Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ୟୁ’ ଟର୍ଣ୍ଣ, ସେବେ ନବୀନଙ୍କୁ ସମାଲୋଚନା ଏବେ ପ୍ରଶଂସା, କାରଣ କଣ ?
ବିଶେଷ ଖବର

ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ୟୁ’ ଟର୍ଣ୍ଣ, ସେବେ ନବୀନଙ୍କୁ ସମାଲୋଚନା ଏବେ ପ୍ରଶଂସା, କାରଣ କଣ ?

August 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୌମ୍ୟରଂଜନ ପଟ୍ଟନାୟକଙ୍କ 'ୟୁ' ଟର୍ଣ୍ଣ, ସେବେ ନବୀନଙ୍କୁ ସମାଲୋଚନା ଏବେ ପ୍ରଶଂସା, କାରଣ କଣ ?

ଭୁବନେଶ୍ବର, ଆଜି ସମ୍ବାଦ ଖବରକାଗଜ ଯେ କେହି ଦେଖିବ ସେ ପ୍ରଥମ ପୃଷ୍ଠା ପଢି ଆଶ୍ଚର୍ଯ୍ୟ ହେବ। କାରଣ ହେଲା ଆଜି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ‘ ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ? ଲେଖା ସହିତ ଆଜିର ‘ଟୋକିଓ ଅଲମ୍ପିକ୍ସର ବାର୍ତ୍ତା’ ଲେଖା ପୁରା ‘ୟୁ’ ଟର୍ଣ୍ଣ ମାରିଛି।

ଏଥର ଲେଖାରେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଶଂସାରେ ପୋତି ପକାଇଛନ୍ତି। ହକି ଇଣ୍ଡିଆର ପ୍ରାୟୋଜକ ସାଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଦୂରଦର୍ଶି କାର୍ଯ୍ୟ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ନବୀନଙ୍କ ହକି ଇଣ୍ଡିଆର ପ୍ରାୟୋଜକ ହେବା ନିଷ୍ପତି ସାରା ଦେଶରେ ପ୍ରଶଂସା କରାଯାଉଛି। ହେଲେ ସୌମ୍ୟରଂଜନ ପ୍ରଶଂସା କରିବା ଘଟଣା ଭିନ୍ନ ଦୃଷ୍ଟିଭଙ୍ଗି ସୃଷ୍ଟି କରୁଛି।

ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା ଏଥର ଲେଖାରେ ସୌମ୍ୟରଂଜନ ‘ମାନ୍ୟବର’ ନବୀନ ପଟ୍ଟନାୟକ ବୋଲି ସମ୍ବୋଧିତ କରିଛନ୍ତି। ତାଙ୍କର ପୂର୍ବ ଲେଖାରେ ସେ ଏହି ‘ମାନ୍ୟବର’ ଶଦ୍ଦଟି ବ୍ୟବହାର କରି ନ ଥିଲେ। ସାଧାରଣତଃ ମିଡିଆରେ କାହାକୁ ବି ମାନ୍ୟବର ଶଦ୍ଦ ବ୍ୟବହାର କରାଯାଉ ନ ଥିବା ବେଳେ ସୌମ୍ୟରଂଜନ କିନ୍ତୁ ତାହା ଲେଖିଛନ୍ତି। ତେବେ ହଠାତ କଣ ହେଲା କେଜାଣି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବେଶ୍ ଗଦଗଦ୍ ହୋଇପଡିଛନ୍ତି।

ରାଜନୈତିକ ପାଣିପାଗ ଅନୁସାରେ ନବୀନ ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିରେ ସୌମ୍ୟରଂଜନଙ୍କୁ ସାମିଲ କରିବା ପାଇଁ ସେ କୁଆଡେ ଏପର ଅସ୍ତ୍ର ପ୍ରୟୋଗ କରିଛନ୍ତି ବୋଲି କୁହାଯାଉଛି। ଚଳିତ ସରକାରରେ ସୌମ୍ୟରଂଜନ ମନ୍ତ୍ରୀ ହୋଇ ଥାଆନ୍ତେ। ହେଲେ ନବୀନ ତାଙ୍କୁ ବିଶ୍ବାସକୁ ନେଇପାରିଲେ ନାହିଁ। ଫଳରେ ସୌମ୍ୟରଂଜନ ଭିତରେ ଭିତରେ ରାଗ ତମତମ ହୋଇ ରହିଛନ୍ତି।

ତେବେ ଏଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ସୌମ୍ୟରଂଜନ ନବୀନଙ୍କ ବିଶ୍ବାସ ଭାଜନ ପାଇଁ ଚେଷ୍ଠା କରୁଛନ୍ତି। ସେଥିପାଇଁ ସେ ଏପରି ଲେଖା ଲେଖିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ମନ୍ତ୍ରୀ ହେବା ପର୍ଯ୍ୟନ୍ତ ସୌମ୍ୟରଂଜନ ନବୀନଙ୍କୁ ଖୁସି କରିବା ପାଇଁ ଏମିତି ଆହୁରି କିଛି ଲେଖା ପ୍ରକାଶ କରିବେ ବୋଲି ଜଣାପଡିଛି।

ନବୀନ ପଟ୍ଟନାୟକ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.