Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଆରମ୍ଭ ହେଲା ସେରୋ ସର୍ଭେ, କେତେ ଆଣ୍ଟିବଡି ତିଆରି ହୋଇଛି ବାହାରିବ ରିପୋର୍ଟ
ବିଶେଷ ଖବର

ରାଜ୍ୟରେ ଆରମ୍ଭ ହେଲା ସେରୋ ସର୍ଭେ, କେତେ ଆଣ୍ଟିବଡି ତିଆରି ହୋଇଛି ବାହାରିବ ରିପୋର୍ଟ

August 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଆରମ୍ଭ ହେଲା ସେରୋ ସର୍ଭେ, କେତେ ଆଣ୍ଟିବଡି ତିଆରି ହୋଇଛି ବାହାରିବ ରିପୋର୍ଟ

ଭୁବନେଶ୍ବର, ରାଜ୍ୟର 12 ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେରୋ ସର୍ଭେ ଆରମ୍ଭ କରାଯାଇଛି। ଟିକାକରଣ ପରେ ବର୍ତ୍ତମାନ ରାଜ୍ୟରେ କେତେ ଆଣ୍ଟିବଡି ତିଆରି ହୋଇଛି ତାହାର ରିପୋର୍ଟ ବାହାର କରାଯିବ। ସେହି ଅନୁସାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପରବର୍ତ୍ତି ପଦକ୍ଷେପ ନେବେ ବୋଲି ଜଣାପଡିଛି।

ଆରଏମଆରସି ତରଫରୁ ଏହି ସର୍ଭେ କରାଯାଉଛି। ଏଥିରେ ଯେଉଁ 12ଟି ଜିଲ୍ଲା ନିଆଯାଇଛି ସେଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୁରଭଂଜ, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡା, କେଉଁଝର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ ନବରଂଗପୁର ଜିଲ୍ଲା ରହିଛି। ଏଥିର ଏହି ସର୍ଭେରେ ଯୁବକଙ୍କ ସହିତ ବୟସ୍କ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ପୂର୍ବରୁ ଥରେ ଏହି ସର୍ଭେ କରାଯାଇଥିଲା। ଏଥିରେ ସେତେବେଳେ କେବଳ 18 ବର୍ଷରୁ ଅଧିକ ବୟସ୍କମାନଙ୍କୁ ସାମିଲ କରାଯାଇଥିଲା। ହେଲେ ଏଥର କମ ବୟସ୍କମାନଙ୍କୁ ଏଥିରେ ସାମିଲ କରାଯାଇଛି। ସେହିପରି ଏଥର ସାମ୍ପୁଲ ସାଇଜ ବଡ କରାଯାଇଛି। ଏଥର ଏହି 12ଟି ଜିଲ୍ଲାରୁ ସଂଗ୍ରହ ହେଲ 6 ହଜାର 680 ନମୂନା।

ଏହି ସର୍ଭେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ସାଧାରଣ ଲୋକଙ୍କ ସହିତ ସ୍ବାସ୍ଥ୍ୟ କର୍ମିଙ୍କ ନମୂନା ମଧ୍ୟ ନିଆଯିବ। ସ୍ବାସ୍ଥ୍ୟ କର୍ମିଙ୍କ ଠାରୁ 12 ଶହ ଏବଂ ସାଧାରଣ ଲୋକଙ୍କଠାରୁ 5 ହଜାର 480 ନମୂନା ସଂଗ୍ରହ କରାଯିବ। ଏଥିପାଇଁ 137ଟି କ୍ଲଷ୍ଟର କରାଯାଇ ପ୍ରତିଟିରେ 6 ଜଣ କର୍ମଚାରୀ ନିୟୋଜିତ ହେବେ।

ସେହିପରି ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେଉଛି ଏହି ସେରୋ ସର୍ଭେ କାର୍ଯ୍ୟକ୍ରମ। ରାଜଧାନୀର ପ୍ରାୟ 2ଶହ ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯିବ। ସେଥିପାଇଁ ବିଏମସି ତରଫରୁ 5 ୱାର୍ଡ ଚିହ୍ନଟ କରାଯାଇଛି। ଏଗୁଡିକ ହେଲା 8, 15, 32, 41, 63 ୱାର୍ଡରେ ଏହି ସର୍ଭେ କରାଯିବ। ଦୁଇଦିନ ମଧ୍ୟରେ ସମସ୍ତ ସର୍ଭେ ଶେଷ କରିବା ପାଇଁ କୁହାଯାଇଛି।

ଆଣ୍ଟିବଡି ସେରୋ ସର୍ଭେ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.