ଅମୁଳଚୂଳ ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ କୁହାଯାଇଛି। ଏପରକି ଜିଲ୍ଲା ସଭାପତି ମଧ୍ୟ ବଦଳ କରାଯିବ ବୋଲି ସଙ୍କେତ ମିଳିଛି। ସେହିପରି ଯୁବ ତଥା ଛାତ୍ର ସଂଗଠନରେ ମଧ୍ୟ ନୂଆ ଚେହେରା ନେବେ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ ମମତା ବାନାର୍ଜି ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିବା ପାଇଁ ନୂଆଦିଲ୍ଲୀ ଯିବେ। ସେଠାରେ ସେ ନୀତି ଆୟୋଗ ବୌଠକରେ ମଧ୍ୟ ଯୋଗ ଦେବେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ। ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମମତା ମନ୍ତ୍ରୀ ମଣ୍ଡଳର ଅଦଳବଦଳ କରିବେ ବୋଲି ଚର୍ଚ୍ଚା ଚାଲିଛି।

ନବୀନ ପଟ୍ଟନାୟକ ମମତା ବାନାର୍ଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026
Latest News

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.