Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ
ବିଶେଷ ଖବର

ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ

August 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର, ଚଳିତ ଖରିଫରେ ରାଜ୍ୟରେ କମ୍‌ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଯେଉଁସବୁ ସ୍ଥାନରେ କମ୍‌ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍‌ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ ନିଷ୍କାସନ ଉପରେ ବୈଠକରେ ଗୁରୁତ୍ୱ ଦଆଯାଇଛି। କୃଷି, ସମବାୟ ଓ ଜଳସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ ଚାଷଜମି ଅନୁଧ୍ୟାନ କରି କଣ୍ଟିଜେଣ୍ଟ ପ୍ଲାନ୍‌ ପ୍ରସ୍ତୁତ ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ଷେତ୍ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ନିୟମିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ କୁହାଯାଇଛି । ବୈଠକରେ ମନ୍ତ୍ରୀ ଡ.ସାହୁ କହିଲେ ଯେ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ ସେପେଫମ୍ବର ମାସରେ ପ୍ରାକ୍‌ରବିରେ ଅଣଧାନ ଓ ବିକଳ୍ପ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯେପରି ଫସଲ କ୍ଷତି ହେଲେ କ୍ଷତି ଭରଣା କରାଯାଇପାରିବ । ଏଥି ସହିତ ବୀମା କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ତୁରନ୍ତ କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଅଧିକ ଫସଲ ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏତଦ୍‌ବ୍ୟତୀତ କୃଷି ଶ୍ରମଜୀବୀମାନଙ୍କୁ ଏମ୍‌ଜିଏନ୍‌ଆର୍‌ଜିଏରେ କର୍ମସଂସ୍ଥାନ ଯୋଗାଇଦେଇ ରୋଜଗାରକ୍ଷମ କରାଯିବାକୁ ପଦକ୍ଷେପ ନିଆଯିବ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ ସଂପୃକ୍ତ ବିଭାଗର ସମସ୍ତ କର୍ମଚାରୀ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ଉପଦେଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନିମନ୍ତେ ଆଡ୍‌ଭାଇଜାରି ଜାରି କରାଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଜଳସଂପଦ ବିଭାଗର ଯନ୍ତ୍ରୀମୁଖ୍ୟ ତଥା ସ୍ୱତନ୍ତ୍ର ଶାସନ ସଚିବ ଅସୀମ କୁମାର ମହାପାତ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଭକ୍ତଚରଣ ମହାନ୍ତି, ମେଗା ଲିଫଫ ଇରିଗେସନ୍‌ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଓୟୁଏଟିର ଡିନ୍‌ ସଂପ୍ରସାରଣ ପ୍ରଫେସର ପି.ଜେ. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

BJP Ads
କମ ବର୍ଷା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଡ. ଅରୁଣ କୁମାର ସାହୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମବାୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025
BJP Ads
Latest News

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.