Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫୋକସରେ ଜଗତସିଂହପୁର, ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଶେଷ ଖବର

ଫୋକସରେ ଜଗତସିଂହପୁର, ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

August 13, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଫୋକସରେ ଜଗତସିଂହପୁର, ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,  ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର‌୍ୟ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ ।

କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଜଗତସିଂହପୁର ଜିଲ୍ଲାରେ Liquid Medical Oxygen Plant ଉଦ୍‌ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍‌ସିଜେନ ଯୋଗାଇ ଦେଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ – ଏ ସବୁ କାଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର‌୍ୟ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର‌୍ୟ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର‌୍ୟ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।

ଜଗତସିଂହପୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025
Latest News

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.