Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା
PIB_NEWS

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା

August 25, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା

ନୂଆଦିଲ୍ଲୀ, “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ସହିତ ତାଳଦେଇ ଟେଲି ମେଡ଼ିସିନ୍‍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ଟି ଷ୍ଟାର୍ଟ ଅପ୍‍ଙ୍କୁ ସରକାର ଖୁବ୍‍ ଶୀଘ୍ର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହା କହିଛନ୍ତି ବିଜ୍ଞାନ ଓ କାରୀଗରୀମନ୍ତ୍ରୀ ଡ ଜିତେନ୍ଦ୍ର ପ୍ରସାଦ ସିଂ। ଏହି ଯୋଜନା ସଂପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ ଏ ସଂପର୍କରେ ବିରାକ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ ସୂଚୀତ କରାଯାଇଛି । ‘ବିରାକ’ର ଅଧ୍ୟକ୍ଷ ଭାବେ ଏହାର ନେତୃତ୍ୱ ନେଉଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡକ୍ଟର ରେଣୁ ସ୍ୱରୂପ ।

ବିରାକର ବୋର୍ଡ଼ ଅଫ ଡାଇରେକ୍ଟର୍ସମାନଙ୍କ ସହ କଥାବାର୍ତ୍ତା କଲାବେଳେ ସେ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ସର୍ବଶ୍ରେଷ୍ଠ ୭୫ଟି ନବସୃଜନଙ୍କୁ ଚୟନ କରିବା ଏକ ବିରାଟ ଚାଲେଞ୍ଜ୍‍ ସଦୃଶ । ତେବେ ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଏହା ପ୍ରୋତ୍ସାହନ ଯୋଗାଇବ ଯେତେବେଳେକି ସମଗ୍ର ବିଶ୍ୱର ମାନବ ସମାଜ କୋଭିଡ଼ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାକୁ ମୁକାବିଲା କରିଆସୁଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅବସରରେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ଯେ ବରିଷ୍ଠ ଅଧିକାରୀମାନେ ଟର୍ଣ୍ଣ ଆରାଉଣ୍ଡ ସମୟକୁ ହ୍ରାସ କରିବା ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖନ୍ତୁ ଏବଂ ଷ୍ଟାର୍ଟ ଅପମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଚାଲନ୍ତୁ ଯାହା ଫଳରେ ଘରୋଇ କ୍ଷେତ୍ର ସେମାନଙ୍କର ଗୁରୁତ୍ୱ ବଜାୟ ରଖିପାରିବେ । ଏହି ଅବସରରେ ସେ ବିରାକର ବୋର୍ଡ ଅଫ୍‍ ଡାଇରେକ୍ଟର୍ସମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ଷ୍ଟାର୍ଟ ଅପ୍‍ ଆବେଦନକାରୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପ୍ରଦାନ କରନ୍ତୁ ଯାହା ଫଳରେ କୋଭିଡ଼ ୧୯ର ବିଭିନ୍ନ ପ୍ରସଙ୍ଗକୁ ଏକା ସଙ୍ଗେ ମୁକାବିଲା କରାଯାଇପାରିବ ।

ଷ୍ଟାର୍ଟ ଅପ୍‍ ଇଣ୍ଡିଆ ଏବଂ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବିରାକ ବାୟୋଟେକ୍ନୋଲୋଜି ବାତାବରଣର ବିକାଶ କ୍ଷେତ୍ରକୁ ସଦାସର୍ବଦା ପ୍ରୋତ୍ସାହନ ଓ ସମର୍ଥନ ଯୋଗାଇ ଆସୁଛି । ବିରାକ ଦେଶର ପ୍ରାୟ ୧,୫୦୦ରୁ ଅଧିକ ଷ୍ଟାର୍ଟ ଅପ୍‍, ଉଦ୍ଦ୍ୟୋଗୀ ତଥା ଏସଏମଇମାନଙ୍କୁ ୨,୧୨୮ କୋଟିରୁ ଅଧିକ ପାଣ୍ଠିଗତ ଋଣ ସହାୟତା ଯୋଗାଇ ଦେଇଛି।

ନବସୃଜନ ପାଣ୍ଠି ଯୋଗାଣ ମାଧ୍ୟମରେ ୨୦୧୨ ମସିହାରେ ମାତ୍ର ୫୦ରୁ କମ୍‍ ବାୟୋଟେକ୍ନୋଲୋଜି ଷ୍ଟାର୍ଟ ଅପ୍‍ଙ୍କୁ ୧୦ କୋଟିରୁ କମ୍‍ ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିବାବେଳେ ଏବେ ତାହା ୨,୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ôଚଛି । ୨୦୨୪ ମସିହା ସୁଦ୍ଧା, ବିରାକ ୧୦,୦୦୦ରୁ ଅଧିକ ବିଟି ଷ୍ଟାର୍ଟ ଅପ୍‍ଙ୍କୁ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

ପୂର୍ବରୁ ଡକ୍ଟର ଜିତେନ୍ଦ୍ର ସିଂହ ବିରାକର ଇ- କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ ଏବଂ ବିରାକ ଇ- କାର୍ଯ୍ୟାଳୟ ସଫ୍ଟୱେରକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି । ବିରାକ ଇ- କାର୍ଯ୍ୟାଳୟ ଲାଇଟ୍‍ ସଫ୍ଟୱେର୍‍କୁ ଏନଆସିଏସଆଇ ସର୍ଭରରେ ୨୦୨୧ ମସିହା ଅଗଷ୍ଟ ୧ ତାରିଖ ଠାରୁ ଟେଷ୍ଟିଂ ମୋଡରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ମିଶନ ଏକ ମହତ୍ତ୍ୱାକା, ପ୍ରକଳ୍ପ ଯାହାକି ଦେଶର ସମୃଦ୍ଧିକୁ ସ୍ୱଚ୍ଛତା ଏବଂ ସୁଶାସନ ଜରିଆରେ ପ୍ରୋତ୍ସାହିତ କରିବ ।

ବିରାକର ଏକ ଇନ୍‍ ହାଉସ୍‍ ବିରାକ ୩ଆଇ ପୋର୍ଟାଲ (in–house BIRAC 3i portal) ରହିଛି ଯେଉଁଠାରେ ସମସ୍ତ ପ୍ରକାର ଆବେଦନ ଏବଂ ପ୍ରସ୍ତାବକୁ ଅନଲାଇନ୍‍ରେ ପୈଠ କରାଯାଇପାରିବ । ଏହି ପୋର୍ଟାଲ ୨୦୧୦ ମସିହା ଫେବୃଆରୀ ମାସରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଏକ ସକ୍ରିୟ, ବିଶାଳ, ବିଜ୍ଞାନ ଏବଂ ନବସୃଜନ ଗବେଷଣା ପାଣ୍ଠି ପରିଚାଳନା ସକାଶେ ଏକ ଆକଳନଯୋଗ୍ୟ ପ୍ରୟୋଗସିଦ୍ଧ ସାଧନ ଯାହାର ବିଭିନ୍ନ ହିତଧାରକ ଯଥା ବିଭିନ୍ନ କମ୍ପାନୀ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ରହିଛନ୍ତି ଏବଂ ସେମାନେ ଅନଲାଇନରେ ସେମାନଙ୍କର ପ୍ରସ୍ତାବମାନ ଏଥିରେ ପୈଠ କରିପାରୁଛନ୍ତି ।

ଡିଏସଟିର ଯୁଗ୍ମ ସଚିବ ତଥା ବିରାକର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅଞ୍ଜୁ ଭାଲ୍ଲା ଏବଂ ବିରାକର ଓ ଡିବିଟିର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆଜାଦୀ କା ଅମୃତ ମହୋତ୍ସବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଟେଲି ମେଡ଼ିସିନ୍‍ ଷ୍ଟାର୍ଟ ଅପ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.