Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ଜାତୀୟ ଖବର

ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

August 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ ତରଫରୁ ୱର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ 6ଟି ଲେଖାଏଁ ୱାର୍ଡର ଲୋକଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଏହି ଦର୍ଶନ ବେଳେ କେତେକ ନିୟମ ଲାଗୁ କରାଯାଇଛି।

ପୁରୀବାସୀ ଅଗଷ୍ଟ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବେ। ତେବେ ସେମାନଙ୍କୁ କୌଣସି କରୋନା ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ପୁରା ପୁରୀ ସହରରେ ଟିକାକରଣ ହୋଇ ନ ଥିଲେ ମଧ୍ୟ ଜଗା ଦର୍ଶନ ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ତେବେ ପୁରୀ ବାସିନ୍ଦା ଭାବେ ଆଧାରକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପୁରୀବାସୀ କିପରି ଭଲରେ ଜଗା ଦର୍ଶନ କରିବେ ସେ ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।

ଏହାପରେ 23 ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। 20 ତାରିଖରେ ପୁରୀବାସୀଙ୍କ ଦର୍ଶନ ସରିବା ପରେ 21 ଓ 22 ତାରିଖ ଦୁଇଦିନ ସପ୍ତାହନ୍ତ ଲକଡାଉନ ଲାଗୁ ରହିଛି। ଫଳରେ ସେହି ଦୁଇଦିନ ଦର୍ଶନ ବନ୍ଦ କରାଯାଇଛି। ସେଥିପାଇଁ 23 ତାରିଖରୁ ଏହି ଦର୍ଶନ ଆରମ୍ଭ ହେବ। ସପ୍ତାହର 5ଦିନ ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ମିଳିପାରିବ। ତେବେ ଏହି ସମୟରେ ନେଗେଟିଭ ସାର୍ଟିଫିକେଟ କିମ୍ବା ଦୁଇ ଡୋଜ ଟିକା ନେବାର ପ୍ରମାଣ ପତ୍ର ଭକ୍ତଙ୍କୁ ଦେବାକୁ ପଡିବ।

ପୂର୍ବପରି ଭକ୍ତମାନେ ମାସ୍କ, ସାନିଟାଇଜର ପ୍ରଭୃତି ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଦ୍ବାରରେ ସାନିଟାଇଜର ରଖାଯିବ ବୋଲି ନିଷ୍ପତି କରାଯାଇଛି। ସେହିପରି ମନ୍ଦିର ଭିତରେ ଦୀପ ଲଗାଇବା ପାଇଁ ମନା କରାଯାଇଛି। ଭକ୍ତମାନେ ଆନନ୍ଦ ବଜାରରୁ ଅଭଡା କିଣିପାରିବେ ହେଲେ ସେଠାରେ ସେବନ କରିପାରିବେ ନାହିଁ। ଦର୍ଶନ ପାଇଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ଧାଡି କରାଯିବ।

ତେବେ ଶ୍ରୀମନ୍ଦିର ପ୍ରତ୍ୟେକ ଶନିବାର ଓ ରବିବାର ସହିତ ବିଭିନ୍ନ ପର୍ବପର୍ବାଣୀରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କାରଣ ଏହିଦିନ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମର ଆଶଙ୍କା ରହିଥିବାରୁ ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛି।

ଖୋଲିବ ଶ୍ରୀମନ୍ଦିର ପୁରୀ ଶ୍ରୀମନ୍ଦିର ଶ୍ରୀମନ୍ଦିର ସିଂହଦ୍ବାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026
Latest News

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.