Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ,ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁଠି ଛିଡା ହୋଇଛନ୍ତି ?
ବିଶେଷ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ,ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁଠି ଛିଡା ହୋଇଛନ୍ତି ?

April 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
naveen target Bjp
naveen target Bjp

ସମୀକ୍ଷା ବ୍ୟୁରୋ

ନିର୍ବାଚନ ରଣାଙ୍ଗନରେ ଦିନେ ଦିନେ ଏପରି ଘଟଣା ଘଟୁଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସେହିପରି ଏକ ଘଟଣା ଘଟିଛି ଦଶପଲ୍ଲାର ଗାନ୍ଧୀ ପଡିଆରେ ହୋଇଥିବା ନିର୍ବାଚନ ପ୍ରଚାରରେ। ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ବେଳେ ବିଜେପିକୁ ଏକ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ଡରୁଛି କାହିଁକି ? ଏପରି ପ୍ରଶ୍ନ କରିବା ପରେ ସ୍ବାଭାବିକ ଭାବେ ସେଠାରେ ଉପସ୍ଥିତ ଲୋକେ ମଜ୍ଜା ନେଇଥିଲେ ସତ। ହେଲେ ଏପରି ପ୍ରଶ୍ନ ବିଜେପିକୁ ଏକ ଅଡୁଆ ପରିସ୍ଥିତରେ ପକାଇ ଦେଇଛି। ସେତିକି ନୁହେଁ ଡବଲ ଇଂଜିନ କଥା ଉଠାଇ ମୁଖ୍ୟମନ୍ତ୍ରୀ ବିଜେପିକୁ ଚକ୍ରବୂହ ଭିତରେ ଠେଲି ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ସବୁବେଳେ ଡବଲ ଇଂଜିନ କଥା କହି ରଡି କରୁଛି। ନିର୍ବାଚନ ହେଲେ ଦିଲ୍ଲୀରୁ ଇଂଜିନି ଆସୁଛି , ହେଲେ ନିର୍ବାଚନ ସରିଲେ ଦିଲ୍ଲୀ ଇଂଜିନର ଆଉ ଦେଖା ମିଳିବ ନାହିଁ। ଏହି ଦୁଇଟି କଥା ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେବଳ ନିଜର କାମ ଏବଂ କେନ୍ଦ୍ରୀୟ ଅବହେଳା କହି ଭୋଟ ଭିକ୍ଷା କରୁଥିଲେ। ହେଲେ କେବେ ରାଜ୍ୟ ବିଜେପିକୁ ଟ୍ୟାର୍ଗେଟ କରି ନ ଥିଲେ। ଏଥର ନବୀନ ରାଜ୍ୟ ବିଜେପିକୁ ଟାର୍ଗେଟ କରିବା ଏକ ନୂଆ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଚଟାପଟ ବିଜେପି ଦେଇଛି ସତ ହେଲେ ତାହା ବାଆଁରେଇବା ବ୍ୟତିତ ଆଉ କିଛି ନୁହେଁ। କାରଣ ଏହାର ଉତ୍ତର ବିଜେପି ପାଖରେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରରେ କହିଛନ୍ତି ଯେ, ଓଡିଶାର ୪ କୋଟି ଜନସଧାରଣ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସ୍ବୟଂ ନାରାୟଣ ଯେଉଁଠି ନେତା ସେଠାରେ ନେତାର ଆବଶ୍ୟକ ନାହିଁ। ଧର୍ମେନ୍ଦ୍ରଙ୍କ ଏପରି ଉତ୍ତର କେବଳ ଉପର ଠରୁଆ ବୋଲି କୁହାଯିବ। କାରଣ ନବୀନଙ୍କ ସିଧା ପ୍ରଶ୍ନ ଥିଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହାର ନାମ କଣ। ବିଜେପି ଏହାର ସିଧା ଉତ୍ତର ନ ଦେଇ ଏପରି ବାଆଁରେଇବାକୁ ଲୋକେ କିପରି ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ। ଯଦି ସ୍ବୟଂ ନାରାୟଣ ତାଙ୍କର ନେତା ତେବେ ସେ କାହିଁକି ବୁଲି ବୁଲି ପ୍ରଚାର କରୁଛନ୍ତି। ଯଦି ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେବେ ସେ କାହିଁକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଲୋକଙ୍କ ପାଖକୁ ଯାଉଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଦ୍ବନ୍ଦ ୨୦୧୪ ମସିହାରୁ ରହି ଆସିଛି। କାରଣ ୨୦୧୪ ମସିହା ନିର୍ବାଚନ ସମୟରେ ଅମିତ ସାହାଙ୍କୁ ଏହିପରି ପ୍ରଶ୍ନ ପଚରା ଯାଇଥିଲା। ସେତେବେଳେ ମଧ୍ୟ ଧର୍ମେନ୍ଦ୍ର କଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥି କି ବୋଲି ସାମ୍ବାଦିକ ପଚାରି ଥିଲେ। ହେଲେ ଅମିତ ସାହା ସେତେବେଳେ କାହାର ନାମ ନେଇ ନ ଥିଲେ। ଖାଲି ଏତିକି କହିଥିଲେେ ଯେ, ଦଳରେ ବହୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ପ୍ରକୃତରେ ୨୦୧୪ ନିର୍ବାଚନ ବେଳେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଦାବୀଦାର ଥିଲେ। ସେ ଦୁହେଁ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। ହେଲେ ବର୍ତ୍ତମାନ ସ୍ଥିତି ବଦଳିଯାଇଛି। କାରଣ ବିଜେପିରେ ବର୍ତ୍ତମାନ ଯେପରି ତୁଙ୍ଗ ନେତାମାନେ ଯୋଗ ଦେଇଛନ୍ତି, ସେଥିରେ ଏହି ସଂଖ୍ୟା ଆଉ ଦୁଇରେ ନାହିଁ। ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟେ ଦେଖିଲେ ଜଣାପଡେ ଯେ, ବିଜେପିରେ ବର୍ତ୍ତମାନ ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀ ପାଇଁ ଦାବୀଦାର ଅଛନ୍ତି। ଧର୍ମେନ୍ଦ୍ର ଓ ଜୁଏଲଙ୍କୁ ଛାଡିଦେଲେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଏବଂ ଅପରାଜିତା ଷଡଙ୍ଗୀ ଏହି ତାଲିକାରେ ଯୋଡି ହୋଇଗଲେଣି। କାରଣ ଏହି ତିନି ନେତାଙ୍କ ଦବଦବା ଦିଲ୍ଲୀ ଦରବାରରେ ବେଶ୍ ରହିଛି। ଏହି ତିନି ଜଣ ପ୍ରଦେଶ ନେତାଙ୍କ ସୁପାରିଶରେ ବିଜେପିରେ ଯୋଗ ଦେଇ ନାହିଁନ୍ତି। ବୈଜୟନ୍ତ ଏବଂ ଅପରାଜିତା ସିଧା ଦିଲ୍ଲୀ ନେତାଙ୍କ ସହିତ କଥା ହୋଇ ଦଳରେ ମିଶିଛନ୍ତି। ସେହିପରି ବିଜୟ ମଧ୍ୟ ଅମିତ ସାହାଙ୍କ ସହ 3 ଥର ଫୋନରେ କଥା ହୋଇ ବିଜେପିକୁ ଫେରିଛନ୍ତି। ତେଣୁ ଏହି ତିନି ନେତା କେଉଁଠି ନା କେଉଁଠି ଦିଲ୍ଲୀ ଦରାବରର ଅଭୟ ଶକ୍ତି ପାଇଛନ୍ତି ବୋଲି କୁହାଯାଇପାରିବ।

ତେବେ ବର୍ତ୍ତମାନର ନିର୍ବାଚନ ଦୃଶ୍ୟପଟରେ ନବୀନଙ୍କ ଏହି ପ୍ରଶ୍ନ ଆଉ ବିଜେପିର ଉତ୍ତର ଏକ ରୋଚକ ମୋଡ ନେଇଛି।

BJD BJP
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.