Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣମାନେ ତ ଚାକିରୀ କରି ଦରମା ନେଉଛନ୍ତି, ପୂଜା କାହିଁକି କରାଯିବ; ଶିକ୍ଷକ ଦେଲେ ଚମତ୍କାର ଉତ୍ତର !!!
ବିଶେଷ ଖବର

ଆପଣମାନେ ତ ଚାକିରୀ କରି ଦରମା ନେଉଛନ୍ତି, ପୂଜା କାହିଁକି କରାଯିବ; ଶିକ୍ଷକ ଦେଲେ ଚମତ୍କାର ଉତ୍ତର !!!

September 5, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆପଣମାନେ ଚାକିରୀ କରି ଦରମା ନେଉଛନ୍ତି, ପୂଜା କାହିଁକି କରାଯିବ; ଶିକ୍ଷକ ଦେଲେ ଚମତ୍କାର ଉତ୍ତର !!!

ଗୁରୁ ଦିବସ: ଜଣେ ବ୍ୟକ୍ତି ଜଣେ ଶିକ୍ଷକ ଙ୍କୁ ପ୍ରଶ୍ନ କଲେ, ଆମେ ବି ଚାକିରୀ କରି ଦରମା ପାଉଛୁ, ଆପଣ ବି ଦରମା ନେଇ ପାଠ ପଢ଼ାଉଛନ୍ତି ହେଲେ ଆପଣ ମାନଙ୍କୁ ଏତେ ଉପରେ କାହିଁ ବସାଯାଉଛି ମୁଁ କିଛି ବୁଝି ପାରୁନି। ଈଶ୍ୱର ଏତେ ଆଖ୍ୟା ଦେବାର କାରଣ କଣ?

ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ – ଆପଣ ପୁରା ଠିକ କହିଲେ ଆଜ୍ଞା। ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ ଏଥିରେ ଆମର କିଛି ବାହାଦୁରି ନାହିଁ। ପରିବାର ପୋଷିବା କୁ ଏ ଦରମା ଗଣ୍ଡାକ ପାଇଁ ଆମେ ମାସ ଯାକ ଚାହିଁ ରହିଥାଉ। ଲାଞ୍ଚ ନେଇ ଫାଇଲ ଏପଟ ସେପଟ କରିବାର ସୁଯୋଗ ଆମ ଚାକିରୀ ରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବା ର ଅଯଥା ଇଚ୍ଛା ମଧ୍ୟ ଆମ ମାନଙ୍କର ନାହିଁ ।

ସାଧା ସିଧା ଜୀବନ ବଞ୍ଚିବା ଭିତରେ ଏବଂ ନିଜ ଅପେକ୍ଷା ଅନ୍ୟ ମାନଙ୍କ କଥା ଅଧିକ ଚିନ୍ତା କରୁ କେବେ ଆମ ମାନଙ୍କ ଚାକିରୀ ସରିଯାଏ ଓ ଆମେ ମାନେ କେବେ ଅନ୍ୟ ମାନଙ୍କ ପାଇଁ ଅଖୋଜା ଅଲୋଡ଼ା ହେଇ ଯାଉ ଜଣା ପଡ଼େନି ।

ଆଉ ରହିଲା ଦରମା କଥା, କହୁଛି ଶୁଣନ୍ତୁ ..

ଆମେ ଆପଣ ମାନଙ୍କ ଛୁଆ ଙ୍କୁ ଏମିତି କିଛି ଦାନ କରୁ ଯାହାର ମୂଲ୍ୟ କେହି ବି ଦେଇପାରିବେନି। ଓଡ଼ିଆ ରେ ତାକୁ ବିଦ୍ୟା କହନ୍ତି ଏବଂ ଇଂରାଜୀ ରେ knowledge, ଯାହାକୁ ସେ ବ୍ୟବହାର କରି ଭବିଷ୍ୟତ ରେ ସେ ତା ନିଜ ସହ ପରିବାର ପୋଷିବା ପାଇଁ ସକ୍ଷମ ହୁଏ। ହେଇପାରେ ୟା ପାଇଁ ଆମେ ଦରମା ନେଉ, ହେଲେ ଆପଣ କହି ପାରିବେ ଆପଣଙ୍କ ଛୁଆ କୁ ନିସ୍ଵାର୍ଥପର ଭାବେ ଗେଲ୍ହା କରିବାକୁ ଆମେ କେବେ ପଇସା ମାଗିଛୁ?

ଆପଣଙ୍କ ଛୁଆ ଆପଣ ମାନଙ୍କୁ ଛାଡି ଆମ ପାଖରେ ଦିନକୁ ଆଠ ଘଣ୍ଟା ଧରି ରହେ, ତାର ସମସ୍ତ ଭଲ ମନ୍ଦ, ସୁଖ ଦୁଃଖ, କଣ ଖାଇକି ଆସିଛି ନା ନାହିଁ, ଯଦି ନଖାଇଛି ଭୋକ ହଉଛି କି ପଚାରି ବୁଝିବା ପାଇଁ ଆମେ କେବେ ପଇସା ମାଗିଛୁ? ଆପଣଙ୍କ ଛୁଆ ର ମୁହଁ ଶୁଖି ଯାଇଥିଲେ ବାପା ରେ ମାଆ ରେ କହି ତା ମୁଣ୍ଡ ଆଉଁସି ତାର କଣ ହେଇଛି ବୋଲି ପଚାରି ବୁଝିବାକୁ ଓ ତା ଓଠରେ ଟିକେ ହସ ଫୁଟେଇବାକୁ ନିଜକୁ ଜୋକର କରିବା କୁ ବି ଆମେ କେବେ ପଛ ଘୁଞ୍ଚା ଦେଇନୁ, ସେଥିପାଇଁ ଆମେ କେବେ ପଇସା ମାଗିଛୁ?

ଯଦି ଖେଳ ଛୁଟି ରେ ସବୁ ପିଲା ଟିଫିନ ଖାଉଥିବା ସମୟରେ ଯଦି କୌଣସି ଛୁଆ ଚିଫିନ୍ ନ ଆଣି ମୁହଁ ଶୁଖେଇ ଠିଆ ହେଇଥିବା ସମୟରେ ଆମ ଆଖି ପଡିଯାଇଛି ଓ ତାକୁ ଡାକି ଯେତେବେଳେ ଆମେ କହିଛୁ ମା ରେ କି ବାପା ରେ ଆଜି ଅନ୍ୟ ସା’ରେମାନେ ଟିଫିନ ଆଣିଥିଲେ ଖାଇଦେଇ ପେଟ ପୁରା ହେଇଯାଇଛି ତ, ଏ ଟିଫିନ ଟା ଦୟାକରି ଖାଇଦେବୁ ଏବଂ ଛୁଆ ଟି ଟିଫିନ ଖାଇବାର ଦେଖି ଯେତେବେଳେ ଆମେ ଖୁସି ହେଇଛୁ ସେଥିପାଇଁ ଆମେ ପଇସା ମାଗିଛୁ?

କେମିତି ଆପଣ ମାନଙ୍କ ଛୁଆ ପରୀକ୍ଷା ରେ ଭଲ କରିବ, କାହିଁ ସେ ଛୁଆ ଟିର ପାଠ ହଉନି, କଣ ତା ପାଇଁ କରାଯାଇପାରିବ ଘରେ ବସି ନିରୋଳା ରେ ଚିନ୍ତା କରିବା ପାଇଁ ଆମେ ପଇସା ମାଗିଛୁ? ଆପଣଙ୍କ ଛୁଆ ଡରି ଯାଉଥିବା ସମୟରେ ତା କାନ୍ଧ ରେ ହାତ ପକାଇ ଯେତେବେଳେ ଆମେ କହୁ “ଡରନା ରେ ମା କି ଡରନା ରେ ବାପା, ମୁଁ ଅଛି ପା” ସେତେବେଳେ କଣ ଆମେ ପଇସା ମାଗିଛୁ? ଭୁଲ କଲେ ନିଜ ଛୁଆ ଭଳି ଆକଟ କରିବା ପାଇଁ ଓ ଭଲ କାମ କଲେ ପିଠି ଥାପୁଡ଼େଇ ଆଗକୁ ବଢିବାକୁ ପ୍ରେରଣା ଦେବା ପାଇଁ ଆମେ କେବେ ପଇସା ମାଗିଛୁ? ଆପଣଙ୍କ ପିଲା ଜଣେ ଦକ୍ଷ ଓ ସଫଳ ମଣିଷ ହେଇଗଲା ପରେ ଯେତେବେଳେ ସେ ଆମ ସାମ୍ନା କୁ ଆସେ ଓ ଆମ ମନ କୁଣ୍ଢେମୋଟ ହେଇଯାଏ, ଆମେ ତାକୁ କୁଣ୍ଡେଇ ପକେଇ ଖୁସିରେ କାନ୍ଦି ପକାଉ, ସେଥିପାଇଁ ଆମେ ପଇସା ମାଗିଛୁ?

ଏ ସବୁ ର ହିସାବ କଲେ ନା ସରକାର ଆମ ଋଣ ସୁଝି ପାରିବେ ନା ଆପଣ ମାନେ। ଆମେ ଛୁଆଙ୍କ ପାଇଁ ବଞ୍ଚିଛୁ ଓ ଛୁଆ ଙ୍କ ପାଇଁ ମରିବୁ ତେଣିକି ଯେ ଯାହା କହୁଛି କହୁ। ସତରେ ଶିକ୍ଷକ ଙ୍କ ମନ କଥା ଓ ତାଙ୍କ ଅବଦାନ କୁ ବୁଝିବାର ଶକ୍ତି ନା ଆଜି ଯାଏ କାହାର ହେଲାଣି ନା ହବ।

ଗୁରୁ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.