Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ
ଜାତୀୟ ଖବର

ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ

August 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି।

ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି।

ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର ଓଡିଶା ଆସି ଓଡିଆ ଟେଲିଭିଜନ ପ୍ରଯୋଜକଙ୍କ ସହିତ ଆଲୋଚନା କରି ସାରିଲେଣି। କଣ ଏବଂ କି ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ଓ ଧାରାବାହିକ ହେବ ସେ ନେଇ ବୈଠକ ହୋଇ ସାରିଛି। ଫଳରେ କଂପାନୀ ଏକ ବ୍ୟବସାୟିକ ଢଙ୍ଗରେ ଚ୍ୟାନେଲ ଆରମ୍ଭ କରିବା ବୋଲି ଜଣାପଡିଛି।

ବର୍ତ୍ତମାନ ଓଡିଶାରେ ପାଞ୍ଚୋଟି ମନୋରଂଜନ ଧର୍ମି ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ହେଲା ଜୀ ସାର୍ଥକ, ତରଙ୍ଗ ଟିଭି, ମଞ୍ଜରୀ ଟିଭି, କଲରସ ଓଡିଆ ଏବଂ ସିଦ୍ଧାର୍ଥ ଟିଭି। ସେଥିମଧ୍ୟରୁ କେବଳ ଜୀ ସାର୍ଥକ ଏବଂ କଲରସ ଓଡିଆ ହେଉଛି ଜାତୀୟ ସ୍ତରର ମନୋରଂଜନ ଧର୍ମି ଚ୍ୟାନେଲ। ଓଡିଶାରେ ଷ୍ଟାରର ଏହି ଦୁଇଟି ନୂଆ ଚ୍ୟାନେଲର ପ୍ରସାରଣ ଆରମ୍ଭ ହେଲେ ଏହି ସଂଖ୍ୟା ସାତ ହେବ।

ଦୀର୍ଘବର୍ଷ ଧରି ଓଡିଶାର ମନୋରଂଜନ ବଜାରରେ ଜୀ ସାର୍ଥକ ଏବଂ ତରଙ୍ଗ ଟିଭି ସେମାନଙ୍କ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ଅନ୍ୟ ଚ୍ୟାନେଲଗୁଡିକ ସେହିପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଦେବାରେ ବିଫଳ ହୋଇଛନ୍ତି। କଲରସ ଓଡିଆ ଭାରତର ନାମଜାଦା ଭାୟାକମ-18 କଂପାନୀର ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲ ପ୍ରତି ସେମିତି ଗୁରୁତ୍ବ ପ୍ରଦାନ କରୁ ନାହଁନ୍ତି। ଫଳରେ ଓଡିଆ ଦର୍ଶକଙ୍କୁ ନୂଆନୂଆ କାର୍ଯ୍ୟକ୍ରମ ଦେବାରେ ଏହି ଚ୍ୟାନେଲଟି ମଧ୍ୟ ବିଫଳ ହୋଇଛି। ସେହିପରି ଓଡିଶା ମିଡିଆ ଜଗତର ନାମାଜାଦା ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ମଂଜରୀ ଟିଭି ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହିଁ।

ଓଡିଶାର ମନୋରଂଜନ ଶିଳ୍ପର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ସୀତାରାମ ଅଗ୍ରୱାଲା ମଧ୍ୟ ନୂଆ ଚ୍ୟାନେଲ ବଜାରକୁ ଆଣିଛନ୍ତି। ଯାହାର ନାମ ରହିଛି ସିଦ୍ଧାର୍ଥ ଟିଭି। ପୂର୍ବରୁ ସୀତାରାମ ସାର୍ଥକ ଟିଭି ପ୍ରତିଷ୍ଠା କରି ବେଶ୍ ଲୋକପ୍ରିୟ କରାଇ ପାରିଥିଲେ। ଯାହା ପରବର୍ତ୍ତି ସମୟରେ ଜୀ ଏଣ୍ଟରଣ୍ଟେନମେଣ୍ଟ କଂପାନୀକୁ ବିକ୍ରି କରିଦେଲେ। ବର୍ତ୍ତମାନ ଏହା ‘ଜୀ ସାର୍ଥକ’ ଭାବେ ପ୍ରସାରଣ ହେଉଛି। ତେବେ ସୀତାରାମଙ୍କ ସିଦ୍ଧାର୍ଥ ଟିଭି ନୂଆ ଭାବେ ବଜାର ପ୍ରବେଶ କରିଥିବାରୁ ଏହା ଲୋକପ୍ରିୟତା ହାସଲ କରିବା ଅପେକ୍ଷାରେ ରହିଛି।

ତେବେ ଏସବୁ ପ୍ରତିଯୋଗୀତା ଭିତରେ ଷ୍ଟାର କିରଣ ନିଶ୍ଚିତ ଭାବେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟାର କିରଣ ଏଚଡି ଚ୍ୟାନେଲ ଓଡିଶା ବଜାର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିବ। କାରଣ ବର୍ତ୍ତମାନ ଜାତୀୟ ତଥା ଅନେକ ଆଞ୍ଚଳିକ ଭାଷାରେ ଏଚଡି ବା ହାଇ ଡେଫିନେସନ ଚ୍ୟାନେଲ ରହିଥିଲେ ମଧ୍ୟ ଓଡିଶାରେ ଏହା ନାହିଁ। ଷ୍ଟାର କିରଣ ଏଚଡି ଚ୍ୟାନେଲ ନିଶ୍ଚିତ ଭାବେ ଓଡିଶା ଦର୍ଶକଙ୍କୁ ଏକ ନୂଆ ସ୍ବାଦ ପ୍ରଦାନ କରିବ।

(ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇଛି। ଏହା କଂପାନୀ ଘୋଷିତ ଲୋଗୋ ନୁହେଁ)

Star Kirano STAR KIRANO HD କଲରସ ଓଡିଆ ଜୀ ସାର୍ଥକ ତରଙ୍ଗ ଟିଭି ମଞ୍ଜରୀ ଟିଭି ଷ୍ଟାର କିରଣ ଷ୍ଟାର କିରଣ ଏଚଡି
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.