Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟକୁ ଉଚ୍ଚ ନ୍ୟାୟଳୟ ଗ୍ରହଣ କରୁନାହାନ୍ତି; ପ୍ରଦେଶ କଂଗ୍ରେସ
ବିଶେଷ ଖବର

ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟକୁ ଉଚ୍ଚ ନ୍ୟାୟଳୟ ଗ୍ରହଣ କରୁନାହାନ୍ତି; ପ୍ରଦେଶ କଂଗ୍ରେସ

August 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସର ଅଭିଯୋଗ,ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଉଚ୍ଚନ୍ୟାୟଳୟ

ଭୁବନେଶ୍ୱର, ରାଜ୍ୟରେ ବର୍ତମାନ ସ୍ଥିତିରେ କୋଭିଡ ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତ୍ୟେକ ଦିନ ମୃତ୍ୟୁହାର ବଢ଼ିବଢ଼ି ଚାଲିଛି। ରାଜ୍ୟ ସରକାର କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରକୃତ ତଥ୍ୟ ପ୍ରଦାନ କରିବାରେ ଆରମ୍ଭରୁ ଅନିୟମିତତାକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଜାଣିଶୁଣି କୋଭିଡ ମୃତ୍ୟୁର ସତ୍ୟକୁ ଚାପିଦେବାପାଇଁ ଅପଚେଷ୍ଟା କରୁଛନ୍ତି। ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ରାଜ୍ୟସରକାରଙ୍କ ଅଫିସିଆଲ ପୋର୍ଟାଲ ଏବଂ ନୟାଗଡ଼ ସିଡିଏମଓ ଙ୍କ ତଥ୍ୟ ଆଧାରରେ ମିଛ କୋଭିଡ ମୃତ୍ୟୁର ପ୍ରଦେଶ କଂଗ୍ରେସ ତରଫରୁ ପର୍ଦାଫାସ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ କୋଭିଡ ମୃତ୍ୟୁର ତଥ୍ୟକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ରଖାଯାଇଥିବା କଥା ସାମନାକୁ ଆସିବା ପରେ ବର୍ତମାନ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଚ୍ଚନ୍ୟାୟଳ ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ନିଶିକାନ୍ତ କହିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ଜୁଲାଇ ୫ ତାରିଖରେ ସମୟ ନେଇଥିଲେ ରିପୋର୍ଟ ଦାଖଲ କରିବା ପାଇଁ ଏବଂ ଜୁଲାଇ ୨୦ ତାରିଖରେ ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିଥିଲେ। ଜୁଲାଇ ୨୮ ତାରିଖରେ ହାଇକୋର୍ଟ ରିପୋର୍ଟକୁ ତର୍ଜମା କଲାପରେ ଏହା ସଂପୂର୍ଣ୍ଣ ନୁହେଁ ବୋଲି କହିବା ସହିତ ଜିଲ୍ଲା ସ୍ତରରେ କୋଭିଡ ମୃତ୍ୟୁର ସରକାର ଯେଉଁ ଅଡିଟ କରୁଛନ୍ତି ତାହାର ପ୍ରକାରଭିତି (ମୋଡାଲିଟି) ସଂପର୍କରେ କାହିଁକି ନୀରବ, ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ।

ଗତ ଦୁଇମାସ ଭିତରେ ଗୋଟିଏ ଜିଲ୍ଲା ନୟାଗଡ଼ରେ ୧୧୭ କୋଭିଡ ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାର ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ରିପୋର୍ଟରେ କିଛିବି ତଥ୍ୟ ଉପସ୍ଥାପନ କରିନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରତିୟମାନ ହେଉଛି ଯେ ରାଜ୍ୟ ସରକାର କୋଭିଡ ମୃତ୍ୟୁର ସଂଖ୍ୟାକୁ ନେଇ ରାଜ୍ୟବାସୀଙ୍କୁ ମିଛତଥ୍ୟ ପ୍ରଦାନ କରିବା ପରେ ବର୍ତମାନ ହାଇକୋର୍ଟଙ୍କୁ ମଧ୍ୟ ଭୁଲ ତଥ୍ୟ ପ୍ରଦାନ କରି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନିଶିକାନ୍ତ କହିଛନ୍ତି।

କୋଭିଡ ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ତରଫରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ଏହା ଦ୍ୱାରା ପ୍ରଭାବିତ ହେବ ଏବଂ କ୍ଷତିପୂରଣ ରାଶି ପାଇବା ପାଇଁ ହକଦାର ଥିବା ଆଇନଗତ ଉତରାଧିକାରୀମାନଙ୍କ ପ୍ରତି ଏହା ନବୀନ ବାବୁଙ୍କ ଚରମ ଉପହାସ ବୋଲି କଂଗ୍ରେସ କହିଛି।

ସମଗ୍ର ଓଡ଼ିଶାବାସୀ ମୋ ପରିବାର ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ତାଙ୍କ ନିଜ ପରିବାର ସଦସ୍ୟଙ୍କ ପ୍ରତି ଅନ୍ୟାୟ କରୁନାହାନ୍ତିକି? ଏହାର ଜବାବ ଦେବାକୁ ସେ ସରକାରଙ୍କୁ ଆହ୍ୱାନ ଦେବା ସହିତ କୋଭିଡ ମୃତୁର ସ୍ୱତନ୍ତ୍ର ଅଡିଟ ପାଇଁ ଦାବି ଦୋହରାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତଥିଲେ।

ନିଶିକାନ୍ତ ମିଶ୍ର ପ୍ରଦେଶ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026
Latest News

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.