Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା
ଜାତୀୟ ଖବର

ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା

September 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜିଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର‌୍ୟ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଜନ୍ମାଷ୍ଟମୀ ସାଙ୍ଗକୁ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ଅପୂର୍ବ ସଂଯୋଗ । ଏହା ସତ୍ତ୍ୱେ ଯେପରି ସାଧନାରେ ଖୁସି ଓ ସନ୍ତୋଷପ୍ରାପ୍ତି ଉଭୟ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ କାଳରେ ହିଁ ଏହା ହେଉଛି ବୋଲି ସେ କହିଥିଲେ । ସେଥିପାଇଁ ଆଜି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଓ କୋଟି କୋଟି କୃଷ୍ଣ ପ୍ରେମୀ ବିଶ୍ୱବାସୀ ଏହି ଅଭିଜ୍ଞତା ସାଉଁଟୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଭୁପାଦ ସ୍ୱାମୀ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ ନିଷ୍ଠାର ଅବତାରଣା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତରେ ଜଣେ ମହାନ ଭକ୍ତଭାବେ ବିବେଚନା କରିଥିଲେ । ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଲଢିଥିଲେ । ଅସହଯୋଗ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ସ୍କଟିଶ କଲେଜରୁ ଡିପ୍ଲୋମା ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଯୋଗ ଓ ସିଧାସାଧା ଜୀବନ ଧାରଣ ପ୍ରଣାଳୀ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଥିବାବେଳେ, ଆୟୁର୍ବେଦ ଭଳି ବିଜ୍ଞାନ ମଧ୍ୟ ବିଶ୍ୱବ୍ୟାପୀ ବେଶ୍ ଜନାଦୃତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଅନ୍ୟ ଦେଶକୁ ଯାଇଥାଏଁ ଓ ସେଠାକାର କେହି ସାକ୍ଷାତ କାଳରେ ହରେ କୃଷ୍ଣ ବୋଲି ଉଚ୍ଚାରଣ କରେ ଆମକୁ ଗର୍ବିତ ଓ ଆପଣାର ଭଳି ଲାଗେ । ଯେତେବେଳେ ମେକ ଇନ୍ ଇଣ୍ଡିଆ ସାମଗ୍ରୀ ପାଇଁ ସେହିଭଳି ସନ୍ତୋଷ ମିଳିବ ଓ ଆମେ ଇସ୍କନଠାରୁ ଅନେକ ଶିଖି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାସତ୍ୱ ସମୟରେ ଭକ୍ତି ଆନ୍ଦୋଳନ ହିଁ ଭାରତୀୟ ଚେତନାକୁ ବଂଚାଇ ରଖିଥିଲା । ଆଜି ବିଦ୍ୱାନମାନେ କଳନା କରିଛନ୍ତି ଯେ ଭକ୍ତି ଯୁଗରେ ସାମାଜିକ ବିପ୍ଳବ ସଂଗଠିତ ହୋଇ ନ ଥିଲେ ଦେଶର ସ୍ଥିତି ଯେ କ’ଣ ହୋଇଥାନ୍ତା ତାହା ଅନୁମାନ ମଧ୍ୟ କରିବା ମୁସ୍କିଲ ବୋଲି କହିଥିଲେ । ପ୍ରତି ପ୍ରାଣୀକୁ ବିଶ୍ୱାସ, ସାମାଜିକ ଉଚ୍ଚନୀଚ ଭାବନା ଓ ସୁବିଧା ଅସୁବିଧାର ଉର୍ଦ୍ଧ୍ୱକୁ ନେଇ ଯୋଡିଥାଏ । ସେଭଳି କଠିନ ସମୟରେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଭଳି ମହାନ୍ ସନ୍ଥ ସମାଜକୁ ଭକ୍ତିଭାବ, ବିଶ୍ୱାସ ଓ ଆତ୍ମବିଶ୍ୱାସ ଦ୍ୱାରା ଏକତାର ସୂତ୍ରରେ ବାନ୍ଧି ପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକା ନନ୍ଦ ଯେତେବେଳେ ବେଦାନ୍ତକୁ ପାଶ୍ଚାତ୍ୟକୁ ନେଇଯାଇଥିଲେ, ସେତେବେଳେ ଶ୍ରୀଲ ପ୍ରଭୁପାଦ ଏବଂ ଇସ୍କନ ଭକ୍ତିଯୋଗକୁ ବିଶ୍ୱାଭିମୁଖୀ କରାଇପାରିଥିଲେ । ସେ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ଯୋଡିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ଦେଶରେ ଶହ ଶହ ଇସ୍କନ ମନ୍ଦିର ଓ ଗୁରୁକୁଳ ଭାରତୀୟ ସଂସ୍କୃତିକୁ ଉଦ୍‌ଜୀବିତ ରଖିଛନ୍ତି । ଇସ୍କନ ପୃଥିବୀକୁ ଭାରତମାନେ ବିଶ୍ୱାସ, ଉତ୍ସାହ, ଆନନ୍ଦ ଓ ମାନବିକତାରେ ବିଶ୍ୱାସୀ ବୋଲି ବାର୍ତ୍ତା ଦେଇଛି । କଚ୍ଛର ଭୂମିକମ୍ପ ଓ ଉତ୍ତରାଖଣ୍ଡର ବର୍ଷାବିତ୍ପାତ ଓଡିଶା ଓ ବଙ୍ଗଳାରେ ବାତ୍ୟା ବେଳେ ଇସ୍କନର ସେବାଭାବ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ବୈଶ୍ୱିକ ମହାମାରୀ କାଳରେ ମଧ୍ୟ ଇସ୍କନ୍‌ର କାର‌୍ୟ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ଜି. କିଶନ ରେଡ୍ଡୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026

ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.