Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ
ଜାତୀୟ ଖବର

କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ

August 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ

କୋରାପୁଟ, ଆନ୍ଧ୍ର ସୀମାରେ ଥିବା ଓଡିଶାର କୋଟିଆ ଅଞ୍ଚଳକୁ ଦଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜୋରଦାର ଉଦ୍ୟମ ଜାରୀ ରଖିଛନ୍ତି। ଏ ନେଇ ସୁପ୍ରିମ କୋର୍ଟରେ ମାମଲା ଚାଲିଥିବା ବେଳେ ଆନ୍ଧ୍ର ତରଫରୁ କୋଟିଆ ଉପରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଯାହା ଓଡିଶାର ସ୍ବାଭିମାନ ଉପରେ ବଡ କୁଠାରଘାତ ହେବାରେ ଲାଗିଛି। ଆନ୍ଧ୍ରର ଏପରି ବାରମ୍ବାର ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ସଦ୍ୟତମ ଖବର ଅନୁସାରେ ଆନ୍ଧ୍ର ସରକାର ଅଗଷ୍ଟ 15 ତାରିଖ 75ତମ ସ୍ବାଧୀନତା ଦିବସରେ ଏହି କୋଟିଆ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ କରୁଛି। ଏଥିରେ କୋଟିଆ ଅଞ୍ଚଳରେ ଯେତେ ସବୁ ଓଡିଆ ନାମ ଫଳକ ତଥା ସାଇନବୋର୍ଡ ଅଛି ତାହାକୁ ହଟାଇ ଦିଆଯିବ। ତା ସ୍ଥାନରେ ତେଲୁଗୁ ନାମଫଳକ ଲଗାଯିବ ବୋଲି ନିଷ୍ପତି କରିଛି ଆନ୍ଧ୍ର। ପ୍ରାରମ୍ଭିକ ପର୍ଯ୍ୟାୟରେ 22 ଟି ଗ୍ରାମରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେତେ ତେଲୁଗୁ ନାମଫଳକ ପ୍ରସ୍ତୁତ କରି ରଖାଯାଇଛି।

ସେହିପରି ଅଗଷ୍ଟ 16 ତାରିଖରେ ମଧ୍ୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି। ସେହି ଅନୁସାରେ ନିକଟସ୍ଥ ସାଲୁର ବିଧାୟକ ଏହାର ଉଦଘାଟନ କରିବେ। ସେହି ସ୍ଥାନରେ ଜିଲ୍ଲାର ଉପଜିଲ୍ଲାପାଳ ତଥା ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ରହିବେ।

ଦୀର୍ଘ ବର୍ଷ ଧରି ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗିରହିଛି। ଫଳରେ ସେହି ଅଞ୍ଚଳରେ ବାସ କରୁଥିବା ପ୍ରାୟ ଆଠ ହଜାର ଲୋକ ଫସିଯାଇଛନ୍ତି। ଗତବର୍ଷ ମେ ଆଠ ତାରିଖରେ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କର ଏପରି ନିଷ୍ପତି ଏହି ବିବାଦକୁ ପୁଣି ଥରେ ଭିନ୍ନ ମୋଡ ନେଉଛି।

ଆନ୍ଧ୍ର ସରକାର କୋଟିଆ କୋଟିଆ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.