Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ବାସ ବୃଦ୍ଧି କରିଛି: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ବାସ ବୃଦ୍ଧି କରିଛି: ମୁଖ୍ୟମନ୍ତ୍ରୀ

August 30, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୫-ଟି କାର୍ଯ୍ୟକ୍ରମରେ ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଆଜି ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡରେ ୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି। ସେମାନଙ୍କ ମନୋଭାବକୁ ଲକ୍ଷ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ ଆତ୍ମବିଶ୍ବାସ ସୃଷ୍ଟି କରିଛି ବୋଲି ସେ ଅନୁଭବ କରିଛନ୍ତି। ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ସେ କହିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ।

ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ ମୋର ପୁରା ଭରସା ଅଛି। ତୁମେ ମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ, ଏ ବିଶ୍ବାସ ଆମ ସମସ୍ତଙ୍କ ଭିତରେ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ, “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି।”

ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷକ ମାନଙ୍କ ଦାୟିତ୍ବ ବଢାଇଛି। ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ ପିଲା ମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –

(୧) ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ

(୨) ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ

(୩) ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ

(୪) ରାମଚନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର, ଶେରଗଡ଼

(୫) ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ

(୬) ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି ପଞ୍ଚାୟତ

(୭) କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ

(୮) ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ

(୯) ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ

(୧୦) ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଞ୍ଚାୟତ

ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଂଜିନିଅର ତ କିଏ ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌ ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ। ସେମାନଙ୍କ ମନରେ ଆତ୍ମବିଶ୍ବାସର ଝଲକ ଭରି ରହିଥିଲା। ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତ୍ତନ ଆଣିପାରିଛି। ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ। ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ କାବେରୀ, ସ୍ୱୟଂ ସମ୍ପୁର୍ଣ୍ଣା, ସୋନାଲି, କାଜଲ, ଶିଳ୍ପା, ଖୁସି, ମାମାଲି, ଶୁଭସ୍ମିତା ପ୍ରମୁଖ ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରୁପାନ୍ତର କାର୍ଯ୍ୟ କ୍ରମ ପାଇଁ ସେମାନେ ଶିକ୍ଷା ଲାଭରେ ବହୁତ ଆଗକୁ ଯାଇପାରି ଛନ୍ତି ବୋଲି ପ୍ରକାଶ କରିଥିଲେ।

ଶିକ୍ଷକ ମାନେ ଅଂଶ ଗ୍ରହଣ କରି ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷା ଦାନ ପାଠପଢ଼ା କୁ ଅଧିକ ଆକର୍ଷଣୀୟ କରି ପାରିଛି କହିଥିଲେ।

ଏହି ଅବସରରେ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ଗଣ, ସାଂସଦ, ବିଧାୟକ ମାନେ ସମସ୍ତେ ହିଞ୍ଜିଳି ରେ ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ ସମ୍ପର୍କରେ ନିଜର ଅନୁଭବ ବର୍ଣନା କରିଥିଲେ। ଏହାଦ୍ବାରା ଓଡ଼ିଶାର ଭବିଷ୍ୟତ ପାଇଁ ଉଜ୍ବଳ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେମାନେ କହିଥିଲେ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ।
କାର୍ଯ୍ୟ କ୍ରମ ରେ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।

ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ହିଞ୍ଜିଳି
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.