Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଙ୍ଗଲ ଅଧିକାର ଆଇନ୍‌ ସେଲ୍‌ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଦେବାକୁ ନିଷ୍ପତି
ବିଶେଷ ଖବର

ଜଙ୍ଗଲ ଅଧିକାର ଆଇନ୍‌ ସେଲ୍‌ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଦେବାକୁ ନିଷ୍ପତି

August 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଙ୍ଗଲ ଅଧିକାର ଆଇନ୍‌ ସେଲ୍‌ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଦେବାକୁ ନିଷ୍ପତି

ଭୁବନେଶ୍ୱର, ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହି ସେଲ୍‌ମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ପ୍ରାରମ୍ଭରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ସମ୍ଭାଷଣ ଦେବା ସହିତ ୧୬୦ ଏଫ୍‌.ଆର୍‌.ଏ ସେଲ୍‌ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର
ଆଇନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଧାରରେ ଏହାର ସୁଫଳ କିପରି ଜନଜାତି ସମୁଦାୟକୁ ମିଳିପାରିବ ଓ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ଦିଗରେ ଯେପରି କୌଣସି ହିତାଧିକାରୀ ଛାଡ଼ି ହୋଇ ନଯିବେ ସେ ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ଗୁଡ଼ିକ ଉଲ୍ଲେଖନୀୟ
ଭୂମିକା ସଂପାଦନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ନିଜର ଅଭିଭାଷଣରେ କହିଥିଲେ ଯେ ଜଙ୍ଗଲ ଅଧିକାର ଆଇନର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ କର୍ମଚାରୀଙ୍କର ବହୁତ ବଡ଼ ଭୂମିକା ରହିଛି ଓ ଓଡ଼ିଶା ସରକାର ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଏହି
ଦିଗରେ ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ପରିଚାଳନା, ଦାବିଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ଓ ସେ ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ସମୟାନୁବର୍ତ୍ତିତା ଭିତ୍ତିରେ ସଂପାଦନା କରିବା ଦିଗରେ ସେଲ୍‌ର କର୍ମଚାରୀମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଆଶା ରଖି ସେମାନଙ୍କର ସଫଳତା କାମନା କରିଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମରେ ବୈଷୟିକ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ୱାଇ.ଗିରି ରାଓ, ତୁଷାର ଦାସ, ରାଜକିଶୋର ଦାସ ପ୍ରମୁଖ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା ଦେଇଥିଲେ । ଏହି ତାଲିମ
କାର୍ଯ୍ୟକ୍ରମକୁ ଶେତ୍ବା ମିଶ୍ର ପରିଚାଳନା କରିଥିଲେ ।

ରଞ୍ଜନା ଚୋପ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା: IRCTC ମାମଲାରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Latest News

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା: IRCTC ମାମଲାରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

September 10, 2026

ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ଆରମ୍ଭ ହେଲା ରିଫଣ୍ଡ ପୋର୍ଟାଲ

September 10, 2026

CJP ପ୍ରତିବାଦ: ସ୍ୱତନ୍ତ୍ର ଭରଦ୍ୱାଜ ମାମଲା ଉପରେ ଗମ୍ଭୀର ହେଲେ CJI 

September 10, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.