Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ଅଧିକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗ୍‌ଚୀ
ବିଶେଷ ଖବର

ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ଅଧିକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗ୍‌ଚୀ

August 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ଅଧିକ ଯୁବକଯୁବତୀ ସାମିଲ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର,  ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଭୁବନେଶ୍ୱରସ୍ଥିତ ସଫଫେୱର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ) ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ବାର ଜଣ ଓଡିଆ ଷ୍ଟାର୍ଟ ଅପ୍‌ଙ୍କ ସହ ଆଲୋଚନା କରିଥିଲେ ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ଏସ୍‌ଟିପିଆଇ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ପ୍ରୋତ୍ସାହନ କରୁଛି ଏବଂ ଓଡିଆ ଷ୍ଟାର୍ଟ ଅପ୍‌ମାନଙ୍କ ଦ୍ୱାରା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶ୍ୱସ୍ତରୀୟ ସଫଫେୱର ଉତ୍ପାଦ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ।

ସେ ବାର ଜଣ ଷ୍ଟାର୍ଟ ଅପ୍‌ଙ୍କ ସହ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ ଆଲୋଚନା କରି ଏହି ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ଯେପରି ଅଧିକରୁ ଅଧିକ ଯୁବକଯୁବତୀ ସାମିଲ ହେବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ ।

ସେଠାରେ ସେ ଏସ୍‌ପିକେ-ମାକ୍‌ ଟେକ୍ନୋଲୋଜି, ଥିଙ୍କ୍‌ ର ଇନୋଭେଟିଭ ସଲୁସନ୍ସ, ଏଫ୍‌ଏକ୍ସ ୟୁଏଭି ଟେକ୍ନୋଲୋଜି, କାର୍‌ବୋନୌଟ, ଇସାମ୍‌ସ, କ୍ୱିବି୭, ପ୍ରାଇମ୍‌, ଡାରୱିନ୍‌ ଏନର୍ଜି ଏବଂ ଥିଙ୍କ୍‌ ଟ୍ୟାଙ୍କର ଏକାଡେମୀ ଷ୍ଟାର୍ଟ ଅପ୍‌ର ବିଭିନ୍ନ ଉତ୍ପାଦ ବୁଲି ଦେଖିଥିଲେ । ସୂଚନା ଥାଉ କି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍‌ ଓଡିଶା ଏହି ଉଦୀୟମାନ ଯୁବ ଷ୍ଟାର୍ଟ ଅପ୍‌ ମାନଙ୍କୁ ଏସ୍‌ଟିପିଆଇର ଇନ୍‌କୁ୍ୟବେସନ ସେଣ୍ଟରଠାରେ ନିଜର ଉତ୍ପାଦ ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି ।

ଏହି ଇଲେକେଫ୍ରାପ୍ରିନିୟର ପାର୍କରେ କୃଷି ଏବଂ ମତ୍ସ୍ୟ ଚାଷ, ସୌର ଉତ୍ପାଦ, ୟୁଏଭି, ଇଲୁମିନେଟେଡ ଟାଇଲ, ଟ୍ରାଇ ମୋଡ୍‌ ଡ୍ରୋନ୍‌, ସ୍‌ୟଂଚାଳିତ ୟୁଭିସି ବିଶୋଧନ ରୋବୋଟ୍‌ ଓ ଔଷଧ ବିତରଣ ଯନ୍ତ୍ର, ଅତ୍ୟାଧୁନିକ ଆଇଓଟି ପର୍ଯ୍ୟବସିତ ପାନୀୟ ଯନ୍ତ୍ର, ଭିୱାନ ଟାଇଲ ଭଳି ଉତ୍ପାଦ ଆମ ଓଡିଆ ଯୁବ ଷ୍ଟାର୍ଟ ଅପ୍‌ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଗସ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଷ୍ଟାର୍ଟ ଅପ୍‌ ସୁବ୍ରତ ବାଗ୍‌ଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026
Latest News

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026

ଇ-ରିକ୍ସା ଅଚଳ କରିଦେଉଥିବା ତିନିଟି ମୋବାଇଲ ଆପ୍ କୁ ହଟାଇବା ପାଇଁ ନିର୍ଦ୍ଦେଶ

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.