Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ
PIB_NEWS

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ

September 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ବିଶିଷ୍ଟ ସାମ୍ବାଦିକ ତଥା ପ୍ରସାର ଭାରତୀ ସଦସ୍ୟ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ କଲ୍ୟାଣ ଯୋଜନାର ବର୍ତ୍ତମାନ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଦଶଜଣିଆ କମିଟି ଗଠନ କରିଛି । ମନ୍ତ୍ରଣାଳୟ ଦ୍ୱାରା ସାମ୍ବାଦିକ କଲ୍ୟାଣ ଯୋଜନା ଦେଇଥିବା ନିର୍ଦ୍ଦେଶାବଳୀ ତର୍ଜମା କରିବା ସହ ଆବଶ୍ୟକ ସୁପାରିଶ ଏହି କମିଟି କରିବ । ଗଣମାଧ୍ୟମରେ ପରିବର୍ତ୍ତନ ତଥା କୋଭିଡ-୧୯ ଯୋଗୁଁ ଅନେକ ସାମ୍ବାଦିକଙ୍କ ପ୍ରାଣହାନୀ ଓ କାର‌୍ୟ୍ୟରତ ସାମ୍ବାଦିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ।

ଦେଶରେ ବହୁଦିନରୁ ରହିଆସିଥିବା ସାମ୍ବାଦିକ କଲ୍ୟାଣ ଯୋଜନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ସାମ୍ବାଦିକମାନଙ୍କ ସୁବିଧା ଦୃଷ୍ଟିରୁ ସମୀକ୍ଷାର ଆବଶ୍ୟକତା ରହିଛି । ପେଶାଗତ, ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର‌୍ୟ୍ୟାବସ୍ଥା ସଂହିତା ୨୦୨୦ ଲାଗୁ ହେବା ପରେ ଉଭୟ ପାରମ୍ପରିକ ଓ ଡିଜିଟାଲ ଗଣମାଧ୍ୟମରେ କାର‌୍ୟ୍ୟରତ ସାମ୍ବାଦିକ ମାନଙ୍କ ସଂଜ୍ଞା ପରିସର ବ୍ୟାପକ ହୋଇଯାଇଛି । ଯୋଜନା ଅଧୀନରେ କଲ୍ୟାଣମୂଳକ ସୁବିଧା ସୁଯୋଗ ଅଧିସ୍ୱୀକୃତ ଓ ଅଣସ୍ୱୀକୃତ ସାମ୍ବାଦିକ ମଧ୍ୟରେ ସମାନ ଆଣିବା ପାଇଁ ଏହି ଯୋଜନାର ପୁନଃ ଅନୁଧ୍ୟାନ ଆବଶ୍ୟକତା ଉପୁଜିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ସକ୍ରିୟ ପଦକ୍ଷେପ ନେଇ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି । ଶହେରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କ ପରିବାରକୁ ପ୍ରତ୍ୟେକ ପାଂଚ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କମିଟି ଦୁଇମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ । ଏହାର ସୁପାରିଶ ଗୁଡିକ ସରକାରଙ୍କୁ ସାମ୍ବାଦିକଙ୍କ ସୁବିଧା ନିମନ୍ତେ ମାର୍ଗଦର୍ଶିକା ତିଆରିରେ ସାହାଯ୍ୟ କରିବ ।

ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମୂର୍ତ୍ତି (ଦି ୱିକର ଆବାସିକ ସମ୍ପାଦକ), ମୁକ୍ତ ସାମ୍ବାଦିକ ଶ୍ରୀ ଶେଖର ଆୟାର, ନ୍ୟୁଜ ୧୮ର ଶ୍ରୀ ଅମିତାଭ ସିହ୍ନା,ବିଜିନେସ୍ ଲାଇନର ଶ୍ରୀ ଶିଶିର କୁମାର ସିହ୍ନା, ଜୀ ନ୍ୟୁଜର ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ରବିନ୍ଦର କୁମାର, ପାଞ୍ଚଜନ୍ୟର ସମ୍ପାଦକ ଶ୍ରୀ ହିତେଶ ଶଙ୍କର, ହିନ୍ଦୁସ୍ତାନ ଟାଇମ୍ସର ଶ୍ରୀମତୀ ସ୍ମିତୀ କାକ୍ ରାମଚନ୍ଦ୍ରନ, ଟାଇମ୍ସ ନାଓଁର ଶ୍ରୀ ଅମିତ କୁମାର, ଇକନମିକ ଟାଇମ୍ସର ଶ୍ରୀମତୀ ବସୁଧା ଭେନୁଗୋପାଳ ଏବଂ ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ କାଞ୍ଚନ ପ୍ରସାଦ ସଦସ୍ୟ ଅଛନ୍ତି ।

ପ୍ରସାର ଭାରତୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026
Latest News

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.